ମହାକୁମ୍ଭର ମହାଟକ୍କର: ରବିବାର ବିଶ୍ୱକପ୍ ଫାଇନାଲ୍‌ରେ ଆର୍ଜେଣ୍ଟିନା-ସ୍ପେନ୍, ନ୍ୟୁଜର୍ସି ଉପରେ ସାରା ବିଶ୍ୱର ନଜର

ଫିଫା ବିଶ୍ୱକପ୍ ୨୦୨୬ର ମହାଫାଇନାଲ୍‌ରେ ରବିବାର ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଓ ୟୁରୋପୀୟ ଶକ୍ତି ସ୍ପେନ୍। ନ୍ୟୁଜର୍ସିର ମେଟଲାଇଫ୍ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମହାମୁକାବିଲାକୁ ନେଇ ସାରା ବିଶ୍ୱର ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଚତୁର୍ଥ ଥର ବିଶ୍ୱବିଜେତା ହେବା ଲକ୍ଷ୍ୟରେ ଥିବାବେଳେ ସ୍ପେନ୍ ୧୬ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି।
Argentina and Spain set for FIFA World Cup 2026 Final at MetLife Stadium in New Jersey.
Argentina and Spain set for FIFA World Cup 2026 Final at MetLife Stadium in New Jersey.

ଫିଫା ବିଶ୍ୱକପ୍ ୨୦୨୬ର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ରବିବାର ବିଳମ୍ବିତ ରାତିରେ ନ୍ୟୁଜର୍ସିର ଐତିହାସିକ ମେଟଲାଇଫ୍ ଷ୍ଟାଡିୟମ୍ରେ ବିଶ୍ୱ ଫୁଟବଲ୍ର ଦୁଇ ମହାଶକ୍ତି ଆର୍ଜେଣ୍ଟିନା ଓ ସ୍ପେନ୍ ମହାମୁକାବିଲାରେ ଅବତୀର୍ଣ୍ଣ ହେବେ। ଭାରତୀୟ ସମୟ ରାତି ୧୨ଟା ୩୦ ମିନିଟ୍ରେ ଏହି ଫାଇନାଲ୍ ମ୍ୟାଚ୍ ଖେଳାଯିବ।

୩୮ ଦିନ ଧରି ଚାଲିଥିବା ଏହି ମହାସଂଗ୍ରାମରେ ୪୮ଟି ଦେଶ ମଧ୍ୟରୁ କେବଳ ଦୁଇଟି ଦଳ ଶେଷ ପର୍ଯ୍ୟନ୍ତ ନିଜର ଦମ୍ଦାର ପ୍ରଦର୍ଶନ ବଜାୟ ରଖି ଫାଇନାଲ୍ରେ ପହଞ୍ଚିଛନ୍ତି। ଗୋଟିଏ ପଟେ ଅଭିଜ୍ଞ ଲିଓନେଲ୍ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଥିବାବେଳେ ଅନ୍ୟପଟେ ଯୁବ ପ୍ରତିଭାରେ ପରିପୂର୍ଣ୍ଣ ସ୍ପେନ୍ ରହିଛି।

ଆର୍ଜେଣ୍ଟିନା ପୂର୍ବରୁ ୧୯୭୮, ୧୯୮୬ ଓ ୨୦୨୨ରେ ବିଶ୍ୱକପ୍ ଜିତିଥିଲା। ଚଳିତ ଥର ଲଗାତାର ଦ୍ୱିତୀୟ ଏବଂ ମୋଟ ଉପରେ ଚତୁର୍ଥ ଥର ପାଇଁ ବିଶ୍ୱବିଜେତା ହେବାକୁ ଲକ୍ଷ୍ୟ ରଖିଛି। ସ୍ପେନ୍ ୨୦୧୦ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା ଏବଂ ୧୬ ବର୍ଷ ପରେ ପୁଣିଥରେ ଇତିହାସ ରଚିବାକୁ ଚାହୁଁଛି।

ଏଥର ବିଶ୍ୱକପ୍ରେ ସ୍ପେନ୍ର ପ୍ରଦର୍ଶନ ଚମତ୍କାର ରହିଛି। ସେମିଫାଇନାଲ୍ରେ ଫ୍ରାନ୍ସକୁ ୨-୦ରେ ପରାସ୍ତ କରି ଦଳ ଫାଇନାଲ୍ରେ ପ୍ରବେଶ କରିଥିଲା। ସମଗ୍ର ପ୍ରତିଯୋଗିତାରେ ସ୍ପେନ୍ କେବଳ ଗୋଟିଏ ଗୋଲ୍ ବରଣ କରିଥିବାରୁ ଦଳର ରକ୍ଷଣଭାଗ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପଟେ ଆର୍ଜେଣ୍ଟିନା ସେମିଫାଇନାଲ୍ରେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଫାଇନାଲ୍ରେ ପ୍ରବେଶ କରିଥିଲା। ଅଧିନାୟକ ଲିଓନେଲ୍ ମେସି ଚଳିତ ବିଶ୍ୱକପ୍ରେ ୮ଟି ଗୋଲ୍ କରିବା ସହ ୪ଟି ଗୋଲ୍ରେ ସହଯୋଗ କରି ସର୍ବାଧିକ ଗୋଲ୍ ସ୍କୋରର ଦୌଡ଼ରେ ଆଗରେ ଅଛନ୍ତି।

