କଟକ ଜିଲ୍ଲାର ମୁଣ୍ଡଳୀ ବ୍ରିଜ୍ରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ବ୍ରିଜ୍ ଉପରେ ଜଣେ ଯୁବକଙ୍କ ମୋଟରସାଇକେଲ ପରିତ୍ୟକ୍ତ ଅବସ୍ଥାରେ ମିଳିବା ପରେ ସେ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଲେ ବାଙ୍କୀ ଅଞ୍ଚଳର କୃଷ୍ଣପୁର ଗ୍ରାମର ଟୁକୁନା ସାହୁ।
ସୂଚନା ଅନୁଯାୟୀ, ଶନିବାର ମୁଣ୍ଡଳୀ ବ୍ରିଜ୍ ଉପରେ ଏକ ମୋଟରସାଇକେଲ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତଦନ୍ତ ପରେ ବାଇକ୍ଟି ଟୁକୁନା ସାହୁଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ଯୁବକ ଜଣକ ମହାନଦୀକୁ ଡେଇଁଥିବା ସନ୍ଦେହ ପ୍ରକାଶ ପାଇଥିଲା।
ଘଟଣାର ଖବର ପାଇ ବାରଙ୍ଗ ଓ ଆଠଗଡ଼ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ମହାନଦୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଖୋଜାଖୋଜି ଅଭିଯାନ ଜାରି ରହିଛି।
ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ନିଖୋଜ ହେଲେ ଓ ସେ ପ୍ରକୃତରେ ନଦୀକୁ ଡେଇଁଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଓ ଚର୍ଚ୍ଚା ଦେଖାଦେଇଛି।
‘Mirzapur’ର ସଫଳତା ସହ ଏହାର ଗୀତଗୁଡ଼ିକ ମଧ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଭୁବନେଶ୍ୱର: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅ...
ଅଭିନେତାଚନ୍ଦନ ଆନନ୍ଦଙ୍କ ପାଇଁ ‘Hanuman Ansh&rsq...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...
ପଞ୍ଜାବୀ ଅଭିନେତ୍ରୀଇଶା ରିଖିବାଦଶାହଙ୍କଠାରୁ ବିଚ୍ଛେଦ ଘୋଷ...
ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...