ସେୟାର କମ୍ପ୍ୟୁଟରରେ WhatsApp Web ଲଗ୍‌ଆଉଟ୍ କରନ୍ତୁ, ଠକେଇ ନେଇ ସରକାରଙ୍କ ସତର୍କତା

ସେୟାର କମ୍ପ୍ୟୁଟରରେ WhatsApp Web ଲଗ୍‌ଇନ୍ କରି ଲଗ୍‌ଆଉଟ୍ ନକଲେ ବ୍ୟକ୍ତିଗତ ମେସେଜ୍ ଓ ଅନ୍ୟାନ୍ୟ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି। ଏନେଇ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ Indian Cyber Crime Coordination Centre (I4C) ଉପଭୋକ୍ତାଙ୍କୁ ସତର୍କ କରିଛି। ପ୍ରତ୍ୟେକ ସେସନ୍ ପରେ ମାନୁଆଲ୍ ଭାବେ ଲଗ୍‌ଆଉଟ୍ କରିବା ସହ ସାଇବର କାଫେ ଓ ସାଧାରଣ କମ୍ପ୍ୟୁଟରରେ WhatsApp Web ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।
	Government advisory warning users to log out of WhatsApp Web on shared computers
Government advisory warning users to log out of WhatsApp Web on shared computers

ନୂଆଦିଲ୍ଲୀ: ଆପଣ ଅଫିସ୍ କିମ୍ବା ଅନ୍ୟ କାହାର କମ୍ପ୍ୟୁଟରରେ WhatsApp Web ବ୍ୟବହାର କରୁଛନ୍ତି କି? ଯଦି ବ୍ୟବହାର କରୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ। କାରଣ ଲଗ୍‌ଇନ୍ କରିବା ପରେ ଲଗ୍‌ଆଉଟ୍ ନକଲେ ଆପଣଙ୍କ ବ୍ୟକ୍ତିଗତ ମେସେଜ୍ ଓ ଅନ୍ୟାନ୍ୟ ତଥ୍ୟ ଅନ୍ୟମାନଙ୍କ ହାତକୁ ଯାଇପାରେ। ଏନେଇ କେନ୍ଦ୍ର ସରକାର ଉପଭୋକ୍ତାଙ୍କୁ ସତର୍କ କରିଛନ୍ତି।

ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା Indian Cyber Crime Coordination Centre (I4C) ଏକ ପରାମର୍ଶ ଜାରି କରିଛି। ଏଥିରେ କୁହାଯାଇଛି ଯେ, ସେୟାର କମ୍ପ୍ୟୁଟରରେ WhatsApp Web ବ୍ୟବହାର କରିବା ପରେ ପ୍ରତ୍ୟେକ ଥର ନିଶ୍ଚିତ ଭାବେ ମାନୁଆଲ୍ ଲଗ୍‌ଆଉଟ୍ କରନ୍ତୁ। ବିଶେଷକରି ଅଫିସ୍ କମ୍ପ୍ୟୁଟର କିମ୍ବା ଅନ୍ୟମାନେ ବ୍ୟବହାର କରୁଥିବା ଡିଭାଇସ୍‌ରେ ଏହି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

I4Cର National Cybercrime Threat Analytics Unit ପକ୍ଷରୁ ଜାରି ଏହି ପରାମର୍ଶରେ କୁହାଯାଇଛି ଯେ, କୌଣସି ବ୍ୟକ୍ତି ଯଦି ଆପଣଙ୍କ ସକ୍ରିୟ WhatsApp Web ସେସନ୍‌କୁ ବ୍ୟବହାର କରିବାର ସୁଯୋଗ ପାଆନ୍ତି, ତେବେ ସେ ଆପଣଙ୍କ ବ୍ୟକ୍ତିଗତ ମେସେଜ୍ ପଢ଼ିପାରିବେ, କଣ୍ଟାକ୍ଟ ଓ ଗ୍ରୁପ୍ ଚାଟ୍ ଦେଖିପାରିବେ। ଏପରିକି ଆପଣଙ୍କ ନାମରେ ଅନ୍ୟମାନଙ୍କୁ ମେସେଜ୍ ମଧ୍ୟ ପଠାଇପାରିବେ।

