ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂମିକମ୍ପ ପରେ ସମଗ୍ର ଦେଶରେ ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବାବେଳେ ହଜାର ହଜାର ଲୋକ ନିଖୋଜ ରହିଛନ୍ତି। ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଉଦ୍ଧାରକାରୀ ଦଳ, ସେନା ଏବଂ ସ୍ଥାନୀୟ ଲୋକମାନେ ମିଳିତ ଭାବେ ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି।
ଏହି ବିପର୍ଯ୍ୟୟ ମଧ୍ୟରେ ଲା-ଗୁଆଇରାରୁ ଏକ ଆଶାର କିରଣ ସାମ୍ନାକୁ ଆସିଛି। ସବୁଠାରୁ ଅଧିକ ପ୍ରଭାବିତ ଏହି ଅଞ୍ଚଳରେ ଭଗ୍ନାବଶେଷ ତଳୁ ଦୁଇଟି ନବଜାତ ଶିଶୁ, ଜଣେ ୧୨ ବର୍ଷୀୟ ଶିଶୁ ଏବଂ ଗୋଟିଏ ପୋଷା କୁକୁରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୌଭାଗ୍ୟବଶତଃ ସେମାନଙ୍କର କୌଣସି ଗୁରୁତର କ୍ଷତି ହୋଇନାହିଁ।
ଅଧିକାରୀଙ୍କ ଅନୁସାରେ, ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଶହ ଶହ ଲୋକ ଧ୍ୱସ୍ତ କୋଠା ତଳେ ଫସି ରହିଥିବା ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟରେ କେବଳ ମଣିଷ ନୁହେଁ, ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବାହାର କରାଯାଉଛି।
ଏହି ସମୟରେ ଏକ ପୋଷା କୁକୁରକୁ ଜୀବନ୍ତ ଅବସ୍ଥାରେ ଭଗ୍ନାବଶେଷ ତଳୁ ବାହାର କରାଯାଇଥିଲା। ଉଦ୍ଧାର ପରେ ତାହାକୁ ପାଣି ପିଆଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହି ଭାବପ୍ରବଣ ଉଦ୍ଧାର ଅଭିଯାନର ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେଉଛି।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ତଥା ଶେଷ T...
କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋଟିଆ ଅଞ୍...
ନୂଆଦିଲ୍ଲୀ: ପୋଲିସିଂ, ଆଭ୍ୟନ୍ତରୀଣ ସୁରକ୍ଷା, ଅପରାଧ ତଦନ୍...
କେନ୍ଦ୍ରାପଡ଼ା, ନଭେମ୍ବର ୧: କେନ୍ଦ୍ରାପଡ଼ାର ଐତିହାସିକ ଲକ...
ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଆଉ ଏକ ଗୌରବର ଖବର। ଉଦୀୟମାନ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
କଟକ, ୧ ନଭେମ୍ବର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (O...
ହାମିଲଟନ୍‌ର ସେଡନ୍‌ ପାର୍କରେ ଖେଳାଯାଇଥିବା ପଞ...