ଚୀନ୍‌ ଲିଙ୍କ୍‌ ଅନଲାଇନ୍ ଗେମିଂ ନେଟୱର୍କର ପର୍ଦ୍ଦାଫାଶ, ₹୨,୭୦୦ କୋଟିର ହେରଫେର ଧରିଲା ଆୟକର ବିଭାଗ!

ଚୀନ୍‌ ନିୟନ୍ତ୍ରିତ ଅନଲାଇନ୍ ଗେମିଂ ଓ ବେଟିଂ ଆପ୍‌ ଜରିଆରେ ଚାଲିଥିବା ପ୍ରାୟ ୨,୭୦୦ କୋଟି ଟଙ୍କାର ସନ୍ଦିଗ୍ଧ ଆର୍ଥିକ କାରବାରର ପର୍ଦ୍ଦାଫାଶ କରିଛି ଆୟକର ବିଭାଗ । ଏହି ଘଟଣାରେ ପ୍ରାୟ ୬.୨ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି ଜବତ ହୋଇଥିବା ବେଳେ ଦୁବାଇରେ ଦୁଇଟି ଗୁପ୍ତ ଫ୍ଲାଟ୍‌ର ସନ୍ଧାନ ମିଳିଛି। ଏହି କାରବାର ପଛରେ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରହିଛି।
Income Tax Department uncovers ₹2,700 crore Chinese-linked gaming network.
Income Tax Department uncovers ₹2,700 crore Chinese-linked gaming network.

ନୂଆଦିଲ୍ଲୀ: ଚୀନ୍ ଲିଙ୍କ୍ ଅନଲାଇନ୍ ଗେମିଂ ଓ ବେଟିଂ ନେଟୱର୍କର ବଡ଼ ଖୁଲାସା କରିଛି ଆୟକର ବିଭାଗ।ଭାରତୀୟ ଖେଳାଳିଙ୍କଠାରୁ ପ୍ରାୟ ୨,୭୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଏକ ଭାରତୀୟ ପେମେଣ୍ଟ ମଧ୍ୟସ୍ଥି ଓ ଅନେକ ନକଲି କମ୍ପାନୀର ସାହାଯ୍ୟ ନିଆଯାଉଥିବା ତଦନ୍ତରୁ ଜଣାପଡ଼ିଛି।

ଅକ୍ଟୋବର ମାସର ତୃତୀୟ ସପ୍ତାହରେ ଆୟକର ବିଭାଗ ପକ୍ଷରୁ ଏହି ଅପରେସନ୍ କରାଯାଇଥିଲା। ଏହି ସମୟରେ ପ୍ରାୟ ୬,୫୦,୦୦୦ ଡଲାର ମୂଲ୍ୟର ଅଘୋଷିତ କ୍ରିପ୍ଟୋକରେନ୍ସି ଜବତ ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୬.୨ କୋଟି ଟଙ୍କା। ଏଥିସହ ଦୁବାଇରେ ଦୁଇଟି ଅଘୋଷିତ ଫ୍ଲାଟ୍ର ସନ୍ଧାନ ମିଳିଛି। ଏହି ଫ୍ଲାଟ୍ କିଣିବା ପାଇଁ କ୍ରିପ୍ଟୋକରେନ୍ସି ଜରିଆରେ ପ୍ରାୟ ୧୦ କୋଟି ଟଙ୍କା ଦିଆଯାଇଥିବା ତଦନ୍ତ ସହ ଜଡ଼ିତ ସୂତ୍ରରୁ ଜଣାପଡ଼ିଛି।

୪୦ ମାସରେ ୨,୭୦୦ କୋଟିର କାରବାର

ଏହି ମାମଲାର ମୁଖ୍ୟ କେନ୍ଦ୍ରରେ ରହିଛି 1stPe ନାମକ ଏକ ଡିଜିଟାଲ୍ ଆର୍ଟ ପ୍ଲାଟଫର୍ମ। ଆୟକର ବିଭାଗର ପ୍ରାଥମିକ ତଦନ୍ତ ଅନୁସାରେ, ଜୁଲାଇ ୨୦୨୩ରୁ ଅକ୍ଟୋବର ୨୦୨୬ ମଧ୍ୟରେ ଏହି ପ୍ଲାଟଫର୍ମ ଚୀନ୍ ଲିଙ୍କ୍ ଅନଲାଇନ୍ ଗେମିଂ ଆପ୍ ପାଇଁ ପ୍ରାୟ ୨,୭୦୦ କୋଟି ଟଙ୍କାର ପେମେଣ୍ଟ ସଂଗ୍ରହ କରିଥିଲା। ଏଥିରୁ ପ୍ରାୟ ୧୭୦ କୋଟି ଟଙ୍କା କମିଶନ୍ ଆକାରରେ ରୋଜଗାର କରାଯାଇଥିବା ଜଣାପଡ଼ିଛି।

ନକଲି କମ୍ପାନୀ ଜରିଆରେ ଚାଲିଥିଲା କାରବାର

ତଦନ୍ତରୁ ଜଣାପଡ଼ିଛି ଯେ, ଏହି ନେଟୱର୍କ ସହ ଜଡ଼ିତ ବ୍ୟକ୍ତିମାନେ ଡିଜିଟାଲ୍ ଆର୍ଟ ବ୍ୟବସାୟ କରୁଥିବା ଦର୍ଶାଇ ଅନେକ ନକଲି କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀଗୁଡ଼ିକ ନକଲି ୱେବସାଇଟ୍ ତିଆରି କରି ପେମେଣ୍ଟ ଗେଟୱେରୁ ମର୍ଚ୍ଚାଣ୍ଟ ଆଇଡି (MID) ହାସଲ କରୁଥିଲେ।

ଯେତେବେଳେ କୌଣସି ଭାରତୀୟ ଖେଳାଳି UPI ଜରିଆରେ ଗେମିଂ ଆପ୍ରେ ଟଙ୍କା ଜମା କରୁଥିଲେ, ସେହି ଟଙ୍କା ପ୍ରଥମେ 1stPe ଏବଂ ପରେ ଏହି ନକଲି କମ୍ପାନୀଗୁଡ଼ିକର ପେମେଣ୍ଟ ଆଇଡି ଜରିଆରେ ଯାଉଥିଲା। କାଗଜପତ୍ରରେ ଏହି କାରବାରକୁ ଡିଜିଟାଲ୍ ଆର୍ଟ ସାମଗ୍ରୀର ବିକ୍ରି ବୋଲି ଦର୍ଶାଯାଉଥିଲା।

୧୧୩ଟି ଗେମିଂ ଆପ୍ର ଲିଙ୍କ୍ ମିଳିଲା

ସର୍ଭର ତଥ୍ୟର ଯାଞ୍ଚରୁ ଚୀନ୍ ଲିଙ୍କ୍ ଗେମିଂ ଆପ୍ ସହ ଜଡ଼ିତ ୧୧୩ଟି କ୍ଲାଏଣ୍ଟ ଲଗଇନ୍ର ସନ୍ଧାନ ମିଳିଛି। ଏଥିରେ KumarPay, BuddyPay, RummyPepper, BlueBerryRummy, Zoomnakki, DeepRummy ଓ Xxv918 ଭଳି ପ୍ଲାଟଫର୍ମ ସାମିଲ ଅଛି।

ବ୍ୟାଙ୍କ କିମ୍ବା ପେମେଣ୍ଟ ମଧ୍ୟସ୍ଥି କୌଣସି ଆକାଉଣ୍ଟକୁ ଫ୍ରିଜ୍ କଲେ, ଅନ୍ୟ ଏକ କମ୍ପାନୀ ଜରିଆରେ କାରବାର ଜାରି ରଖାଯାଉଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ନୂଆ କମ୍ପାନୀ ଖୋଲିବା ପାଇଁ ନାମକୁ ମାତ୍ର ନିର୍ଦ୍ଦେଶକ, ଭର୍ଚୁଆଲ୍ ଅଫିସ୍ ଓ ନକଲି ୱେବସାଇଟ୍ର ସାହାଯ୍ୟ ନିଆଯାଉଥିଲା।

ବର୍ତ୍ତମାନ ଆୟକର ବିଭାଗ 1stPe ଏକ ବିନା ଲାଇସେନ୍ସର ପେମେଣ୍ଟ ଏଗ୍ରିଗେଟର୍ ଭାବେ କାମ କରୁଥିଲା କି ନାହିଁ, ତାହାର ତଦନ୍ତ କରୁଛି। ଏହା ସହ ଏହି ନେଟୱର୍କର ପ୍ରକୃତ ହିତାଧିକାରୀ ଏବଂ ବିଦେଶକୁ ଟଙ୍କା ସ୍ଥାନାନ୍ତରର ପୂରା ତଥ୍ୟ ଖୋଜା ଚାଲିଛି।

Latest News
ବକ୍ସ ଅଫିସ୍‌ରେ ‘ରାମାୟଣ’ର ମହାରେକର୍ଡ! ୧୭ ଦିନରେ ବିଶ୍ୱବ୍ୟାପୀ ଆୟ ୧,୬୧୬ କୋଟି ପାର୍

ବକ୍ସ ଅଫିସ୍‌ରେ ‘ରାମାୟଣ’ର ମହାରେକର୍ଡ! ୧୭ ଦିନରେ...

