Armed robbers loot gold jewellery and cash worth over Rs 15 lakh from a couple's house in Dhenkanal, Odisha.

ଢେଙ୍କାନାଳରେ ଶସ୍ତ୍ରଧାରୀ ଡକାୟତଙ୍କ ଆତଙ୍କ: ଦମ୍ପତିଙ୍କୁ ମାଡ଼ ମାରି ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ନଗଦ ଲୁଟ୍

ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅଧୀନ ସାଣ୍ଡା ଗ୍ରାମରେ ଶସ୍ତ୍ରଧାରୀ ଡକାୟତମାନେ ଜଣେ ଦମ୍ପତିଙ୍କ ଘରେ ପଶି ସେମାନଙ୍କୁ ଆକ୍ରମଣ କରି ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାଗହଣା, ନଗଦ ଟଙ୍କା ଏବଂ ମୋବାଇଲ ଫୋନ୍ ଲୁଟ୍ କରିନେଇଛନ୍ତି। ଘଟଣା ପରେ ପରଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି।

ଢେଙ୍କାନାଳ ଜିଲ୍ଲାରେ ପୁଣି ଥରେ ଡକାୟତଙ୍କ ଆତଙ୍କ ଦେଖିବାକୁ ମିଳିଛି। ପରଜଙ୍ଗ ଥାନା ଅଧୀନ ସାଣ୍ଡା କଲେଜ ନିକଟସ୍ଥ ସାଣ୍ଡା ଗ୍ରାମରେ ଶସ୍ତ୍ରଧାରୀ ଦୁର୍ବୃତ୍ତମାନେ ଜଣେ ଦମ୍ପତିଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟ୍ପାଟ୍ କରିଥିବା ଅଭିଯୋଗ ହୋଇଛି।

ସୋମବାର ବିଳମ୍ବିତ ରାତିରେ କିଛି ମୁଖା ପିନ୍ଧିଥିବା ଦୁର୍ବୃତ୍ତ ସୁରେଶ ଚନ୍ଦ୍ର ପାଣିଙ୍କ ଘରର ବାଲକୋନି ପଟୁ ଘର ଭିତରକୁ ପ୍ରବେଶ କରିଥିଲେ। ସେମାନେ ଘରର କବାଟ ଭାଙ୍ଗି ଭିତରକୁ ପଶିବା ପରେ ସୁରେଶ ଚନ୍ଦ୍ର ପାଣି ଏବଂ ତାଙ୍କ ପତ୍ନୀ ମୀରା ପାଣିଙ୍କୁ ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ର ଦେଖାଇ ଲକରର ଚାବି ଦେବାକୁ ଧମକ ଦେଇଥିଲେ।

ଅଭିଯୁକ୍ତମାନେ ସୁରେଶଙ୍କୁ କମ୍ବଳ ଘୋଡ଼ାଇ ନିର୍ମମ ଭାବେ ମାଡ଼ ମାରିଥିଲେ। ଏହାପରେ ସେମାନେ ଲକରରୁ ସମସ୍ତ ସୁନାଗହଣା ଲୁଟି ନେଇଥିଲେ। ଏଥିସହ ମୀରା ପାଣି ପିନ୍ଧିଥିବା ସମସ୍ତ ଅଳଙ୍କାର ଛଡ଼ାଇ ନେବା ସହ ଘରର ଅନ୍ୟ ସ୍ଥାନରେ ରଖାଯାଇଥିବା ଗହଣା ମଧ୍ୟ ଲୁଟ୍ କରିଥିଲେ।

ଏହି ଲୁଟ୍ପାଟ୍ରେ ଦୁର୍ବୃତ୍ତମାନେ ୧୦ ତୋଳାରୁ ଅଧିକ ସୁନାଗହଣା, ୫ ହଜାର ଟଙ୍କା ନଗଦ ଏବଂ ଦୁଇଟି ମୋବାଇଲ ଫୋନ୍ ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରୁ ପଳାଇବା ପୂର୍ବରୁ ସେମାନେ ଦମ୍ପତିଙ୍କୁ ଏକ କୋଠରୀ ଭିତରେ ବନ୍ଦ କରିଦେଇଥିଲେ।

