ବୟସ କେବେ ମଧ୍ୟ ଶିକ୍ଷା ଓ ସ୍ୱପ୍ନ ପୂରଣରେ ବାଧା ହୋଇପାରେ ନାହିଁ। ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ୬୯ ବର୍ଷୀୟ ଅଶୋକ ବାହାର।
NEET-UG 2026ର ସବୁଠାରୁ ବୟସ୍କ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଥିବା ଅଶୋକ ବାହାର ଏବେ MBBS ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ସଂରକ୍ଷଣ ଦାବି କରି ଲକ୍ଷ୍ଣୌ ହାଇକୋର୍ଟରେ ଆବେଦନ କରିଛନ୍ତି।
ସେ ତାଙ୍କ ଆବେଦନରେ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଇଁ MBBS ଭର୍ତ୍ତିରେ ୧ ପ୍ରତିଶତ ସଂରକ୍ଷଣ କିମ୍ବା ଏକ ସ୍ୱତନ୍ତ୍ର କୋଟା ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ଏହି ମାମଲାର ଶୁଣାଣି ଜୁଲାଇ ୨୧ରେ ହେବାର ସମ୍ଭାବନା ରହିଛି।
ଅଶୋକ ବାହାରଙ୍କ କହିବା ଅନୁସାରେ, ଯେତେବେଳେ ଦିବ୍ୟାଙ୍ଗ, ସ୍ୱାଧୀନତା ସଂଗ୍ରାମୀ ପରିବାର, ପୂର୍ବତନ ସେନା କର୍ମଚାରୀ ଓ କ୍ରୀଡ଼ାବିତ୍ଙ୍କ ପାଇଁ ସ୍ୱତନ୍ତ୍ର କୋଟା ରହିଛି, ସେତେବେଳେ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଏଭଳି ବ୍ୟବସ୍ଥା ହେବା ଉଚିତ।
ଡାକ୍ତର ହେବାର ସ୍ୱପ୍ନ ଅଶୋକଙ୍କ ପାଇଁ ନୂଆ ନୁହେଁ। ସେ ୧୯୭୪ରେ ପ୍ରଥମଥର ପାଇଁ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିଲେ। ପରେ ୨୦୨୩ରେ ପୁଣି ଚେଷ୍ଟା କରିଥିଲେ, କିନ୍ତୁ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବାରୁ ପରୀକ୍ଷା ଦେଇପାରିନଥିଲେ।
ଚଳିତ ବର୍ଷ ସେ ପୁଣି NEET ପରୀକ୍ଷା ଦେଇଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଉଲ୍ଲେଖନୀୟ। ସେ BSc, MBA, ଆଇନ ଡିଗ୍ରୀ ସହ କମ୍ପ୍ୟୁଟର ଆପ୍ଲିକେସନରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ହାସଲ କରିଛନ୍ତି।
ସେ Indian Drugs and Pharmaceuticals Limitedରେ ମାର୍କେଟିଂ ହେଡ୍ ଭାବେ କାମ କରିଥିବା ସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଅଶୋକ ବାହାର କହିଛନ୍ତି,“ଶିକ୍ଷା ହାସଲ କରିବା ପାଇଁ କୌଣସି ବୟସ ସୀମା ନାହିଁ। ବୃଦ୍ଧାବସ୍ଥାରେ ମଧ୍ୟ ଯେଉଁମାନେ ନିଜ ଅଧୁରା ସ୍ୱପ୍ନ ପୂରଣ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ସରକାର ସୁଯୋଗ ସୃଷ୍ଟି କରିବା ଉଚିତ।”
ବଲିଉଡ୍ ଓ ହଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥ...
ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ତଥା ତାମି...
କାନାଡାରେ ଲାଗିଥିବା ଭୟାବହ ଜଙ୍ଗଲ ନିଆଁର ଧୂଆଁ ଆମେରିକାର...
ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ...
ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଏବେ ଖାଦ୍ୟ ସଙ୍କଟ ଆହ...
ପରିବେଶବିତ୍ ତଥା ଲଦାଖର ସାମାଜିକ କର୍ମୀସୋନମ ୱାଙ୍ଗଚୁକଙ୍କ...
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏବେ ପ୍ରକୃତିର...
ଆମାଜନ୍ ପ୍ରାଇମ୍ ଭିଡିଓର ଲୋକପ୍ରିୟ ରିଆଲିଟି ଶୋ‘ଆଲ...
ପୁଣି ଥରେ କୋଭିଡ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଆନ୍ଧ୍...
ପରୀକ୍ଷାରେ ଅନିୟମିତତା ଏବଂ ନିଟ୍ (NEET) ପ୍ରଶ୍ନପତ୍ର ଲିକ...
ହର୍ମୁଜ୍ ପ୍ରଣାଳୀରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଇରାକ ଆ...
ଶିକ୍ଷାବିତ୍ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ...