ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ପରେ ଏବେ ଶାନ୍ତି ଆଲୋଚନାର ପର୍ବ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ୧୦ ତାରିଖରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଦୁଇ ଦେଶ ମୁହାଁମୁହିଁ ବୈଠକ କରିବେ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସୋସିଆଲ ମିଡିଆରେ ଏହା ଘୋଷଣା କରିଥିବା ସହିତ କହିଛନ୍ତି ଯେ, ଆମେରିକା, ଇରାନ ଏବଂ ସେମାନଙ୍କ ସହଯୋଗୀମାନେ ଲେବାନନ ସମେତ ବିଭିନ୍ନ କ୍ଷେତ୍ରରେ ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବାକୁ ସମ୍ମତ ହୋଇଛନ୍ତି।
ଏହି ସମୟରେ ପାକିସ୍ତାନ ମଧ୍ୟସ୍ଥତା ଭୂମିକା ନେଇ ଦୁଇ ଦେଶଙ୍କୁ ଆଲୋଚନାର ମଞ୍ଚରେ ଆଣିବାରେ ସକ୍ରିୟ ଭାବରେ କାମ କରୁଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ କୂଟନୈତିକ ସଫଳତା ଭାବରେ ଦେଖାଯାଉଛି।
ଶାହବାଜ ସରିଫ ଏହି ଅସ୍ତ୍ରବିରତି ଓ ଆଗାମୀ ଆଲୋଚନାକୁ ସ୍ୱାଗତ କରି କହିଛନ୍ତି ଯେ, ଏହା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଉଭୟ ପକ୍ଷ ଗଠନମୂଳକ ମନୋଭାବ ଦେଖାଇ ଦୀର୍ଘମିୟାଦୀ ସମାଧାନ ଦିଗରେ ଆଗୁଆ ହେଉଛନ୍ତି।
ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ମଧ୍ୟ ଏହି ଅସ୍ତ୍ରବିରତିକୁ ଅନୁମୋଦନ କରିଛି ଏବଂ ଆଲୋଚନାରେ ଯୋଗଦେବାକୁ ସ୍ପଷ୍ଟ କରିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିଜ ମନୋଭାବରେ ପରିବର୍ତ୍ତନ ଆଣି ଅସ୍ତ୍ରବିରତି ପକ୍ଷରେ ସମର୍ଥନ ଦେଇଛନ୍ତି।
ଯଦିଓ ଏହି ଅସ୍ତ୍ରବିରତି ଦ୍ୱାରା ସମ୍ପୂର୍ଣ୍ଣ ଭାବେ ତଣାପୋଡ଼ ସମାପ୍ତ ହୋଇନାହିଁ, ତଥାପି ଏହାକୁ ଏକ ସକାରାତ୍ମକ ଆରମ୍ଭ ଭାବରେ ଦେଖାଯାଉଛି। ବିଶେଷଜ୍ଞମାନଙ୍କ ମତରେ, ଇସଲାମାବାଦରେ ହେବାକୁ ଥିବା ଏହି ଆଲୋଚନା ଆଗାମୀ ଦିନରେ ସ୍ଥାୟୀ ଶାନ୍ତି ପାଇଁ ପଥ ପ୍ରସ୍ତୁତ କରିପାରେ।
ଗୁଜୁରାଟରେ ଲଗାଣ ବର୍ଷାର ପ୍ରଭାବରେ ରେଳ ଚଳାଚଳ ଗୁରୁତର ଭା...
ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...
ମଣିପୁରରେ ୨୦୨୩ ମସିହାରେ ଘଟିଥିବା ଜାତିଗତ ହିଂସା ସମ୍ପର୍କ...
ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ...
ଓଡ଼ିଶାର ଦ୍ରୁତ ବିକାଶଶୀଳ ପ୍ରଯୁକ୍ତି ପରିବେଶ ପାଇଁ ଏକ ବଡ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...
ପଞ୍ଜାବର ଫିରୋଜପୁର ସେକ୍ଟରସ୍ଥିତ ଭାରତ-ପାକିସ୍ତାନ ସୀମାରେ...
ଅଦାନୀ ଗ୍ରୁପ୍‌ର ଅଦାନୀ ଏନର୍ଜି ସଲ୍ୟୁସନ୍ସ ଲିମିଟେଡ...
ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ଶିଳ୍ପ ପ୍ରକଳ୍ପ। କେନ୍ଦ୍ର ସ...
ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ବର୍ଷାର ପ୍ରକୋପ ଜାରି ରହି...