ପୀଡ଼ିତ ସୁରେଶ ଚନ୍ଦ୍ର ପାଣି କହିଛନ୍ତି, "ମୁଖା ପିନ୍ଧିଥିବା କିଛି ଦୁର୍ବୃତ୍ତ ଆମ ଘରକୁ ପଶି ଲକରର ଚାବି ମାଗିଥିଲେ। ନ ଦେଲେ ଆମକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ମୋତେ କମ୍ବଳ ଘୋଡ଼ାଇ ମାଡ଼ ମାରିବା ପରେ ସମସ୍ତ ଗହଣା ଲୁଟି ନେଇଥିଲେ।"

ଅନ୍ୟପଟେ ତାଙ୍କ ପତ୍ନୀ ମୀରା ପାଣି କହିଛନ୍ତି, "ସେମାନେ ମୋ ସ୍ୱାମୀଙ୍କୁ ଖଣ୍ଡା ଦେଖାଇ ଧମକ ଦେଇଥିଲେ। ବାଡ଼ି ଓ ଖଣ୍ଡାରେ ଆମକୁ ଆକ୍ରମଣ କରି ସମସ୍ତ ଗହଣା ଲୁଟି ନେଇଛନ୍ତି।"

ଘଟଣା ସମ୍ପର୍କରେ ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି।

Latest News
୬୯ ବର୍ଷରେ ଡାକ୍ତର ହେବାର ସ୍ୱପ୍ନ: MBBS ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅଶୋକ ବାହାର

୬୯ ବର୍ଷରେ ଡାକ୍ତର ହେବାର ସ୍ୱପ୍ନ: MBBS...

ବୟସ କେବେ ମଧ୍ୟ ଶିକ୍ଷା ଓ ସ୍ୱପ୍ନ ପୂରଣରେ ବାଧା ହୋଇପାରେ...

'ମୋ ପିଠିରେ ଛୁରୀ ମାରି ସବୁ ଚୋର ବିଜେପିରେ ମିଶିଲେ' : ବିଦ୍ରୋହୀ ନେତାଙ୍କୁ ନେଇ ମମତାଙ୍କ କଡ଼ା ଆକ୍ରମଣ

'ମୋ ପିଠିରେ ଛୁରୀ ମାରି ସବୁ ଚୋର...

ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ଏବଂ ପଶ୍ଚିମବଙ୍ଗ ମୁଖ୍ୟ...

ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ସୋନମ ୱାଙ୍ଗଚୁକଙ୍କୁ ହଟାଇବା ଘଟଣାର ପ୍ରତିବାଦରେ ବଲାଙ୍ଗିରରେ AIDSOର ବିକ୍ଷୋଭ

ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ସୋନମ ୱାଙ୍ଗଚୁକଙ୍କୁ...

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ନ୍ୟାୟିକ ତଦନ୍ତ ଏବଂ କେନ୍...

SCERT ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆଉ ୪ ଜଣ

SCERT ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଆଗୁଆ ଜାମିନ...

SCERT ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ନେଇ ଚାଲିଥିବା କ୍ର...

ସାଉଦି ଆରବରେ ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀଙ୍କ ସହ ରଣନୈତିକ ସମ୍ପର୍କ ନେଇ ଆଲୋଚନା

ସାଉଦି ଆରବରେ ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀଙ୍କ...

ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ସାଉଦି ଆ...

ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ କନିଷ୍କ ନାରାୟଣଙ୍କୁ ବଡ଼ ଦାୟିତ୍ୱ; କ୍ୟାବିନେଟ୍‌ ସ୍ତରର ଏଆଇ ମନ୍ତ୍ରୀ ହେଲେ

ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ କନିଷ୍କ ନାରାୟଣଙ୍କୁ ବଡ଼...

କୃତ୍ରିମ ବୁଦ୍ଧିମତା (AI) କ୍ଷେତ୍ରରେ ବିଶ୍ୱସ୍ତରରେ ବଢ଼ୁଥ...

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି, ଅକ୍ଟୋବରରୁ ଆରମ୍ଭ ହେବ ଘରକୁ ଘର ଭୋଟର ଯାଞ୍ଚ ଅଭିଯାନ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ...

୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀ...

ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ; ଏବେ 'ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ'

ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ; ଏବେ...

ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଏକ...

ସାପ୍ତାହିକ ରାଶିଫଳ: ଜୁଲାଇ ୨୦ରୁ ୨୭, ୨୦୨୬; ଜାଣନ୍ତୁ କେଉଁ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର, କାହାକୁ ରହିବାକୁ ହେବ ସତର୍କ

ସାପ୍ତାହିକ ରାଶିଫଳ: ଜୁଲାଇ ୨୦ରୁ ୨୭, ୨୦୨୬;...

ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+