ମହିଳା ଟି-୨୦ ଏସିଆ କପ୍ରେ ସେମିଫାଇନାଲ୍ ଲାଇନ୍ଅପ୍ ଚୂଡ଼ାନ୍ତ ହୋଇଛି। ୟୁଏଇକୁ ୩୪ ରନ୍ରେ ପରାସ୍ତ କରି ବାଂଲାଦେଶ ସେମିଫାଇନାଲ୍ରେ ପ୍ରବେଶ କରିଛି। ଏହା ସହ ଭାରତ ବିପକ୍ଷରେ ବାଂଲାଦେଶର ସେମିଫାଇନାଲ୍ ମୁକାବିଲା ନିଶ୍ଚିତ ହୋଇଛି।
ଗ୍ରୁପ୍-ବି’ର ଏହି ‘କର ବା ମର’ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୭ ୱିକେଟ୍ ହରାଇ ୧୦୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶର୍ମିନ ଅଖତର ସର୍ବାଧିକ ୩୮ ରନ୍ କରିଥିବା ବେଳେ ନିଗାର ସୁଲତାନା ୨୩, ଜୁଆଇରିୟା ଫିର୍ଦ୍ଦୋସ ୧୬ ଏବଂ ନାହିଦା ଅଖତର ଅପରାଜିତ ୧୬ ରନ୍ କରିଥିଲେ।
ୟୁଏଇ ପକ୍ଷରୁ ସୁରକ୍ଷା କୋଟେ ୧୧ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ।
୧୦୪ ରନ୍ର ବିଜୟ ଲକ୍ଷ୍ୟର ପିଛା କରି ୟୁଏଇ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୬୯ ରନ୍ କରିପାରିଥିଲା। ତୀର୍ଥା ସତୀଶ ୧୧ ଏବଂ ହୀନା ୧୮ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ।
ବାଂଲାଦେଶ ପକ୍ଷରୁ ରାବେୟା ଖାନ୍ ୩ଟି ୱିକେଟ୍ ନେଇଥିଲେ। ମାରୁଫା ଅଖତର ଓ ନାହିଦା ଅଖତର ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିବା ବେଳେ ସୁଲତାନା ଓ ଫହିମା ଖାତୁନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଏହି ବିଜୟ ସହ ବାଂଲାଦେଶ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଏବେ ୧୦ ତାରିଖରେ ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ୍ରେ ମୁହାଁମୁହିଁ ହେବେ। ଅନ୍ୟପଟେ ୧୧ ତାରିଖରେ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ।
ନୂଆଦିଲ୍ଲୀ:କେବଳ ପ୍ରଶ୍ନର ଉତ୍ତର ଦେବା ନୁହେଁ, ଏବେ ଆପଣଙ୍...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ମୁମ୍ବାଇ:ଭାରତର ଫିନ୍ଟେକ୍ କ୍ଷେତ୍ରର ସଫଳତା କେବଳ ଡିଜିଟ...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ପୁରୀ ଜିଲ୍ଲା ସାକ୍ଷୀଗୋପାଳ କମ୍ୟୁନିଟି ହେଲ୍ଥ ସେଣ୍ଟର (CH...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ନୂଆଦିଲ୍ଲୀ:ଘର କିଣିବା ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବା ପରେ...