ଆଫଗାନିସ୍ତାନରେ ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟା ଭୟଙ୍କର ରୂପ ନେଇଛି। ଦେଶର ପୂର୍ବ ନୁରିସ୍ତାନ ପ୍ରଦେଶରେ ସୋମବାର ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅତିକମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ୧୦୦ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି।
ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପ୍ରବକ୍ତା ୟୁସୁଫ୍ ହାମ୍ମାଦଙ୍କ ଅନୁଯାୟୀ, ନୁରିସ୍ତାନ ପ୍ରଦେଶର ପାରୁନ୍ ସହର ସମେତ ଆଖପାଖ ଅଞ୍ଚଳରେ ବନ୍ୟା ଜଳ ବ୍ୟାପକ ତାଣ୍ଡବ ରଚିଛି। ଅନେକ ବାସଗୃହ, ଚାଷଜମି ଓ ସରକାରୀ ସମ୍ପତ୍ତି ବନ୍ୟାରେ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।
ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଉଦ୍ଧାରକାରୀ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।
ପ୍ରଶାସନ ସାଧାରଣ ଲୋକଙ୍କୁ ବନ୍ୟାପ୍ରବଣ ଅଞ୍ଚଳ ଓ ନଦୀକୂଳଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ବନ କାଟ, ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ଭିତ୍ତିଭୂମି ଓ କଞ୍ଚା ଘର ଯୋଗୁଁ ଆଫଗାନିସ୍ତାନରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଅଧିକ ଭୟଙ୍କର ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।
ସରକାରୀ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ଏହାସହ ଦେଶର ୩୪ଟି ପ୍ରଦେଶ ମଧ୍ୟରୁ ୧୦ଟି ପ୍ରଦେଶରେ ପ୍ରବଳ ବର୍ଷା, ଝଡ଼ ଓ ଆକସ୍ମିକ ବନ୍ୟାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଶୁକ୍ରବାର, ନଭେମ୍ବର ୬ ତାରିଖରେ ଭାରତୀୟ ସେୟାର ବଜାରରେ କେ...
MBA ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅ...
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, ମେଧା ଓ କଠିନ ପରିଶ୍ରମ ମଣ...
ବିଶ୍ୱର ପ୍ରମୁଖ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ Binanceରେ...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...