ଅକ୍ଟୋବର ୧୫ରୁ UPIରେ MDR ଚାର୍ଜ: କିଏ ଦେବେ, କିଏ ଛାଡ଼ ପାଇବେ? PhonePe CEO କଲେ ସ୍ପଷ୍ଟ

୨୦୨୬ ଅକ୍ଟୋବର ୧୫ରୁ ₹୨,୦୦୦ରୁ ଅଧିକ କିଛି UPI ବ୍ୟବସାୟିକ ଲେନଦେନରେ ସର୍ବାଧିକ ୦.୪୦% Merchant Discount Rate (MDR) ଲାଗୁ ହେବ।
 PhonePe CEO Sameer Nigam କହିଛନ୍ତି ଯେ ସାଧାରଣ ଗ୍ରାହକଙ୍କ ପାଇଁ UPI ପେମେଣ୍ଟ ମାଗଣା ରହିବ ଏବଂ MDR ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଲେନଦେନରେ ଲାଗୁ ହେବ।
PhonePe CEO Sameer Nigam କହିଛନ୍ତି ଯେ ସାଧାରଣ ଗ୍ରାହକଙ୍କ ପାଇଁ UPI ପେମେଣ୍ଟ ମାଗଣା ରହିବ ଏବଂ MDR ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଲେନଦେନରେ ଲାଗୁ ହେବ।

UPI ବ୍ୟବହାରକାରୀ ଏବଂ ବ୍ୟବସାୟୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍।୨୦୨୬ ଅକ୍ଟୋବର ୧୫ରୁ କିଛି UPI ବ୍ୟବସାୟିକ ଲେନଦେନରେ Merchant Discount Rate (MDR)ଲାଗୁ ହେବ। ନୂଆ ବ୍ୟବସ୍ଥାରେ ₹୨,୦୦୦ରୁ ଅଧିକ ଯୋଗ୍ୟ ଲେନଦେନରେ ସର୍ବାଧିକ ୦.୪୦% MDR ରହିବ।

ଏହି ନୂଆ ନିୟମକୁ ନେଇ UPI ବ୍ୟବହାରକାରୀଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ—ଏହି ଚାର୍ଜ କିଏ ଦେବେ ଏବଂ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ କି?

PhonePe CEOSameer NigamAaj Tak ସହ ଏକ ଆଲୋଚନାରେ ଏହା ନେଇ ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଗ୍ରାହକଙ୍କ ପାଇଁ UPI ପେମେଣ୍ଟ ମାଗଣା ରହିବ। MDR ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଲେନଦେନରେ ଲାଗିବ ଏବଂ ଏହା ଗ୍ରାହକଙ୍କୁ ସିଧାସଳଖ ଚାର୍ଜ କରାଯିବ ନାହିଁ।

କେଉଁଠି ଲାଗିବ ୦.୪୦% MDR?

ସାଧାରଣ ମର୍ଚ୍ଚାଣ୍ଟ କ୍ୟାଟେଗୋରୀରେ ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ସର୍ବାଧିକ୦.୪୦% MDRଲାଗିବ। PhonePe CEOଙ୍କ କହିବା ଅନୁସାରେ, QR କୋଡ୍ ମାଧ୍ୟମରେ ମାସକୁ ₹୧ ଲକ୍ଷରୁ ଅଧିକ UPI ପେମେଣ୍ଟ ଗ୍ରହଣ କରୁଥିବା ମର୍ଚ୍ଚାଣ୍ଟମାନେ ଏହି ନିୟମର ଅଧୀନରେ ଆସିବେ।

ତାଙ୍କ ଅନୁସାରେ, UPIର ପ୍ରାୟ୯୬% ଲେନଦେନ ₹୨,୦୦୦ରୁ କମ୍ଏବଂ ଏହି ଲେନଦେନ ଉପରେ MDR ଲାଗିବ ନାହିଁ।

