କେନ୍ଦ୍ରାପଡ଼ା, ନଭେମ୍ବର ୧: କେନ୍ଦ୍ରାପଡ଼ାର ଐତିହାସିକ ଲକ୍ଷ୍ମୀପୂଜା ଶତବାର୍ଷିକୀ ଉତ୍ସବର ମେଲଣ ଓ ଭସାଣି ଶୋଭାଯାତ୍ରାକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଏବଂ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।
ଏହି ଅବସରରେ କେନ୍ଦ୍ରାପଡ଼ା ସହର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୩୦ରୁ ଅଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅତିରିକ୍ତ ଏସ୍ପି, ଡିଏସ୍ପି, ଇନ୍ସପେକ୍ଟର ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।
କଟକ କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାୟକ ଏବଂ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କାଟାରିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ସେମାନେ ସମ୍ବେଦନଶୀଳ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରିଛନ୍ତି।
ସହର ଉପରେ ନଜର ରଖିବା ପାଇଁ CCTV କ୍ୟାମେରା, ମୋବାଇଲ୍ ପାଟ୍ରୋଲିଂ ୟୁନିଟ୍, ଷ୍ଟ୍ରାଇକିଂ ଫୋର୍ସ ଏବଂ ସାଦା ପୋଷାକଧାରୀ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ସହ ପୂଜା କମିଟି ଓ ସ୍ୱେଚ୍ଛାସେବୀଙ୍କ ସହ ସମନ୍ୱୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁବିଧାଜନକ କରିବା ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ୍ ନିୟମ ମାନିବା ଏବଂ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛି। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଛି।
ଭାରତୀୟ କୁସ୍ତି ଜଗତରେ ଐତିହାସିକ ସଫଳତା ହାସଲ କରିଥିବା ମନ...
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...
ଆନ୍ଧ୍ରପ୍ରଦେଶରେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି...
ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଆଉ ଏକ ଗୌରବର ଖବର। ଉଦୀୟମାନ...
ହାମିଲଟନ୍‌ର ସେଡନ୍‌ ପାର୍କରେ ଖେଳାଯାଇଥିବା ପଞ...
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ତଥା ଶେଷ T...
ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...