ଇରାନକୁ ନେଇ ଆମେରିକାର ଦୀର୍ଘ ସାମରିକ ମୁତୟନ ଏବେ ସୈନିକମାନଙ୍କ ମାନସିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। ରିପୋର୍ଟ ଅନୁସାରେ, ଆମେରିକୀୟ ଯୁଦ୍ଧଜାହାଜ ୟୁଏସଏସ୍ ଆବ୍ରାହାମ ଲିଙ୍କନ୍ରେ ମୁତୟନ ପ୍ରାୟ ୫ ହଜାର ସୈନିକ ୨୬୬ ଦିନରୁ ଅଧିକ ସମୟ ଧରି ସମୁଦ୍ରରେ ରହିଛନ୍ତି।
ଦୀର୍ଘ ସମୟ ଧରି ସ୍ଥଳଭାଗଠାରୁ ଦୂରେ ରହିବା ଏବଂ ପରିବାରଠାରୁ ବିଚ୍ଛିନ୍ନ ରହିବା ସୈନିକମାନଙ୍କ ପାଇଁ ମାନସିକ ଚାପର କାରଣ ହୋଇଥିବା ଦାବି କରାଯାଇଛି। କିଛି ସୈନିକ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ମଧ୍ୟ ରିପୋର୍ଟରେ ଦାବି ହୋଇଛି। ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ପୁଷ୍ଟି ହୋଇନାହିଁ।
ଗତ ଗୁରୁବାର ସାନ୍ ଡିଏଗୋରେ ପ୍ରାୟ ୨୦୦ ସୈନିକଙ୍କ ପରିବାର ସଦସ୍ୟ ଆମେରିକୀୟ ନୌସେନାର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଦୀର୍ଘ ମୁତୟନ ଏବଂ ଜାହାଜରେ ଥିବା ସୈନିକମାନଙ୍କ ମାନସିକ ସ୍ଥିତିକୁ ନେଇ ସେମାନେ ଚିନ୍ତା ପ୍ରକାଶ କରିଥିଲେ।
ସୂଚନା ଅନୁସାରେ, ୨୧ ନଭେମ୍ବର ୨୦୨୫ରେ ଯୁଦ୍ଧଜାହାଜଟି ସାନ୍ ଡିଏଗୋରୁ ବାହାରିଥିଲା। ପ୍ରଥମେ ଏହା ପ୍ରଶାନ୍ତ ମହାସାଗର ଅଭିମୁଖେ ଯାଉଥିଲା। ପରେ ଆମେରିକା-ଇରାନ ସଂଘର୍ଷ ମଧ୍ୟରେ ଏହାକୁ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ପଠାଯାଇଥିବା କୁହାଯାଉଛି।
ରିପୋର୍ଟରେ ଦାବି କରାଯାଇଛି ଯେ, ମୁତୟନ ସମୟରେ ସୈନିକମାନେ ସ୍ଥଳଭାଗରେ ମାତ୍ର ଦୁଇ ଦିନ ରହିବାର ସୁଯୋଗ ପାଇଥିଲେ। ପ୍ରଥମେ ମେ’ ମାସରେ ମୁତୟନ ଶେଷ କରିବାର ଯୋଜନା ଥିଲା। କିନ୍ତୁ ଯୁଦ୍ଧ ପରିସ୍ଥିତି ଯୋଗୁଁ ମୁତୟନ ସମୟକୁ ବାରମ୍ବାର ବଢ଼ାଯାଇଥିବା ଦାବି ହୋଇଛି।
ତେବେ ଏହି ରିପୋର୍ଟକୁ ନେଇ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଆପତ୍ତି ଉଠାଇଛନ୍ତି। ସେ ସୈନିକମାନଙ୍କ ସ୍ଥିତିକୁ ନେଇ ପ୍ରକାଶିତ ଖବରକୁ ‘ମିଥ୍ୟା ଖବର’ ବୋଲି ଖଣ୍ଡନ କରିଛନ୍ତି। ଫଳରେ ଯୁଦ୍ଧଜାହାଜରେ ଦୀର୍ଘ ମୁତୟନ ଓ ସୈନିକମାନଙ୍କ ମାନସିକ ସ୍ଥିତିକୁ ନେଇ ରିପୋର୍ଟ ଏବଂ ସରକାରୀ ବୟାନ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
ଭାରତୀୟ କ୍ରିକେଟ୍‌ର ରନ୍‌ମେସିନ୍ ବିରାଟ କୋହଲି...
ବାତ୍ୟା ‘ମୁରାସୁ’ ପ୍ରଭାବରେ ବଢ଼ିବ ବର୍ଷା...
ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...
ଭାରତୀୟ କ୍ରିକେଟ୍ର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ପୁଣିଥର...
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଖେଳାଳି ବିରାଟ କୋହଲି ପୁଣି...