ମୟୂରଭଞ୍ଜ ଜିଲ୍ଲାରେ ରବିବାର ଏକ ଅଘଟଣ ଘଟିଛି। କପ୍ତିପଦା ଥାନା ଅଧୀନ ଗୋଡ଼ାଗାଁ ନିକଟରେ କଳା ନଦୀରେ ଗାଧୋଇବା ବେଳେ ପ୍ରବଳ ଜଳସ୍ରୋତରେ ଜଣେ ଯୁବକ ଭାସିଯାଇଛନ୍ତି। ନିଖୋଜ ଯୁବକଙ୍କ ନାମ ସିପୁନ ମାଝୀ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସିପୁନ ତାଙ୍କ ଜଣେ ବନ୍ଧୁଙ୍କ ସହ କଳା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍ ନଦୀର ପ୍ରବଳ ସ୍ରୋତରେ ସେ ଭାସିଯାଇଥିଲେ। ଗଭୀର ପାଣିରେ ପଡ଼ିଯାଇଥିବା ପରେ ସେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି।
ଲଗାତାର ବର୍ଷା ଯୋଗୁଁ କଳା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହାସହ ଡ୍ୟାମ୍ରେ ଜଳସ୍ତର ବଢ଼ିବା ପରେ ଅତିରିକ୍ତ ପାଣି ଛଡ଼ାଯାଉଥିବାରୁ ନଦୀରେ ଜଳପ୍ରବାହ ଆହୁରି ବଢ଼ିଥିବା ସୂଚନା ମିଳିଛି।
ଉଚ୍ଚ ଜଳସ୍ତର ଓ ପ୍ରବଳ ସ୍ରୋତ କାରଣରୁ ନଦୀ ମଧ୍ୟରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟରେ ବିପଦ ଓ ସମସ୍ୟା ସୃଷ୍ଟି ହେଉଛି।
ସିପୁନଙ୍କ ମାମୁ ଭାଗୀରଥୀ ନାୟକ କହିଛନ୍ତି ଯେ, ଘରେ ଥିବା ସମୟରେ ତାଙ୍କୁ ଭଣଜା ନଦୀରେ ଭାସିଯାଇଥିବା ନେଇ ଫୋନ୍ ଆସିଥିଲା। ସେମାନେ ତୁରନ୍ତ ନଦୀକୂଳକୁ ଯାଇଥିଲେ। ସିପୁନ ବନ୍ଧୁମାନଙ୍କ ସହ ଗାଧୋଇବାକୁ ଯାଇଥିବା ଏବଂ ହୁଏତ ଅଧିକ ଗଭୀର ପାଣି ଆଡ଼କୁ ଚାଲିଯାଇ ଭାସିଯାଇଥିବା ଆଶଙ୍କା କରାଯାଉଥିବା ସେ କହିଛନ୍ତି।
ସ୍ଥାନୀୟ ବାସିନ୍ଦା ଜୟଚନ୍ଦ୍ର ବେହେରାଙ୍କ କହିବା ଅନୁସାରେ, ଜଳସ୍ତର ବେଶି ଥିବାରୁ ଯୁବକଜଣକ ସନ୍ତୁଳନ ହରାଇ ପ୍ରବଳ ସ୍ରୋତରେ ଭାସିଯାଇଥାଇପାରନ୍ତି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିବା ସେ ଦେଖିଥିବା କହିଛନ୍ତି।
ନିଖୋଜ ସିପୁନ ମାଝୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ୱିପ୍ରୋର ପାଇଁ ଭାରତର ସବୁଠୁ ଚର୍ଚ୍ଚିତ ଶେୟର ବଜାର ସୂଚକାଙ...
ପାନ୍ ମସଲା ସହ ସଂଯୁକ୍ତ ଏକ ଚୁଇଂ ଏଲାଇଚି ବ୍ରାଣ୍ଡର ବିଜ୍ଞ...
ନୂଆଦିଲ୍ଲୀ:ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳରେ ଚୀନ୍ ଭାରତୀୟ...
‘KGF: Chapter 2’ ପରେ ପ୍ରାୟ ଚାରି ବର୍ଷ ଧ...
ଇରାନକୁ ନେଇ ଆମେରିକାର ଦୀର୍ଘ ସାମରିକ ମୁତୟନ ଏବେ ସୈନିକମା...
ପାନ ମସଲା ପ୍ୟାକେଜିଂକୁ ନେଇ FSSAI ଏକ ବଡ଼ ନିଷ୍ପତ୍ତି ନେ...
ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଭାରତରେ ଲୋକପ୍ର...
ବ୍ୟାଙ୍କ ଲକରକୁ ସାଧାରଣତଃ ଗହଣା, ସୁନା ଓ ଅନ୍ୟାନ୍ୟ ମୂଲ୍ୟ...
ପ୍ରାୟ ଦୁଇ ଦଶନ୍ଧି ପରେ ପୁଣିଥରେ ପରଦାକୁ ଫେରିଛନ୍ତି ଇମ୍ର...
ବୁଧବାର ଭାରତୀୟ ଶେୟର ବଜାରରେ ସାବଧାନ ଧାରା ଦେଖିବାକୁ ମିଳ...
ରାଜକୁମାର ସନ୍ତୋଷୀ ଓ ସନି ଦେଓଲଙ୍କ ଯୋଡ଼ି ‘ଘାୟଲ&r...
ଭାରତର ପ୍ରମୁଖ ପରିବାର ଚାଳିତ ବ୍ୟବସାୟଗୁଡ଼ିକ ଏବେ କେବଳ ଦ...