Donald Trump imposes 25 percent tariff on Brazil as President Lula criticises the decision.

ବ୍ରାଜିଲ ଉପରେ ୨୫% ଶୁଳ୍କ ଲଗାଇଲା ଆମେରିକା, ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ବର୍ଷିଲେ ରାଷ୍ଟ୍ରପତି ଲୁଲା

ଆମେରିକା ବ୍ରାଜିଲରୁ ଆସୁଥିବା ଅଧିକାଂଶ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଏହାକୁ ନେଇ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା କଡ଼ା ପ୍ରତିକ୍ରିୟା ଦେଇ ଆମେରିକାର ଏକପାଖିଆ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଆମେରିକା ବ୍ରାଜିଲ ବିରୋଧରେ ବଡ଼ ବାଣିଜ୍ୟିକ ପଦକ୍ଷେପ ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରାଜିଲରୁ ଆମଦାନି ହେଉଥିବା ଅଧିକାଂଶ ସାମଗ୍ରୀ ଉପରେ୨୫ ପ୍ରତିଶତ ଶୁଳ୍କଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆମେରିକାର ଅଭିଯୋଗ ଅନୁସାରେ, ବ୍ରାଜିଲ ସରକାର ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ କୂଟନୀତିକ ପ୍ରସଙ୍ଗରେ ସଚ୍ଚୋଟ ଭାବେ ସହଯୋଗ କରୁନାହାନ୍ତି। ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରି କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧିଙ୍କୁ ବ୍ରାଜିଲୀୟ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଏହି ନିଷ୍ପତ୍ତିକୁ କଡ଼ା ଭାବେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଦେଶ ବିରୋଧରେ ଏଭଳି ଏକପାଖିଆ ପଦକ୍ଷେପ ଗ୍ରହଣ କରିବା ଉଚିତ ନୁହେଁ। ସେ ଦାବି କରିଛନ୍ତି ଯେ, ଗତ ୧୫ ବର୍ଷରେ ଆମେରିକା ବ୍ରାଜିଲ ସହ ବାଣିଜ୍ୟରୁ ବ୍ୟାପକ ଲାଭ ପାଇଛି।

ଲୁଲା କହିଛନ୍ତି ଯେ, ୨୦୨୫ରେ ବ୍ରାଜିଲକୁ ଆସିଥିବା ୭୬ ପ୍ରତିଶତ ଆମେରିକୀୟ ସାମଗ୍ରୀ ଉପରେ କୌଣସି ଶୁଳ୍କ ଲାଗିନଥିଲା ଏବଂ ହାରାହାରି ଶୁଳ୍କ ମାତ୍ର ୩.୧ ପ୍ରତିଶତ ଥିଲା। ତେଣୁ ଆମେରିକାର ଏହି ନିଷ୍ପତ୍ତି ଯୁକ୍ତିସଙ୍ଗତ ନୁହେଁ ବୋଲି ସେ କହିଛନ୍ତି।

ବ୍ରାଜିଲ ସରକାର ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ଏହି ଶୁଳ୍କ ପ୍ରତ୍ୟାହାର ନ କରେ, ତେବେ‘ରେସିପ୍ରୋସିଟି ଲ’ଅନୁସାରେ ପାଲଟା ପଦକ୍ଷେପ ନିଆଯିବ। ଏହାସହ ବ୍ରାଜିଲ ଏହି ବିବାଦକୁ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ନିକଟକୁ ନେବାକୁ ମଧ୍ୟ ସଙ୍କେତ ଦେଇଛି।

ଆମେରିକା-ବ୍ରାଜିଲ ମଧ୍ୟରେ ବଢ଼ୁଥିବା ଏହି ବାଣିଜ୍ୟିକ ବିବାଦ ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟ ଓ ଆର୍ଥିକ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ।

Latest News
ନିତିନ ଗଡ଼କରୀଙ୍କୁ ନେଇ ଭ୍ରମାତ୍ମକ ପ୍ରଚାର ଅଭିଯୋଗ: ମନୀଷ କଶ୍ୟପ ସମେତ ଅନେକଙ୍କ ବିରୋଧରେ ମାମଲା

ନିତିନ ଗଡ଼କରୀଙ୍କୁ ନେଇ ଭ୍ରମାତ୍ମକ ପ୍ରଚାର ଅଭିଯୋଗ:...

ଇ-୨୦ ପେଟ୍ରୋଲ୍‌କୁ ନେଇ ସୋସିଆଲ ମିଡିଆରେ କଥିତ ଭ୍ରମ...

E20 ପେଟ୍ରୋଲ ନ ଚାହିଁଲେ ଅଧିକ ଟଙ୍କା ଦେଇ ବିଶୁଦ୍ଧ ପେଟ୍ରୋଲ କିଣନ୍ତୁ: ନୀତିନ ଗଡକରୀ

E20 ପେଟ୍ରୋଲ ନ ଚାହିଁଲେ ଅଧିକ ଟଙ୍କା...

ଦେଶରେ ୨୦ ପ୍ରତିଶତ ଇଥାନଲ ମିଶ୍ରିତ E20 ପେଟ୍ରୋଲକୁ ନେଇ ବ...

ବଙ୍ଗୋପସାଗରରେ ଭୟଙ୍କର ଡଙ୍ଗା ଦୁର୍ଘଟଣା: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ୨ ଡଙ୍ଗା ବୁଡ଼ି, ୫୦୦ରୁ ଅଧିକ ମୃତ୍ୟୁ ଆଶଙ୍କା

ବଙ୍ଗୋପସାଗରରେ ଭୟଙ୍କର ଡଙ୍ଗା ଦୁର୍ଘଟଣା: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ...

