ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଅଦମ୍ୟ ଆତ୍ମବିଶ୍ୱାସ ଥିଲେ ଆର୍ଥିକ ସମସ୍ୟା କେବେବି ସଫଳତାର ପଥରେ ବାଧା ସାଜିପାରେ ନାହିଁ। ଏହାକୁ ପ୍ରମାଣ କରିଦେଇଛନ୍ତି ରାଉରକେଲାର ଅର୍ଚ୍ଚିତା ସାହୁ। ଜଣେ ଦିନମଜୁରିଆ ଶ୍ରମିକଙ୍କ ଝିଅ ହୋଇ ମଧ୍ୟ ସେ ଯୁକ୍ତ ଦୁଇ ବାର୍ଷିକ ଉଚ୍ଚମାଧ୍ୟମିକ ପରୀକ୍ଷା (AHSE)ରେ ଅସାଧାରଣ ସଫଳତା ହାସଲ କରି ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇଛନ୍ତି।
ବୁଧବାର ପ୍ରକାଶିତ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ଅର୍ଚ୍ଚିତା ରାଉରକେଲା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳା ବିଭାଗରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ୬୦୦ରୁ ୫୭୧ ନମ୍ବର ରଖି ୯୫.୧୭ ପ୍ରତିଶତ ନମ୍ବର ହାସଲ କରିଛନ୍ତି। ତାଙ୍କର ଏହି ଅଭୂତପୂର୍ବ ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ଅର୍ଚ୍ଚିତାଙ୍କ ବାପା ହୀରାଧର ସାହୁ ପାନପୋଷ ଅଞ୍ଚଳରେ ଦିନମଜୁରିଆ ଭାବେ କାମ କରନ୍ତି। ଅତ୍ୟନ୍ତ ସାଧାରଣ ଆର୍ଥିକ ପରିସ୍ଥିତି ମଧ୍ୟରେ ପରିବାର ଚାଲୁଥିବା ସତ୍ତ୍ୱେ ଝିଅର ଶିକ୍ଷାକୁ କେବେ ଅବହେଳା କରିନଥିଲେ। ପରିବାରର ମୂଳ ଘର ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଅନ୍ତର୍ଗତ ବଡ଼ଗାଁରେ ଥିବା ବେଳେ ବର୍ତ୍ତମାନ ସେମାନେ ପାନପୋଷରେ ବସବାସ କରୁଛନ୍ତି। ଘରେ ମା’ ଜଣେ ଗୃହିଣୀ ଭାବେ ପରିବାରର ଦାୟିତ୍ୱ Sambhaluchanti।
ଅର୍ଚ୍ଚିତାଙ୍କ ସଫଳତା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ପଡ଼ୋଶୀ ଓ ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ସଫଳତା ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି।
ଭବିଷ୍ୟତ ପାଇଁ ମଧ୍ୟ ଅର୍ଚ୍ଚିତାଙ୍କ ଲକ୍ଷ୍ୟ ସ୍ପଷ୍ଟ ରହିଛି। ସେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କଳା ବିଭାଗରେ ସ୍ନାତକ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ଓଡ଼ିଶା ଲୋକସେବା ଆୟୋଗ (OPSC) ପରୀକ୍ଷାରେ ସଫଳ ହୋଇ ପ୍ରଶାସନିକ ସେବାରେ ଯୋଗଦେବା ତାଙ୍କର ସ୍ୱପ୍ନ ବୋଲି ସେ କହିଛନ୍ତି।
ଆର୍ଥିକ ଅଭାବ ସତ୍ତ୍ୱେ ଅର୍ଚ୍ଚିତାଙ୍କ ଏହି ସଫଳତା ପ୍ରମାଣ କରିଛି ଯେ, ନିଷ୍ଠା ଓ ପରିଶ୍ରମ ଥିଲେ ସଫଳତା ନିଶ୍ଚିତ ମିଳେ।
ଆଗାମୀ ପାର୍ବଣ ଋତୁରେ ଅନଲାଇନ୍ ସପିଂର ଚାହିଦା ବଢ଼ିବା ଆଶା...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
କିଛି Provident Fund (PF) Trust ପାଇଁ ପୁରୁଣା କାଗଜପତ୍...
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ବିଦେଶରେ ରହୁଥିବା...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ନୋଏଡାରେ କାଫେ ବ୍ୟବସାୟରେ କ୍ଷତି ହେବା ପରେ ଚୋରିକୁ ପେସା...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...