୧୯୬୬ ବିଶ୍ୱକପ୍ରେ ଉଭୟ ଦଳ ଏକମାତ୍ର ଥର ପାଇଁ ମୁହାଁମୁହିଁ ହୋଇଥିବାବେଳେ ଆର୍ଜେଣ୍ଟିନା ୨-୧ ଗୋଲ୍ରେ ବିଜୟୀ ହୋଇଥିଲା। ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସ୍ପେନ୍ ୬ଟି ଏବଂ ଆର୍ଜେଣ୍ଟିନା ୫ଟି ମ୍ୟାଚ୍ ଜିତିଥିବାବେଳେ ୨ଟି ମ୍ୟାଚ୍ ଡ୍ର' ରହିଛି।

ଫୁଟବଲ୍ ପ୍ରେମୀମାନଙ୍କ ପାଇଁ ଏହି ମ୍ୟାଚ୍ କେବଳ ଏକ ଫାଇନାଲ୍ ନୁହେଁ, ବରଂ ବିଶ୍ୱ ଫୁଟବଲ୍ର ଦୁଇଟି ଦର୍ଶନର ଲଢ଼େଇ ହେବ। ଏବେ ଦେଖିବାର କଥା କିଏ ମାରିବ ବାଜି ଏବଂ ଉଠାଇବ ବିଶ୍ୱକପ୍ ଟ୍ରଫି।

LIVE TV
LIVE
Latest News
କର୍କଟ ଔଷଧ ଦାମରେ ବଡ଼ ହ୍ରାସ! ୧୩୭ ପ୍ରକାର ଔଷଧର ଦର ସଂଶୋଧନ, କିଛିରେ ୭୦%ରୁ ଅଧିକ ଶସ୍ତା

କର୍କଟ ଔଷଧ ଦାମରେ ବଡ଼ ହ୍ରାସ! ୧୩୭...

କର୍କଟ ରୋଗର ଚିକିତ୍ସା ଖର୍ଚ୍ଚ ଅନେକ ପରିବାର ପାଇଁ ବଡ଼ ଆର...

ମାତ୍ର ୫୭.୬୪ କୋଟିର IPOକୁ ୫୩୬ ଗୁଣା ସବ୍‌ସ୍କ୍ରିପ୍‌ସନ୍‌! ୨୦,୩୬୮ କୋଟି ଟଙ୍କାର ବିଡ୍‌ ଲଗାଇଲେ ନିବେଶକ

ମାତ୍ର ୫୭.୬୪ କୋଟିର IPOକୁ ୫୩୬ ଗୁଣା...

ଶେୟାର ବଜାରରେ ଏକ ଛୋଟ SME IPOକୁ ନେଇ ଏବେ ଜୋରଦାର ଚର୍ଚ୍...

କଟକ ମହିଳା ହତ୍ୟା ମାମଲାରେ ବଡ଼ ଖୁଲାସା! କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍

କଟକ ମହିଳା ହତ୍ୟା ମାମଲାରେ ବଡ଼ ଖୁଲାସା!...

କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ  ...

ମାର୍ଶାଘାଇରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

ମାର୍ଶାଘାଇରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨...

କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...

ପୁଲିସ ପୋଷ୍ଟ ଭିତରେ ବ୍ରାଉନ୍‌ ସୁଗାର ସେବନ ଅଭିଯୋଗ! ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ପୁଲିସ ପୋଷ୍ଟ ଭିତରେ ବ୍ରାଉନ୍‌ ସୁଗାର ସେବନ...

ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...

ଆମେରିକା ନିର୍ବାଚନରୁ ଭାରତୀୟ ସେୟାର ବଜାରକୁ ମିଳିବ ଫାଇଦା! ଶସ୍ତା ତୈଳ ଓ FII ନିବେଶ ଉପରେ ନଜର

ଆମେରିକା ନିର୍ବାଚନରୁ ଭାରତୀୟ ସେୟାର ବଜାରକୁ ମିଳିବ...

ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ଫଳାଫଳ ପରେ ଭାରତୀୟ ସେୟ...

ED ଚଢ଼ାଉ ବେଳେ ବଡ଼ ଖୁଲାସା! ଘରୁ ମିଳିଲା ହାତୀ ଦାନ୍ତ ଓ ହରିଣ ଶିଙ୍ଗ, ଗିରଫ ହେଲେ ଈଶ୍ୱର

ED ଚଢ଼ାଉ ବେଳେ ବଡ଼ ଖୁଲାସା! ଘରୁ...

ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...

ସପ୍ଲିମେଣ୍ଟ ଔଷଧ ନୁହେଁ! ଡାକ୍ତରଙ୍କ ପରାମର୍ଶ ବିନା ଭିଟାମିନ୍ ଖାଉଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ସପ୍ଲିମେଣ୍ଟ ଔଷଧ ନୁହେଁ! ଡାକ୍ତରଙ୍କ ପରାମର୍ଶ ବିନା...

ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+