ମୁମ୍ବାଇର ଲକ୍ସୁରୀ ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ବଡ଼ ଚୁକ୍ତି ସାମ୍ନାକୁ ଆସିଛି।Angel Oneର ପ୍ରତିଷ୍ଠାତା, ଚେୟାରମ୍ୟାନ୍ ଓ ମ୍ୟାନେଜିଂ ଡାଇରେକ୍ଟର ଦିନେଶ ଠକ୍କର ପ୍ରାୟ ₹୭୧୧ କୋଟିରେ ମୁମ୍ବାଇର ଜୁହୁରେ ଏକ ସମ୍ପୂର୍ଣ୍ଣ ଆବାସିକ ଟାୱାର କିଣିବାକୁ ରାଜି ହୋଇଛନ୍ତି।
Embassy Developments ଦିନେଶ ଠକ୍କରଙ୍କ ସହ ଏହି ଟାୱାର ବିକ୍ରି ପାଇଁ ଏକMemorandum of Understanding (MoU)ସ୍ୱାକ୍ଷର କରିଛି। ଏହି ଟାୱାରଟି ଜୁହୁ ତାରା ରୋଡ୍ରେ ଥିବା କମ୍ପାନୀର ଅଲ୍ଟ୍ରା-ଲକ୍ସୁରୀEmbassy Terrazzaପ୍ରକଳ୍ପର ଅଂଶ।
ଗ୍ରାଉଣ୍ଡ୍ ପ୍ଲସ୍ ୭ ମହଲା ବିଶିଷ୍ଟ ଏହି ଟାୱାରର କାର୍ପେଟ୍ ଏରିଆ ପ୍ରାୟ୬୩,୦୦୦ ବର୍ଗଫୁଟ୍। ଦିନେଶ ଠକ୍କର ଏହି ଘରକୁ‘Angelus’ନାମ ଦେଇଛନ୍ତି ଏବଂ ଏହାକୁ ନିଜ ପରିବାରର ବାସସ୍ଥାନ ଭାବେ ବ୍ୟବହାର କରିବା ଯୋଜନା ରହିଛି।
ଚୁକ୍ତି ସମ୍ପର୍କରେ ଘୋଷଣା ପରେ Embassy Developmentsର ଶେୟାର ମୂଲ୍ୟ ପ୍ରାରମ୍ଭିକ କାରବାରରେ୮.୩% ପର୍ଯ୍ୟନ୍ତ ବୃଦ୍ଧିପାଇଥିବା ରିପୋର୍ଟରେ କୁହାଯାଇଛି।
Embassy Terrazza ଜୁହୁ ତାରା ରୋଡ୍ରେ ୨ ଏକରରୁ ଅଧିକ ଜମିରେ ବିକଶିତ ହେଉଛି। ପ୍ରକଳ୍ପରେ ପାଞ୍ଚଟି ଟାୱାରରେ ପ୍ରାୟ ୫୦ଟି ଆବାସିକ ୟୁନିଟ୍ ରହିବ ଏବଂ ପ୍ରତ୍ୟେକ ମହଲାରେ ଗୋଟିଏ ରେସିଡେନ୍ସ ରହିବାର ଯୋଜନା ଅଛି।
ପ୍ରକଳ୍ପରୁ ସମୁଦ୍ର ଓ ମୁମ୍ବାଇ ସହରର ପାନୋରାମିକ୍ ଦୃଶ୍ୟ ସହ ଇଣ୍ଟରନାଲ୍ ଗାର୍ଡେନ୍, ୱେଲନେସ୍ ସୁବିଧା ଏବଂ ଅନ୍ୟାନ୍ୟ ଲାଇଫ୍ଷ୍ଟାଇଲ୍ ସୁବିଧା ମିଳିବ ବୋଲି କମ୍ପାନୀ କହିଛି। ପ୍ରକଳ୍ପର ଆନୁମାନିକGross Development Value ₹୩,୦୦୦ କୋଟିରୁ ଅଧିକବୋଲି ଜଣାପଡ଼ିଛି।
