କେନ୍ଦୁଝର: ପ୍ରବଳ ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ଆସିଛି ଦୁଃଖଦ ଖବର। ଚମ୍ପୁଆ ଥାନା ଅଧୀନ ରାଇଗୁଡ଼ି ଗାଁରେ ମାଟିଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମୃତ ମହିଳାଙ୍କ ପରିଚୟ ପୂର୍ଣ୍ଣିମୀ ମହାନ୍ତ ବୋଲି ଜଣାପଡ଼ିଛି। ସୋମବାର ରାତିରେ ସେ ଘର ଭିତରେ ଶୋଇଥିବା ସମୟରେ ହଠାତ୍ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।
ରାଇଗୁଡ଼ି ଅଞ୍ଚଳରେ ଲଗାତାର ବର୍ଷା ହେଉଥିବାରୁ ଘରର ମାଟି କାନ୍ଥ ଦୁର୍ବଳ ହୋଇଯାଇଥିବା କୁହାଯାଉଛି। ରାତିରେ ପୂର୍ଣ୍ଣିମୀ ଘରେ ଶୋଇଥିବା ବେଳେ ହଠାତ୍ କାନ୍ଥଟି ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।
ଶବ୍ଦ ଶୁଣି ପୂର୍ଣ୍ଣିମୀଙ୍କ ଶାଶୂ ଓ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କରି ତାଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିୟମାନୁସାରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଅନ୍ୟପକ୍ଷରେ, ଘଟଣା ପରେ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ପରିବାରର ପୁନର୍ବାସ ଓ ଆବଶ୍ୟକ ସହାୟତା ପାଇଁ ମଧ୍ୟ ଦାବି ଉଠିଛି।
₹22,000 କୋଟିରୁ ଅଧିକ ଦାବିକୁ ନେଇ ଚାଲିଥିବା ବ୍ୟକ୍ତିଗତ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
Appleର ଦୀର୍ଘଦିନର CEO Tim Cookଙ୍କ CEO ପଦରୁ ବିଦାୟ ପା...
ସୋମବାର ଭାରତୀୟ ଷ୍ଟକ୍ ବଜାର ସତର୍କ ଭାବେ କାରବାର ଆରମ୍ଭ କ...
ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁର...
ସୋମବାର ସପ୍ତାହର ପ୍ରଥମ କାରବାର ଦିନରେ ଭାରତୀୟ ଷ୍ଟକ୍&zwn...
HDFC Bankର CEO ସଶିଧର ଜଗଦୀଶନ ଆଉ ଏକ କାର୍ଯ୍ୟକାଳ ପାଇଁ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...