ଅନୁଗୁଳରେ ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ, ୩ ଗୁରୁତର
ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର ନାଥପାସି ଗାଁରେ ଚାଷଜମିରେ ବଜ୍ରପାତ ହେବାରୁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅଧୀନ ନାଥପାସି ଗାଁରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟମାଟେ ମାରିଜବୋଲି ଜଣାପଡ଼ିଛି।
ସ୍ଥାନୀୟ ସୂଚନା ଅନୁସାରେ, ପ୍ରାୟ ୧୨ ଜଣ ପୁରୁଷ ଓ ମହିଳା ଚାଷଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଏଥିରେ ମାଟେ ମାରିଜ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ଘଟଣାରେ ଚାଷଜମିରେ କାମ କରୁଥିବା ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହାଛଡ଼ା ଚାଷଜମି ନିକଟରେ ଛତା ଧରି ଠିଆ ହୋଇଥିବା ଜଣେ ନାବାଳିକା ମଧ୍ୟ ବଜ୍ରପାତରେ ଆହତ ହୋଇଥିବା ଜଣାପଡ଼ିଛି।
ଆହତମାନଙ୍କୁ୧୦୮ ଆମ୍ବୁଲାନ୍ସଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଏବେ ସେମାନେ ଚିକିତ୍ସାଧୀନ ଅଛନ୍ତି। ଆହତମାନେ ବିପଦମୁକ୍ତ ନଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।
ଏହି ଘଟଣା ପରେ ନାଥପାସି ଓ ଆଖପାଖ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ବିଶେଷକରି ମୌସୁମୀ ସମୟରେ ଚାଷ କାମ ପାଇଁ ଚାଷୀ ଓ ଶ୍ରମିକମାନେ ବାହାରେ ରହୁଥିବାରୁ ବଜ୍ରପାତର ବିପଦ ନେଇ ସତର୍କତା ଜରୁରୀ ହୋଇପଡ଼ିଛି।
ଆଇଏମ୍ଡିର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ଅଗଷ୍ଟ ୧୩ ପର୍ଯ୍ୟନ୍ତ ଓଡ଼ିଶାର କିଛି ଜିଲ୍ଲା ପାଇଁୟେଲୋ ୱାର୍ଣ୍ଣିଂମଧ୍ୟ ଜାରି ହୋଇଛି।
ଭାରତୀୟ କ୍ରିକେଟ୍ ଦଳରେ ବର୍ତ୍ତମାନ ଆଘାତ ସମସ୍ୟା ଗମ୍ଭୀର...
ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସ...
ବିଶ୍ୱ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଭା...
ୟଶଙ୍କ ଅଭିନୀତ ‘ଟକ୍ସିକ୍: ଏ ଫେୟାରି ଟେଲ୍ ଫର୍ ଗ୍ର...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ବେଙ୍ଗାଲୁରୁରେ ‘ଟକ୍ସିକ୍: ଏ ଫେୟାରି ଟେଲ୍ ଫର୍ ଗ୍ର...
Title (ଓଡ଼ିଆ) ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ଅଭେଦ୍ୟ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକାର ଉପରାଷ୍...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
ଟଲିଉଡ୍ ସୁପରଷ୍ଟାର ମହେଶ ବାବୁଙ୍କ ୫୧ତମ ଜନ୍ମଦିନ ଅବସରରେ...
ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ...
‘ରକିଂ ଷ୍ଟାର’ ୟଶ ଓ ନୟନତାରା ପ୍ରଥମଥର ପାଇଁ...