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱା...

ଇଂରାଜୀରେ ବି ‘ପଶ୍ଚିମବଙ୍ଗ’ ହେବ ବେଙ୍ଗଲର ନାମ! ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ

ଇଂରାଜୀରେ ବି ‘ପଶ୍ଚିମବଙ୍ଗ’ ହେବ ବେଙ୍ଗଲର ନାମ!...

କୋଲକାତା: ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ...

ବକ୍ସ ଅଫିସରେ ‘ରାମାୟଣ’ର ରାଜ୍! ୧୭୦୦ କୋଟି ମୁହାଁ ରଣବୀରଙ୍କ ଫିଲ୍ମ

ବକ୍ସ ଅଫିସରେ ‘ରାମାୟଣ’ର ରାଜ୍! ୧୭୦୦ କୋଟି...

ମୁମ୍ବାଇ:ସିନେମା ହଲ୍ରେ ଜାରି ରହିଛି ‘ରାମାୟଣ&rsqu...

OTTରେ ରିଲିଜ୍ ହେବ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍: ଦ କନକ୍ଲୁଜନ୍’! ନଭେମ୍ବର ୨୭ରୁ Netflixରେ ଦେଖିପାରିବେ ଦର୍ଶକ

OTTରେ ରିଲିଜ୍ ହେବ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍:...

ମୁମ୍ବାଇ:OTT ପ୍ରେମୀ ଓ ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପାଇଁ...

ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି

ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର...

ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା ଓ ଦ୍ୱିପାକ୍ଷି...

ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’, ଜାଣନ୍ତୁ ରୁଟ୍ ଓ ସମୟସୂଚୀ

ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’,...

ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ରେଳ ସଂଯୋଗ କ୍ଷେତ୍ରରେ...

ସଂସଦର ମୌସୁମୀ ଅଧିବେଶନ ଏଯାଏଁ ଶେଷ ହୋଇନି, ସରକାରଙ୍କୁ ଘେରିଲା କଂଗ୍ରେସ

ସଂସଦର ମୌସୁମୀ ଅଧିବେଶନ ଏଯାଏଁ ଶେଷ ହୋଇନି,...

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନକୁ ଏଯାଏଁ ଆନୁଷ୍ଠାନିକ...

ନିର୍ବାଚନ ପୂର୍ବରୁ UP-Uttarakhand ମଧ୍ୟରେ ସମ୍ପତ୍ତି ବିବାଦର ସମାଧାନ ଉଦ୍ୟମ, ଯୋଗୀ-ଧାମୀଙ୍କ ବୈଠକକୁ ନେଇ ଚର୍ଚ୍ଚା

ନିର୍ବାଚନ ପୂର୍ବରୁ UP-Uttarakhand ମଧ୍ୟରେ ସମ୍ପତ୍ତି ବିବାଦର...

ଲକ୍ଷ୍ନୌ: ନିର୍ବାଚନ ପୂର୍ବରୁ ପୁଣି ଚର୍ଚ୍ଚାକୁ ଆସିଛି ଉତ୍...

Breaking News
ଗଙ୍ଗା ଉପରେ ନିର୍ମାଣ ହେଲା ‘ନୀତୀଶ ସେତୁ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ! ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି ଭାରତ-ବାଂଲାଦେଶ ବୈଠକ, ଚୁକ୍ତିର ଅବଧି ସରିବା ପୂର୍ବରୁ... ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’, ଜାଣନ୍ତୁ ରୁଟ୍ ଓ ସମୟସୂଚୀ ଗଙ୍ଗା ଉପରେ ନିର୍ମାଣ ହେଲା ‘ନୀତୀଶ ସେତୁ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ! ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି ଭାରତ-ବାଂଲାଦେଶ ବୈଠକ, ଚୁକ୍ତିର ଅବଧି ସରିବା ପୂର୍ବରୁ... ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’, ଜାଣନ୍ତୁ ରୁଟ୍ ଓ ସମୟସୂଚୀ
+