ଦୀପାବଳି ଓ ଧନତେରସ୍ ପୂର୍ବରୁ ଉତ୍ସବମୁଖର ହୋଇଉଠିଛି ଦେଶର ରାଜଧାନୀ ଦିଲ୍ଲୀ। ସହରର ବିଭିନ୍ନ ବଜାରରେ ଦେଖିବାକୁ ମିଳୁଛି ଲୋକଙ୍କ ପ୍ରବଳ ଭିଡ଼। ପାର୍ବଣ ପାଇଁ କିଣାକିଣି ଜୋର୍ ଧରିଥିବା ବେଳେ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଛି।
ସାଜସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ସୁନା, ରୂପା ଓ ବାସନକୁସନ କିଣିବାକୁ ଲୋକଙ୍କ ମଧ୍ୟରେ ରହିଛି ବେଶ୍ ଉତ୍ସାହ। ବଜାରଗୁଡ଼ିକ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ଗ୍ରାହକଙ୍କ ଭିଡ଼ ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ାଇଛି।
ପ୍ରମୁଖ ବଜାରରେ ଲୋକଙ୍କ ଭିଡ଼
ଦିଲ୍ଲୀର ଚାନ୍ଦିନୀ ଚୌକ୍, ସଦର ବଜାର, ସରୋଜିନୀ ନଗର, ଲାଜପତ ନଗର ଓ କରୋଲ ବାଗ୍ ଭଳି ପ୍ରମୁଖ ବ୍ୟବସାୟିକ କେନ୍ଦ୍ରରେ ଗ୍ରାହକଙ୍କ ଭିଡ଼ ଲାଗିରହିଛି। ଦୂରଦୂରାନ୍ତରୁ ଲୋକେ ଆସି ପାର୍ବଣ ସାମଗ୍ରୀ କିଣୁଛନ୍ତି। ତେବେ ଏହି ଭିଡ଼ ଏବେ ସହରର ଯାତାୟାତ ବ୍ୟବସ୍ଥାକୁ ପ୍ରଭାବିତ କରିଛି।
ଟ୍ରାଫିକ୍ ଜାମ୍ରେ ହନ୍ତସନ୍ତ ଲୋକେ
ଅତ୍ୟଧିକ ଯାନବାହନ ଚଳାଚଳ ଓ ବେଆଇନ ପାର୍କିଂ ଯୋଗୁଁ ଅନେକ ରାସ୍ତାରେ ଗାଡ଼ି ଚଳାଚଳ ଧିମେଇ ଯାଇଛି। ଆଶ୍ରମ ଫ୍ଲାଏଓଭର୍, ଧୌଲା କୁଆଁ, ଆଇଟିଓ ଏବଂ ରିଙ୍ଗ୍ ରୋଡ୍ ସଂଯୋଗକାରୀ ମୁଖ୍ୟ ରାସ୍ତାରେ ଗାଡ଼ିର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି।
ଅଫିସ୍ରୁ ଫେରୁଥିବା ଲୋକ ଓ ପାର୍ବଣ କିଣାକିଣି ପାଇଁ ବାହାରିଥିବା ଲୋକେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ରେ ଫସି ହଇରାଣ ହେଉଛନ୍ତି। ଗୋଟିଏ ପଟେ ଦୀପାବଳିର ଉତ୍ସାହ, ଅନ୍ୟପଟେ ଟ୍ରାଫିକ୍ ଜାମ୍ ଯୋଗୁଁ ଦିଲ୍ଲୀବାସୀଙ୍କ ଯାତାୟାତ କଷ୍ଟକର ହୋଇପଡ଼ିଛି।
ଭାରତୀୟ କ୍ରିକେଟ୍ର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ପୁଣିଥର...
ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...
ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ଏବେ ଚର୍ଚ୍ଚାର ବିଷୟ...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରେ...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଅନ୍ତର୍ଜାତୀୟ ବ୍...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରେ...