ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହୋଇଛି। ଦୁଇ ଦେଶ ନିଜ ସମ୍ପର୍କକୁ Comprehensive Strategic Partnershipରେ ଉନ୍ନୀତ କରିବା ସହ ଭାରତକୁ ଦୀର୍ଘମିଆଦୀ ୟୁରାନିୟମ୍ ଯୋଗାଣ ପାଇଁ ବ୍ୟବସ୍ଥା କରିବା ଦିଗରେ ଆଗକୁ ବଢ଼ିବାକୁ ସହମତ ହୋଇଛନ୍ତି।
ଉଜବେକିସ୍ତାନ ଗସ୍ତ ସମୟରେ ରାଷ୍ଟ୍ରପତି ଶୌକତ ମିର୍ଜିୟୋଏଭଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି। ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାର ୧୫ ବର୍ଷ ପୂର୍ତ୍ତି ଅବସରରେ ଏହି ନୂଆ ନିଷ୍ପତ୍ତି ନିଆଯାଇଛି।
ମିଳିତ ସାମ୍ବାଦିକ ସମ୍ମିଳନୀରେ ପିଏମ୍ ମୋଦୀ କହିଛନ୍ତି ଯେ, ନୂଆ ଢାଞ୍ଚା ଅଧୀନରେ ଦୁଇ ଦେଶ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରି ଆଗକୁ ବଢ଼ିବେ। ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମନ୍ୱୟ କରିବା ପାଇଁ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ Coordination Council ଗଠନ କରାଯିବ। ଏହା ସହିତ ବର୍ତ୍ତମାନର ଯୁଗ୍ମ କମିଶନକୁ ସଚିବସ୍ତରରୁ ମନ୍ତ୍ରୀସ୍ତରକୁ ଉନ୍ନୀତ କରାଯିବ।
ଭାରତ ଓ ଉଜବେକିସ୍ତାନ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି। ଆଗାମୀ ଦିନରେ ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ପ୍ରତ୍ୟକ୍ଷ ସଂଯୋଗ, co-production ଓ co-developmentକୁ ପ୍ରୋତ୍ସାହନ ଦିଆଯିବ ବୋଲି ପିଏମ୍ ମୋଦୀ କହିଛନ୍ତି।
ଆତଙ୍କବାଦ, ଉଗ୍ରବାଦ ଓ ବିଚ୍ଛିନ୍ନତାବାଦକୁ ଆଞ୍ଚଳିକ ସ୍ଥିରତା ପାଇଁ ବଡ଼ ଆହ୍ୱାନ ବୋଲି ଦୁଇ ଦେଶ ମତ ପ୍ରକାଶ କରିଛନ୍ତି। ଏହି ଆହ୍ୱାନଗୁଡ଼ିକ ବିରୋଧରେ zero tolerance ନୀତି ଅବଲମ୍ବନ କରିବାକୁ ଉଭୟ ଦେଶ ଗୁରୁତ୍ୱ ଦେଇଛନ୍ତି।
ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧ ବିଲିୟନ ଡଲାର ଅତିକ୍ରମ କରିଛି। ଏବେ ୨୦୩୦ ସୁଦ୍ଧା ଏହାକୁ ୫ ବିଲିୟନ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି।
ଏଥିପାଇଁ ବଜାର ପ୍ରବେଶ, ଯୋଗାଯୋଗ ବ୍ୟବସ୍ଥା, ବ୍ୟାଙ୍କିଂ ଓ ପେମେଣ୍ଟ ସିଷ୍ଟମକୁ ଆହୁରି ସୁଗମ କରିବା ଉପରେ ଗୁରୁତ୍ୱ ଦିଆଯିବ। ଉଭୟ ଦେଶ ଏକ ଯୁଗ୍ମ ବିଜନେସ୍ ସମିଟ୍ ଆୟୋଜନ କରିବା ସହ ଭିତ୍ତିଭୂମି ପ୍ରକଳ୍ପରେ ସହଯୋଗର ସମ୍ଭାବନା ମଧ୍ୟ ଅନୁସନ୍ଧାନ କରିବେ।
ଡିଜିଟାଲ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର, କୃତ୍ରିମ ବୁଦ୍ଧିମତ୍ତା (AI), ଗୁରୁତ୍ୱପୂର୍ଣ୍ଣ ଖଣିଜ, ମହାକାଶ ଓ ପରମାଣୁ ଶକ୍ତି ଭଳି କ୍ଷେତ୍ରରେ ମଧ୍ୟ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହୋଇଛି।
ଶକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବାର ଅଂଶ ଭାବେ ଭାରତକୁ ଦୀର୍ଘମିଆଦୀ ଭିତ୍ତିରେ ୟୁରାନିୟମ୍ ଯୋଗାଣ ପାଇଁ ଦୁଇ ଦେଶ ବ୍ୟବସ୍ଥା କରୁଛନ୍ତି।
ନାଗରିକ ପରମାଣୁ ଶକ୍ତି ଉତ୍ପାଦନକୁ ସମର୍ଥନ କରିବା ପାଇଁ ଭାରତ ଉଜବେକିସ୍ତାନରୁ ୟୁରାନିୟମ୍ ଆମଦାନି ନେଇ ଆଗରୁ ଅନୁସନ୍ଧାନ କରୁଛି। ମୋଦୀଙ୍କ ଦୁଇ ଦିନିଆ ଗସ୍ତରେ ସ୍ୱଚ୍ଛ ଶକ୍ତି ମଧ୍ୟ ଏକ ପ୍ରମୁଖ ଆଲୋଚନାର ବିଷୟ ଥିଲା।
ଦୁଇ ଦେଶର ସମ୍ପର୍କ କେବଳ ନୂଆଦିଲ୍ଲୀ ଓ ତାଶକେଣ୍ଟ ମଧ୍ୟରେ ସୀମିତ ନରହିବା ଉପରେ ପିଏମ୍ ମୋଦୀ ଗୁରୁତ୍ୱ ଦେଇଛନ୍ତି। ଉଭୟ ଦେଶର ସହର ଓ ରାଜ୍ୟ ମଧ୍ୟରେ ସହଭାଗିତା ଗଠନ କରାଯାଇ ତୃଣମୂଳ ସ୍ତରରେ ସମ୍ପର୍କ ବଢ଼ାଇବାକୁ ଯୋଜନା ରହିଛି।
ଯୁବଶକ୍ତି, ନବସୃଜନ, ସମାବେଶୀ ବିକାଶ ଓ ଆଧୁନିକ ପ୍ରଯୁକ୍ତିକୁ ଉଭୟ ଦେଶର ବିକାଶ ଲକ୍ଷ୍ୟର ମୁଖ୍ୟ ଅଂଶ ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।
ଗସ୍ତ ସମୟରେ ଉଜବେକିସ୍ତାନ ରାଷ୍ଟ୍ରପତି ଶୌକତ ମିର୍ଜିୟୋଏଭ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ରାଜ୍ୟ ସମ୍ମାନ Order of “Oliy Darajali Dustlik” ପ୍ରଦାନ କରିଥିଲେ।
ଏହା ମୋଦୀଙ୍କ ୩୬ତମ ଅନ୍ତର୍ଜାତୀୟ ସମ୍ମାନ ବୋଲି ଜଣାପଡ଼ିଛି। ଏହି ସମ୍ମାନକୁ ଭାରତ-ଉଜବେକିସ୍ତାନ ବନ୍ଧୁତ୍ୱ ଏବଂ ୧୪୦ କୋଟି ଭାରତୀୟଙ୍କୁ ସମର୍ପିତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।
ଓଡ଼ିଶାର ଉପକୂଳ ଅଞ୍ଚଳରେ ସମୁଦ୍ରର ଆକ୍ରମଣ ଦିନକୁ ଦିନ ଗମ୍...
ଭଦ୍ରକ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ଲଗାଣ ବ...
ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ମଟନ୍ ଦୋକାନ ମାଲିକଙ୍କୁ...
କଟକ-ବାରବାଟୀ ରାଜନୀତିରେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି।...
ଆଗାମୀ ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଏକ ବଡ଼ ପରିବର୍ତ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...