ଦିନେଶ ଠକ୍କରAngel Oneର ପ୍ରତିଷ୍ଠାତା, ଚେୟାରମ୍ୟାନ୍ ଓ ମ୍ୟାନେଜିଂ ଡାଇରେକ୍ଟର। ସେ ମୁମ୍ବାଇରେ ବଢ଼ିଥିବାବେଳେ ପ୍ରଥମେ ପରିବାରର ଟେକ୍ସଟାଇଲ୍ ବ୍ୟବସାୟ ସହ ଜଡ଼ିତ ଥିଲେ। ପରେ ଷ୍ଟକ୍ ମାର୍କେଟ୍ରେ ପ୍ରବେଶ କରିଥିଲେ।
Angel Broking୧୯୯୬ରେ ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ୱେଲ୍ଥ ମ୍ୟାନେଜମେଣ୍ଟ, ରିଟେଲ୍ ଓ କର୍ପୋରେଟ୍ ବ୍ରୋକିଂ ସହିତ କମୋଡିଟି ବ୍ରୋକିଂ କ୍ଷେତ୍ରକୁ ବିସ୍ତାର କରିଥିଲା। ୨୦୨୦ରେ କମ୍ପାନୀ IPO ଆଣିଥିଲା ଏବଂ ୨୦୨୧ରେ ଏହାର ନାମAngel Oneଭାବେ ପୁନଃବ୍ରାଣ୍ଡିଂ କରାଯାଇଥିଲା।
ଦିନେଶ ଠକ୍କରଙ୍କ ଏହି ବଡ଼ ରିଅଲ୍ ଇଷ୍ଟେଟ୍ ଚୁକ୍ତି ଭାରତରେ ଲକ୍ସୁରୀ ଓ ଟ୍ରଫି ରେସିଡେନ୍ସିଆଲ୍ ପ୍ରପର୍ଟି ପ୍ରତି ବଢୁଥିବା ଚାହିଦା ମଧ୍ୟରେ ହୋଇଛି। ବିଶେଷକରି ମୁମ୍ବାଇର ସମୁଦ୍ରମୁଖୀ ଓ ଅଲ୍ଟ୍ରା-ଲକ୍ସୁରୀ ଘରଗୁଡ଼ିକର ମୂଲ୍ୟ ଦ୍ରୁତ ବଢ଼ୁଛି।
ରିପୋର୍ଟ ଅନୁସାରେ, ୨୦୨୫ ଜାନୁଆରୀରୁ ₹୧୦୦ କୋଟିରୁ ଅଧିକ ମୂଲ୍ୟର୩୭ଟି ରେସିଡେନ୍ସିଆଲ୍ ଟ୍ରାଞ୍ଜାକ୍ସନ୍ରେକର୍ଡ ହୋଇଛି। ଏହି ସମସ୍ତ ଚୁକ୍ତିର ମୋଟ ମୂଲ୍ୟ ପ୍ରାୟ₹୫,୬୦୦ କୋଟିବୋଲି ତଥ୍ୟ ଦିଆଯାଇଛି।
ବେଆଇନ ତମାଖୁ ଓ ନିଷିଦ୍ଧ ଇ-ସିଗାରେଟ୍ ବିକ୍ରି ଉପରେ ପୋଲିସ...
ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମ୍ପର୍କର...
ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି...
ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସ...
ନୂଆଦିଲ୍ଲୀ: ପେଟ୍ରୋଲରେ ଇଥାନଲ୍ ମିଶ୍ରଣକୁ ନେଇ କର୍ଣ୍ଣାଟକ...
ବେଙ୍ଗାଲୁରୁ: ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ବାଣ ଫୁଟାଇ...
ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସା କରାଉଥିବା ରୋଗୀ ଓ ସେମାନ...
ଭୁବନେଶ୍ୱର/ବାଲେଶ୍ୱର: ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ହାତରେ...