ଗ୍ରାହକଙ୍କ ପାଇଁ UPI ମାଗଣା

ନୂଆ MDR ବ୍ୟବସ୍ଥାରେ ଗ୍ରାହକ UPI ମାଧ୍ୟମରେ ପେମେଣ୍ଟ କରିବା ସମୟରେ ସିଧାସଳଖ MDR ଦେବେ ନାହିଁ। ଅର୍ଥାତ୍, ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଲେନଦେନରେ ଚାର୍ଜ ମର୍ଚ୍ଚାଣ୍ଟ ପକ୍ଷରେ ଲାଗୁ ହେବ।

ଅତ୍ୟାବଶ୍ୟକ ସେବା ପାଇଁ ₹୫ ଚାର୍ଜ

ପେଟ୍ରୋଲ, ଇନ୍ସୁରାନ୍ସ ଏବଂ ବିଲ୍ ପେମେଣ୍ଟ ଭଳି କିଛି ଆବଶ୍ୟକ ସେବା ପାଇଁପ୍ରତି ଲେନଦେନରେ ସର୍ବାଧିକ ₹୫MDR ରହିବ।

ଏହା ବ୍ୟତୀତ Capital Market ପେମେଣ୍ଟ ପାଇଁ ପ୍ରସ୍ତାବିତ MDR୦.୦୨%ରହିଛି। ବଡ଼ ମୂଲ୍ୟର କିଛି ପେମେଣ୍ଟରେ ଚାର୍ଜ₹୩୦୦ରେ ସୀମିତରହିବ।

UPI ଚାର୍ଜ କାହିଁକି ଆସୁଛି?

Sameer Nigamଙ୍କ ଅନୁସାରେ, ଗତ କିଛି ବର୍ଷ ଧରି UPI ପେମେଣ୍ଟ ଇଣ୍ଡଷ୍ଟ୍ରି ପାଇଁ ଏକ ସ୍ଥାୟୀ ରେଭେନ୍ୟୁ ମଡେଲ୍ର ଆବଶ୍ୟକତା ଥିଲା। ନୂଆ MDRରୁ ମିଳୁଥିବା ରାଜସ୍ୱକୁସୁରକ୍ଷା, ଫ୍ରଡ୍ ମ୍ୟାନେଜମେଣ୍ଟ, KYC, ସର୍ଭର ଏବଂ ଟେକ୍ନୋଲୋଜି ଭିତ୍ତିଭୂମିରେ ନିବେଶ କରାଯାଇପାରିବ।

ତାଙ୍କ କହିବା ଅନୁସାରେ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଏବଂ ୱାଲେଟ୍ ତୁଳନାରେ UPIର MDR କମ୍ ରଖାଯାଇଛି।

ତେବେwallet-UPI interoperabilityଏବଂ କିଛି bill-payment category ପାଇଁ ଚାର୍ଜ ସମ୍ପର୍କିତ କିଛି ବିଷୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

LIVE TV
LIVE
Latest News
ଇରାନ୍‌ ଯୁଦ୍ଧ ଶେଷ ହୋଇଗଲା! କତାର୍‌ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଟ୍ରମ୍ପଙ୍କ ବଡ଼ ବୟାନ

ଇରାନ୍‌ ଯୁଦ୍ଧ ଶେଷ ହୋଇଗଲା! କତାର୍‌ ପ୍ରଧାନମନ୍ତ୍ରୀଙ୍କ...

ୱାଶିଂଟନ୍: ଇରାନ୍ ସହ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା ରା...

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ ପୁସ୍ତକରେ ଖୋଲିଥିଲେ ରହସ୍ୟ, କହିଥିଲେ ଏହି ୨ଟି କାରଣ

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ...

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଜଣେ ଅଭିଜ୍ଞ ଓ ପ୍ରଭାବଶାଳ...

