ମୁମ୍ବାଇ:ଗଣେଶ ଚତୁର୍ଥୀ ୨୦୨୬କୁ ପାରମ୍ପରିକ ଢଙ୍ଗରେ ପାଳନ କରିଛନ୍ତି ଅଭିନେତା ତଥା ମାର୍ଶାଲ ଆର୍ଟିଷ୍ଟବିଦ୍ୟୁତ ଜାମୱାଲ। ସୋମବାର ସେ ମୁମ୍ବାଇର ପ୍ରସିଦ୍ଧଲାଲବାଗଚା ରାଜା ପଣ୍ଡାଲରେ ପହଞ୍ଚି ଗଣପତିଙ୍କ ଦର୍ଶନ କରିବା ସହ ପୂଜା ଓ ଆରତୀରେ ସାମିଲ ହୋଇଥିଲେ।
କେବଳ ଦର୍ଶନ କରି ଫେରିନଥିଲେ ବିଦ୍ୟୁତ। ସେ ଉତ୍ସବରେ ସକ୍ରିୟ ଭାବେ ସାମିଲ ହୋଇଡମ୍ବରୁ ବଜାଇବା ସହ ଶଙ୍ଖ ଫୁଙ୍କିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।
ଧଳା ରଙ୍ଗର ପାରମ୍ପରିକ ପୋଷାକରେ ଲାଲବାଗଚା ରାଜାଙ୍କ ପଣ୍ଡାଲରେ ପହଞ୍ଚିଥିଲେ ବିଦ୍ୟୁତ। ପ୍ରଥମେ ସେ ଗଣେଶଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରାର୍ଥନା କରିଥିଲେ। ପରେ ସେ ଡମ୍ବରୁ ହାତରେ ଧରି ବଜାଇଥିଲେ ଏବଂ ଏହା ପରେ ଶଙ୍ଖ ଫୁଙ୍କିଥିଲେ।
ତାଙ୍କୁ ଏଭଳି ଉତ୍ସବରେ ମିଶିଯାଇଥିବା ଦେଖି ସେଠାରେ ଉପସ୍ଥିତ ଭକ୍ତମାନେ ମଧ୍ୟ ଉତ୍ସାହିତ ହୋଇଥିଲେ। ବିଦ୍ୟୁତଙ୍କ ଏହି ଅନ୍ଦାଜର ଭିଡିଓ ଏବେ ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରୁଛି।
ମୁମ୍ବାଇରଲାଲବାଗଚା ରାଜାଦେଶର ଅନ୍ୟତମ ପ୍ରସିଦ୍ଧ ଗଣେଶ ମୂର୍ତ୍ତି। ୧୦ ଦିନିଆ ଗଣେଶୋତ୍ସବ ସମୟରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସନ୍ତି।
୨୦୨୬ରେଲାଲବାଗଚା ରାଜା ସାର୍ବଜନିକ ଗଣେଶୋତ୍ସବ ମଣ୍ଡଳ ୯୩ତମ ବର୍ଷପାଳନ କରୁଛି। ଚଳିତ ବର୍ଷର ଉତ୍ସବ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଛି।
ଏଥର ପଣ୍ଡାଲର ସାଜସଜ୍ଜା ମଧ୍ୟ ବିଶେଷ ଆକର୍ଷଣ ପାଲଟିଛି।ମହାକାଳେଶ୍ୱର ମନ୍ଦିରରୁ ପ୍ରେରଣା ନେଇ ମହାଦେବ ଥିମ୍ରେପଣ୍ଡାଲର ମଣ୍ଡପ ପ୍ରସ୍ତୁତ କରାଯାଇଛି।
ଏପଟେ ବିଦ୍ୟୁତ ଜାମୱାଲ ଖୁବଶୀଘ୍ର ହଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ‘Street Fighter’ଫିଲ୍ମରେ ପ୍ରସିଦ୍ଧ yoga masterDhalsimଭୂମିକାରେ ନଜର ଆସିବେ।
Kitao Sakuraiଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଲୋକପ୍ରିୟ video game franchise ଉପରେ ଆଧାରିତ। ଏଥିରେ Noah Centineo, Andrew Koji, Callina Liang, Roman Reigns, Jason Momoa ଏବଂ Curtis ‘50 Cent’ Jacksonଙ୍କ ଭଳି ଅଭିନେତା ଅଭିନୟ କରୁଛନ୍ତି।
‘Street Fighter’ ୧୬ ଅକ୍ଟୋବର ୨୦୨୬ରେ ସିନେମା ହଲ୍ରେ ରିଲିଜ୍ ହେବ।
ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...
ମେଡିକାଲ୍‌ର ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମଲେଖ...
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...
ଭୁବନେଶ୍ୱର, ନଭେମ୍ବର ୧: ବାତ୍ୟା ‘ଅର୍ଣ୍ଣବ’...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...