ଏହା ଠକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିପାରେ। ସେମାନେ ଆପଣଙ୍କ ପରିଚିତ, ବନ୍ଧୁ, ପରିବାର ସଦସ୍ୟ କିମ୍ବା ସହକର୍ମୀଙ୍କୁ ଆପଣଙ୍କ ଆକାଉଣ୍ଟରୁ ମେସେଜ୍ ପଠାଇ ଠକେଇ କରିପାରନ୍ତି।

ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, କେବଳ ବ୍ରାଉଜର୍ ଟ୍ୟାବ୍ କିମ୍ବା ୱିଣ୍ଡୋ ବନ୍ଦ କରିଦେଲେ WhatsApp Web ସେସନ୍ ନିଷ୍କ୍ରିୟ ହୋଇନଥାଏ। ଏହା ସକ୍ରିୟ ରହିପାରେ। ତେଣୁ ସାଇବର କାଫେ, ପବ୍ଲିକ୍ କିଓସ୍କ, ହୋଟେଲ ବିଜନେସ୍ ସେଣ୍ଟର କିମ୍ବା ଅନ୍ୟ କାହାର କମ୍ପ୍ୟୁଟରରେ ଲଗ୍‌ଇନ୍ କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ଯଦି କୌଣସି ବିଶ୍ୱସ୍ତ କମ୍ପ୍ୟୁଟରରେ ଅସ୍ଥାୟୀ ଭାବେ WhatsApp Web ବ୍ୟବହାର କରିବା ଆବଶ୍ୟକ ହୁଏ, ତେବେ ବ୍ରାଉଜର୍‌ର Private Window ବ୍ୟବହାର କରନ୍ତୁ। କାମ ସରିବା ପରେ ୱିଣ୍ଡୋ ବନ୍ଦ କରିବା ପୂର୍ବରୁ ନିଶ୍ଚିତ ଭାବେ ଲଗ୍‌ଆଉଟ୍ କରନ୍ତୁ।

ଏହା ସହ WhatsApp Web ମାଧ୍ୟମରେ ଗୋପନୀୟ ତଥ୍ୟ ଆଦାନପ୍ରଦାନ ନକରିବାକୁ I4C ପରାମର୍ଶ ଦେଇଛି। ଆପଣଙ୍କ ଆକାଉଣ୍ଟରୁ ନିଜେ ନପଠାଇଥିବା ମେସେଜ୍ ଯିବା କିମ୍ବା ପରିଚିତଙ୍କଠାରୁ ଅସ୍ୱାଭାବିକ ଉତ୍ତର ଆସିବା ଭଳି ଘଟଣାକୁ ଗୁରୁତ୍ୱର ସହ ନିଅନ୍ତୁ।

ଉପଭୋକ୍ତାଙ୍କୁ ନିଜ କମ୍ପ୍ୟୁଟରର Operating System, Browser ଏବଂ Security Softwareକୁ ନିୟମିତ ଅପଡେଟ୍ ରଖିବାକୁ ମଧ୍ୟ କୁହାଯାଇଛି। ଅଜଣା ଲିଙ୍କ୍, ସନ୍ଦେହଜନକ ଡାଉନଲୋଡ୍ ଏବଂ ଅବିଶ୍ୱସ୍ତ ଆପ୍ଲିକେସନ୍‌ଠାରୁ ଦୂରେଇ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି।

Breaking News
ଗଙ୍ଗା ଉପରେ ନିର୍ମାଣ ହେଲା ‘ନୀତୀଶ ସେତୁ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ! ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି ଭାରତ-ବାଂଲାଦେଶ ବୈଠକ, ଚୁକ୍ତିର ଅବଧି ସରିବା ପୂର୍ବରୁ... ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’, ଜାଣନ୍ତୁ ରୁଟ୍ ଓ ସମୟସୂଚୀ ଗଙ୍ଗା ଉପରେ ନିର୍ମାଣ ହେଲା ‘ନୀତୀଶ ସେତୁ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ! ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି ଭାରତ-ବାଂଲାଦେଶ ବୈଠକ, ଚୁକ୍ତିର ଅବଧି ସରିବା ପୂର୍ବରୁ... ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’, ଜାଣନ୍ତୁ ରୁଟ୍ ଓ ସମୟସୂଚୀ
+