‘ରକିଂ ଷ୍ଟାର’ ୟଶ ଓ ନୟନତାରା ପ୍ରଥମଥର ପାଇଁ‘ଟକ୍ସିକ୍: ଏ ଫେୟାରିଟେଲ୍ ଫର୍ ଗ୍ରୋନ୍-ଅପ୍ସ’ଫିଲ୍ମରେ ଏକାଠି ଅଭିନୟ କରୁଛନ୍ତି। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଗ୍ୟାଙ୍ଗଷ୍ଟର ଡ୍ରାମାର ଟ୍ରେଲର ଲଞ୍ଚ୍ ବେଙ୍ଗାଲୁରୁରେ ହୋଇଥିଲା। ଏହି ଅବସରରେ ୟଶ ଓ ନୟନତାରା ପରସ୍ପରଙ୍କ କାମ ଓ ପେସାଦାରିତ୍ୱକୁ ନେଇ ଖୋଲାଖୋଲି ପ୍ରଶଂସା କରିଥିଲେ।
ୟଶ କହିଥିଲେ ଯେ, ନୟନତାରା ଫିଲ୍ମରେ ଯୋଗଦେବା ସମୟରେ ତାଙ୍କ ତାରିଖକୁ ନେଇ ସମସ୍ୟା ଥିଲା। ତେଣୁ ତାଙ୍କ ଅଂଶର ସୁଟିଂ ଖୁବ୍ କମ୍ ସମୟ ମଧ୍ୟରେ ଶେଷ କରିବାକୁ ପଡ଼ିଥିଲା। ଚାପ ମଧ୍ୟରେ ମଧ୍ୟ ନୟନତାରା ନିଜ ଭୂମିକାକୁ ନ୍ୟାୟ ଦେଇଥିବା ୟଶ କହିଛନ୍ତି।
ୟଶ ନୟନତାରାଙ୍କୁ‘ଲେଡି ସୁପରଷ୍ଟାର’ବୋଲି ପ୍ରଶଂସା କରିବା ସହ ଫିଲ୍ମରେ ତାଙ୍କ ଲୁକ୍କୁ ମଧ୍ୟ ଜବରଦସ୍ତ ବୋଲି କହିଛନ୍ତି। ତାଙ୍କ ଅନୁସାରେ, ନୟନତାରା ଏହି ଫିଲ୍ମରେ ୟଶଙ୍କ ଚରିତ୍ର ସହ ଘନିଷ୍ଠ ସମ୍ପର୍କ ଥିବା ଏକ ଶକ୍ତିଶାଳୀ ଭୂମିକାରେ ନଜର ଆସିବେ।
ନୟନତାରା କହିଛନ୍ତି ଯେ, ଗୀତୁ ମୋହନଦାସ ତାଙ୍କୁ ଫିଲ୍ମ ବିଷୟରେ କହିବା ସମୟରେ ସେ ପ୍ରଥମେ ରାଜି ନଥିଲେ। ଫିଲ୍ମରେ ଅନେକ କଳାକାର ଥିବାରୁ ସେ ଏଭଳି ପ୍ରୋଜେକ୍ଟକୁ ନେଇ ଟିକେ ସତର୍କ ଥିଲେ।
ତେବେ ଗୀତୁ ମୋହନଦାସଙ୍କ ଲଗାତାର ଅନୁରୋଧ ପରେ ନୟନତାରା ସ୍କ୍ରିପ୍ଟ ଶୁଣିବାକୁ ରାଜି ହୋଇଥିଲେ। କାହାଣୀ ଶୁଣିବା ପରେ ତାଙ୍କ ମତ ବଦଳିଥିଲା ଏବଂ ସେ ଫିଲ୍ମର ଅଂଶ ହୋଇଥିଲେ।
ଅନ୍ୟପଟେ ନୟନତାରା ୟଶଙ୍କ ପରିଶ୍ରମ ଓ ଡେଡିକେସନ୍କୁ ନେଇ ବେଶ୍ ପ୍ରଶଂସା କରିଛନ୍ତି। ସେ ୟଶଙ୍କୁ ସ୍ନେହରେ‘ରକି ଭାଇ’ବୋଲି ସମ୍ବୋଧନ କରି କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ତାଙ୍କ ଭଳି ଏତେ ପରିଶ୍ରମୀ ଅଭିନେତା ଦେଖିନାହାନ୍ତି।
ନୟନତାରାଙ୍କ କହିବା ଅନୁସାରେ, ସୁଟିଂ ସେଟ୍ରେ ପ୍ରତିଦିନ ୟଶଙ୍କ କାମ କରିବା ଶୈଳୀ ତାଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେ ପ୍ରାୟ ସାଢ଼େ ୪ ବର୍ଷ ଧରି ଏହି ଫିଲ୍ମ ପାଇଁ ସମୟ ଦେଇଥିବା ଏବଂ ପେସାଦାର ପ୍ରତିବଦ୍ଧତାକୁ ବ୍ୟକ୍ତିଗତ ସମୟଠାରୁ ଆଗରେ ରଖିଥିବା ନୟନତାରା କହିଛନ୍ତି।
ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍...
ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...
UPSC CDS-I ଫାଇନାଲ୍ ରେଜଲ୍ଟ ୨୦୨୬ ପ୍ରକାଶ ପାଇଛି। ଏହି ପ...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
ନୂଆଦିଲ୍ଲୀ: ମହାକାଶରେ ୨୨ ବର୍ଷ ଧରି କାର୍ଯ୍ୟ କରିବା ପରେ...
୬୯ ଜଣଙ୍କ ମୃତ୍ୟୁ ପରେ ମନ୍ତ୍ରୀଙ୍କ ଇସ୍ତଫା ସ୍ପେନ୍&zw...
ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟ୍‌ଙ୍କ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ମ...