ବଙ୍ଗୋପସାଗରରେ ଘଟିଛି ଏକ ହୃଦୟବିଦାରକ ଡଙ୍ଗା ଦୁର୍ଘଟଣା। ମ...

EPFOର ୮.୨୫% ସୁଧ ଜମା ଆରମ୍ଭ! ଏଭଳି ଚେକ୍ କରନ୍ତୁ ଆପଣଙ୍କ ଅପଡେଟେଡ୍ PF ବାଲାନ୍ସ

EPFOର ୮.୨୫% ସୁଧ ଜମା ଆରମ୍ଭ! ଏଭଳି...

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟ...

ମମତାଙ୍କୁ କଂଗ୍ରେସର ଖୋଲା ଆହ୍ୱାନ: ପ୍ରଥମେ କ୍ଷମା ମାଗନ୍ତୁ, ପରେ ‘ଶହୀଦ ଦିବସ’ କାର୍ଯ୍ୟକ୍ରମକୁ ଆସନ୍ତୁ

ମମତାଙ୍କୁ କଂଗ୍ରେସର ଖୋଲା ଆହ୍ୱାନ: ପ୍ରଥମେ କ୍ଷମା...

ପଶ୍ଚିମବଙ୍ଗରେ ୨୧ ଜୁଲାଇ ‘ଶହୀଦ ଦିବସ’କୁ କେ...

ନାବାଳିକା ଦୁଷ୍କର୍ମ ମାମଲାରେ କଡ଼ା ରାୟ: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ

ନାବାଳିକା ଦୁଷ୍କର୍ମ ମାମଲାରେ କଡ଼ା ରାୟ: ୨...

୨୦୨୩ ମସିହାରେ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଥିବା ଜଣେ ନ...

ମୟୂରଭଞ୍ଜରେ ଅଭାବନୀୟ ଘଟଣା: କଟୁରୀରେ ହାଣି ୪ ବର୍ଷର ପୁଅକୁ ହତ୍ୟା କଲା ବାପା, ଫେରାର ଅଭିଯୁକ୍ତ

ମୟୂରଭଞ୍ଜରେ ଅଭାବନୀୟ ଘଟଣା: କଟୁରୀରେ ହାଣି ୪...

ମୟୂରଭଞ୍ଜ ଜିଲ୍ଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚାଞ୍ଚଲ୍ୟ...

‘୩ କୋଟି ଦିଅ, ମନ୍ତ୍ରୀ କରିଦେବି’: କେରଳ କଂଗ୍ରେସ ବିଧାୟକଙ୍କୁ ସାଇବର ଠକଙ୍କ ଠକେଇ ଉଦ୍ୟମ

‘୩ କୋଟି ଦିଅ, ମନ୍ତ୍ରୀ କରିଦେବି’: କେରଳ...

କେରଳରୁ ଏକ ନୂଆ ସାଇବର ଠକେଇ ଉଦ୍ୟମର ଘଟଣା ସାମ୍ନାକୁ ଆସିଛ...

ଦିଲ୍ଲୀର ୧୦୮ ସ୍କୁଲ କୋଠା ଅସୁରକ୍ଷିତ ଘୋଷଣା, ୭ଟିକୁ ତୁରନ୍ତ ଭାଙ୍ଗିବାକୁ ଅନୁମୋଦନ

ଦିଲ୍ଲୀର ୧୦୮ ସ୍କୁଲ କୋଠା ଅସୁରକ୍ଷିତ ଘୋଷଣା,...

ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସରକାର ବଡ଼ ପଦ...

ପାଠ୍ୟପୁସ୍ତକ ତ୍ରୁଟି ବିବାଦ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର ଅଭିଯୋଗ କଲା ବିଜେପି

ପାଠ୍ୟପୁସ୍ତକ ତ୍ରୁଟି ବିବାଦ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ...

ଓଡ଼ିଶାରେ ଚାଲିଥିବା ପାଠ୍ୟପୁସ୍ତକ ତ୍ରୁଟି ବିବାଦ ଏବେ ରାଜ...

ଭଗବାନପୁରିଆ ଗ୍ୟାଙ୍ଗ ବିରୋଧରେ ଆମେରିକାର ବଡ଼ ଆକ୍ସନ୍, ଏଫବିଆଇର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ନୀତିଶ କୌଶଳ

ଭଗବାନପୁରିଆ ଗ୍ୟାଙ୍ଗ ବିରୋଧରେ ଆମେରିକାର ବଡ଼ ଆକ୍ସନ୍,...

ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଆ...

ଭାରତର ସବୁଠାରୁ ବଡ଼ ପରମାଣୁ କେନ୍ଦ୍ରର ସମ୍ବେଦନଶୀଳ ତଥ୍ୟ ଲିକ୍! କୁଡ଼ନକୁଲମ୍‌କୁ ନେଇ ବଢ଼ିଲା ସାଇବର ସୁରକ୍ଷା ଚିନ୍ତା

ଭାରତର ସବୁଠାରୁ ବଡ଼ ପରମାଣୁ କେନ୍ଦ୍ରର ସମ୍ବେଦନଶୀଳ...

ଭାରତର ସବୁଠାରୁ ବଡ଼କୁଡ଼ନକୁଲମ୍ ପରମାଣୁ ଶକ୍ତି କେନ୍ଦ୍ରସହ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+