ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚାଲିଥିବା ପ୍ରସ୍ତୁତି ମଧ୍ୟରେ ହଠାତ୍ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ବୋମାମାଡ଼ ଘଟଣା ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ସ୍ଥଗିତ କରିବା ସହ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
୨୦୨୬-୨୭ ଶିକ୍ଷାବର୍ଷ ପାଇଁ ବ୍ୟାସନଗର କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବାର ଥିଲା। କିନ୍ତୁ କଲେଜର ନିର୍ବାଚନୀ କମିଟି ଓ ଏକାଡେମିକ୍ କମିଟିର ମିଳିତ ବୈଠକ ପରେ ନିର୍ବାଚନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
କଲେଜ ଅଧ୍ୟକ୍ଷଙ୍କ ପକ୍ଷରୁ ଏନେଇ Notice No. 3078 ଜାରି କରାଯାଇଛି।
ରିପୋର୍ଟ ଅନୁସାରେ, ଗୁରୁବାର ଭୋର ସମୟରେ କଲେଜ ପରିସରରେ ଅଧ୍ୟକ୍ଷଙ୍କ ବାସଭବନ ନିକଟରେ ବିସ୍ଫୋରଣ ହୋଇଥିଲା। ଏହା ପରେ ଛାତ୍ରାବାସ ଅଞ୍ଚଳରେ ମଧ୍ୟ ବୋମା ଫୁଟିଥିବା ଖବର ମିଳିଛି। ପୋଲିସ ଘଟଣାସ୍ଥଳରୁ ଅଫୁଟା ବୋମା ଜବତ କରି ତଦନ୍ତ ଆରମ୍ଭ କରିଛି।
ତେବେ ଏହି ଘଟଣାର ପ୍ରକୃତ କାରଣ କ’ଣ ଏବଂ ଏହା ଛାତ୍ର ନିର୍ବାଚନ ସହ ସିଧାସଳଖ ଭାବେ ଜଡ଼ିତ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତ ଜାରି ରହିଛି।
କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୮ ଅପରାହ୍ନ ୧ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ। ଏହା ସହ ଆବାସିକ ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୯ ସକାଳ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିଷ୍ପତ୍ତି ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ କଳିଙ୍ଗନଗର ADMଙ୍କୁ ମଧ୍ୟ ଅବଗତ କରାଯାଇଛି।
ବ୍ୟାସନଗର କଲେଜରେ ଛାତ୍ର ସଂସଦ ନିର୍ବାଚନ ପୁଣି କେବେ ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ନୂଆ ତାରିଖ ଘୋଷଣା ହୋଇନାହିଁ। ସେହିପରି କଲେଜ କେବେ ଖୋଲିବ, ତାହା ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି।
ରାଜ୍ୟରେ ୮ ବର୍ଷ ପରେ ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାବେଳେ ବ୍ୟାସନଗର କଲେଜର ଏହି ଘଟଣା ନେଇ କ୍ୟାମ୍ପସରେ ଚିନ୍ତା ବଢ଼ିଛି। ରାଜ୍ୟସ୍ତରରେ ନିର୍ବାଚନ ସୂଚୀ ଅନୁଯାୟୀ ଅକ୍ଟୋବର ୯ରେ ନାମାଙ୍କନ, ଅକ୍ଟୋବର ୧୪ରେ ‘Why I Stand For’ ଏବଂ ଅକ୍ଟୋବର ୧୫ରେ ଭୋଟଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି।
୮ ବର୍ଷ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ: ଅକ୍ଟୋବର ୧୫ରେ ଭୋଟ୍, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ।
ନୂଆଦିଲ୍ଲୀ: ସାଉଦି ଆରବର ଆଭା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ...
Mahadev Online Betting App ମାମଲାର ତଦନ୍ତ ଏବେ ଆହୁରି...
ଜମ୍ମୁ: ଜମ୍ମୁ-କଶ୍ମୀରର ଜମ୍ମୁ ଜିଲ୍ଲା ଅର୍ଣ୍ଣିଆ ସୀମା ଅଞ...
ଡେରାଡୁନ୍:ଉତ୍ତରାଖଣ୍ଡର ଗ୍ରାମାଞ୍ଚଳରେ ଗରିବ, ଆବାସହୀନ ଏବ...
ନୋବେଲ କେମିଷ୍ଟ୍ରି ପୁରସ୍କାର ଘୋଷଣା ବୁଧବାର, ଅକ୍ଟୋବର...
ପଞ୍ଜାବ ପୁଲିସ ଏକ କଥିତ ପାକିସ୍ତାନ ସମର୍ଥିତ ଆତଙ୍କୀ ଷଡ଼ଯ...
୨୦୨୬ ମସିହାର ନୋବେଲ ପୁରସ୍କାର କେମିଷ୍ଟ୍ରି ଫ୍ରାନ୍ସର ରସା...
ଦେଶର ବିଭିନ୍ନ ବଡ଼ ପ୍ରବେଶିକା ଓ ଯୋଗ୍ୟତା ପରୀକ୍ଷା ପରିଚା...