୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ (ULB) ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ (SEC) ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛି। ମଙ୍ଗଳବାର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ନିର୍ବାଚନ ପାଇଁ ଆବଶ୍ୟକ ପ୍ରଶାସନିକ ଓ ବୈଷୟିକ ପ୍ରସ୍ତୁତି ସମୀକ୍ଷା କରାଯିବା ସହ ନିର୍ବାଚନୀ ପ୍ରକ୍ରିୟାର ରୋଡମ୍ୟାପ୍ ଉପରେ ଆଲୋଚନା କରାଯାଇଥିଲା।
ରାଜ୍ୟ ନିର୍ବାଚନ କମିଶନର ସଚିବ ସନ୍ତୋଷ କୁମାର ଦାଶ ସୂଚନା ଦେଇଛନ୍ତି ଯେ, ଅକ୍ଟୋବର ୨୦୨୬ରୁ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟବ୍ୟାପୀ ଘରକୁ ଘର ଯାଇ ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ଭୋଟରଙ୍କ ତଥ୍ୟ ଯାଞ୍ଚ କରାଯାଇ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରାଯିବ।
ଏହାବ୍ୟତୀତ ନିର୍ବାଚନରେ ବ୍ୟବହୃତ ବାଲଟ୍ ବାକ୍ସଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ସହ ନୂତନ ବାଲଟ୍ ବାକ୍ସ କ୍ରୟ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।
ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଟିମ୍ ଗଠନ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଘରକୁ ଘର ସର୍ଭେ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ ଏବଂ ଆଶା କର୍ମୀମାନଙ୍କୁ ନେଇ ଟିମ୍ ଗଠନ କରାଯିବ।
ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ଜୁଲାଇ ୩୧ ସୁଦ୍ଧା ଏହି ସମସ୍ତ ଟିମ୍ ଗଠନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ପର୍ଯ୍ୟାୟକ୍ରମେ ଏବଂ ସୁବ୍ୟବସ୍ଥିତ ଭାବେ ୨୦୨୭ ନିର୍ବାଚନ ପାଇଁ ପ୍ରସ୍ତୁତି ଆଗେଇ ନିଆଯିବ।
ସଚିବ ସନ୍ତୋଷ କୁମାର ଦାଶ କହିଛନ୍ତି, "ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି। ଅକ୍ଟୋବରରୁ ନଭେମ୍ବର ପର୍ଯ୍ୟନ୍ତ ଘରକୁ ଘର ଯାଇ ସର୍ଭେ କରାଯିବ। କିଛି ପୁରୁଣା ବାଲଟ୍ ବାକ୍ସର ମରାମତି କରାଯିବା ସହ ନୂତନ ବାଲଟ୍ ବାକ୍ସ ମଧ୍ୟ କ୍ରୟ କରାଯାଇଛି।"
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...
ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...