Jharkhand Police arrest wanted Maoist Dinesh Mahato after five years on the run.

୫ ବର୍ଷ ଧରି ଫେରାର ଥିବା କଟ୍ଟର ମାଓବାଦୀ ଝାଡ଼ଖଣ୍ଡରୁ ଗିରଫ

ଝାଡ଼ଖଣ୍ଡ ପୋଲିସ ୫ ବର୍ଷ ଧରି ଫେରାର ଥିବା କଟ୍ଟର ମାଓବାଦୀ ଦିନେଶ ମହାତୋଙ୍କୁ ବୋକାରୋ ଜିଲ୍ଲାର ତାଙ୍କ ପୈତୃକ ଗାଁରୁ ଗିରଫ କରିଛି। ସେ ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନ ସହ ଜଡିତ ଥିବା ସହ ତାଙ୍କ ବିରୋଧରେ ୧୦ରୁ ଅଧିକ ମାମଲା ରହିଛି।

ପ୍ରାୟ ପାଞ୍ଚ ବର୍ଷ ଧରି ଫେରାର ଥିବା ଜଣେ କଟ୍ଟର ମାଓବାଦୀଙ୍କୁ ଝାଡ଼ଖଣ୍ଡ ପୋଲିସ ସୋମବାର ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଦିନେଶ ମହାତୋ। ସେ ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନ ସହ ଜଡିତ ଥିବା ସହ ପୋଲିସ ପକ୍ଷରୁ ଘୋଷିତ ଫେରାର ଅପରାଧୀ ଥିଲେ।

ପୋଲିସ ସୂଚନା ଅନୁସାରେ, ବୋକାରୋ ଜିଲ୍ଲାର ଚତ୍ରୋଚଟ୍ଟି ଥାନା ଅନ୍ତର୍ଗତ ହୁରଲୁଙ୍ଗ ଗାଁରେ ତାଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୋଲିସ ଟିମ୍ ରାତିରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

ଦିନେଶ ମହାତୋଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୦ରୁ ଅଧିକ ଆପରାଧିକ ମାମଲା ରହିଛି। ପୋଲିସର ଅଭିଯୋଗ ଅନୁଯାୟୀ, ସେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସିପିଆଇ (ମାଓବାଦୀ)ରେ ଯୋଗ ଦେଇଥିଲେ ଏବଂ ସଂଗଠନକୁ ଅସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଯୋଗାଇବା ଭଳି କାର୍ଯ୍ୟରେ ସକ୍ରିୟ ଥିଲେ।

ସୁରକ୍ଷା ବାହିନୀ ଅନେକ ଥର ତାଙ୍କୁ ଧରିବାକୁ ଅଭିଯାନ ଚଳାଇଥିଲେ ମଧ୍ୟ, ସେ ପ୍ରତ୍ୟେକ ଥର ଜଙ୍ଗଲ ଅଞ୍ଚଳରେ ଲୁଚି ଫେରାର ହୋଇଯାଉଥିଲେ।

ବର୍ତ୍ତମାନ ତାଙ୍କୁ ପୋଲିସ ହେପାଜତରେ ରଖି ପଚରାଉଚରା କରାଯାଉଛି। ମାଓବାଦୀ ସଂଗଠନରେ ତାଙ୍କ ଭୂମିକା, ଅନ୍ୟ ସଦସ୍ୟଙ୍କ ସହ ସମ୍ପର୍କ ଏବଂ ସଂଗଠନର କାର୍ଯ୍ୟକଳାପ ସମ୍ପର୍କରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+