ବାୟୁ ପ୍ରଦୂଷଣ ବିରୋଧରେ କୋଭିଡ୍ ଭଳି ଲଢ଼େଇ ଦରକାର! ଚେତାବନୀ ଦେଲେ WHOର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ

ବାୟୁ ପ୍ରଦୂଷଣ ବିରୋଧରେ କୋଭିଡ୍ ଭଳି ଲଢ଼େଇ...

ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଏବେ ଏକ ଗମ୍ଭୀର ଜନସ୍ୱା...

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ! ରିପୋର୍ଟ ଦେଖି ଭୟଭୀତ ହେବେ ନାହିଁ, ଜାଣନ୍ତୁ କେତେ ଭରସାଯୋଗ୍ୟ ଏହି ଟେଷ୍ଟ

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ!...

ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମ୍ପର୍କର...

ଇସ୍ରାଏଲରେ କ୍ଷମତା ବଞ୍ଚାଇବାକୁ ନେତାନ୍ୟାହୁଙ୍କ ନୂଆ ରଣନୀତି! ଜାୟୋନିଷ୍ଟ ଓ ହାରେଡି ଦଳଙ୍କୁ ନେଇ ଏକତା ସରକାର ଗଠନ ପ୍ରସ୍ତାବ

ଇସ୍ରାଏଲରେ କ୍ଷମତା ବଞ୍ଚାଇବାକୁ ନେତାନ୍ୟାହୁଙ୍କ ନୂଆ ରଣନୀତି!...

ଜେରୁଜେଲମ୍: ଇସ୍ରାଏଲରେ ନିର୍ବାଚନ ପରେ ସରକାର ଗଠନକୁ ନେଇ...

ସୋନିଆ ଗାନ୍ଧୀଙ୍କ ବହିକୁ ନେଇ ବିଜେପିର ପ୍ରତିକ୍ରିୟା, ପଙ୍କଜ ଚୌଧୁରୀ କହିଲେ—‘ବିବେକର ସ୍ୱର ନଥିଲା ନିଷ୍ପତ୍ତି ପଛରେ’

ସୋନିଆ ଗାନ୍ଧୀଙ୍କ ବହିକୁ ନେଇ ବିଜେପିର ପ୍ରତିକ୍ରିୟା,...

ଲକ୍ଷ୍ନୌ: ସୋନିଆ ଗାନ୍ଧୀଙ୍କ ନୂଆ ପୁସ୍ତକକୁ ନେଇ ରାଜନୈତିକ...

କ୍ୟାନ୍ସର ଔଷଧ ଦାମ୍‌ରେ ବଡ଼ ହ୍ରାସ! ୯୬.୪୫% ପର୍ଯ୍ୟନ୍ତ କମିଲା ମୂଲ୍ୟ, ରୋଗୀଙ୍କ ବାର୍ଷିକ ୩,୫୪୦ କୋଟି ଟଙ୍କା ସଞ୍ଚୟ ଆକଳନ

କ୍ୟାନ୍ସର ଔଷଧ ଦାମ୍‌ରେ ବଡ଼ ହ୍ରାସ! ୯୬.୪୫%...

ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସା କରାଉଥିବା ରୋଗୀ ଓ ସେମାନ...

ୟୁପି ଭୋଟର ତାଲିକାରୁ ୧.୨୭ କୋଟି ହିନ୍ଦୁଙ୍କ ନାଁ ଗାଏବ ଦାବି: ଯୋଗୀଙ୍କୁ ଘେରିଲେ କଂଗ୍ରେସ ନେତା ଅଜୟ ରାୟ

ୟୁପି ଭୋଟର ତାଲିକାରୁ ୧.୨୭ କୋଟି ହିନ୍ଦୁଙ୍କ...

ବାରାଣସୀ: ଉତ୍ତରପ୍ରଦେଶର ଭୋଟର ତାଲିକାରୁ ୧.୨୭ କୋଟି ହିନ୍...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+