ରୁଷ୍-ୟୁକ୍ରେନ୍ ଯୁଦ୍ଧ ପୁଣିଥରେ ଉଗ୍ର ରୂପ ନେଇଛି। ୟୁକ୍ରେନ୍ ପକ୍ଷରୁ ଶୁକ୍ରବାର ରାତିରେ ରୁଷ୍ର ବିଭିନ୍ନ ଅଞ୍ଚଳ ଉପରେ ଘନ ଘନ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୭ ଜଣ ଗୋଦାମ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୫୧ ଜଣ ଆହତ ହୋଇଥିବା ନେଇ ରୁଷ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ରୁଷ୍ର ଗୋଦାମ ଘର, ତୈଳ ଡିପୋ ଏବଂ ଆବାସିକ କୋଠାକୁ ଟାର୍ଗେଟ କରାଯାଇଥିଲା। ତେବେ ରୁଷ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅନେକ ଡ୍ରୋନ୍କୁ ନଷ୍ଟ କରିବାରେ ସଫଳ ହୋଇଥିବା ଦାବି କରିଛି।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ଏହି ଦୀର୍ଘ ଦୂରଗାମୀ ଆକ୍ରମଣ ମସ୍କୋ ଓ ତାମ୍ବୋଭ ଅଞ୍ଚଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ କେନ୍ଦ୍ରକୁ ଟାର୍ଗେଟ କରିଥିଲା। ଏହି କେନ୍ଦ୍ରଗୁଡ଼ିକୁ ଆକ୍ରମଣକାରୀ ଡ୍ରୋନ୍ ଏବଂ ନେଭିଗେସନ୍ ଉପକରଣ ଉତ୍ପାଦନ ପାଇଁ ଆବଶ୍ୟକ ଉପାଦାନ ଯୋଗାଣରେ ବ୍ୟବହାର କରାଯାଉଥିଲା ବୋଲି ସେ ଟେଲିଗ୍ରାମରେ ଉଲ୍ଲେଖ କରିଛନ୍ତି।
ରୁଷ୍ ଅଧିକାରୀଙ୍କ ସୂଚନା ଅନୁସାରେ, ରୁଷ୍ର ସର୍ବବୃହତ ଅନଲାଇନ୍ ଖୁଚୁରା ବିକ୍ରେତା 'ୱାଇଲ୍ଡବେରିଜ୍'ର ଦୁଇଟି ବଡ଼ ଗୋଦାମ ଉପରେ ରାତିରେ ଆକ୍ରମଣ ହୋଇଥିଲା। ଏଥିମଧ୍ୟରୁ ଗୋଟିଏ ତାମ୍ବୋଭ ଅଞ୍ଚଳର କୋତୋଭସ୍କରେ ଥିବାବେଳେ ଅନ୍ୟଟି ମସ୍କୋଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଇଲେକ୍ଟ୍ରୋଷ୍ଟାଲରେ ଅବସ୍ଥିତ।
କୋତୋଭସ୍କର ଗୋଦାମରେ ୭ ଜଣ ରାତ୍ରି ସିଫ୍ଟ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ଇଲେକ୍ଟ୍ରୋଷ୍ଟାଲରେ ୨୪ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ନୋଗିନସ୍କରେ ଆଉ ଦୁଇଜଣ ଆହତ ହୋଇଛନ୍ତି। ଏଠାରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ପରେ ଏକ ତୈଳ ଡିପୋରେ ନିଆଁ ଲାଗିଯାଇଥିଲା।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିକଟରେ ଥିବା ଏକ ପ୍ରସୂତି ହସ୍ପିଟାଲ ଏବଂ ଏକ ଆବାସିକ କୋଠାକୁ ଖାଲି କରାଯାଇଥିଲା। ସେହିପରି ଭ୍ଲାଦିମିର୍ ଅଞ୍ଚଳର ଏକ ଆବାସିକ କୋଠାରେ ମଧ୍ୟ ଡ୍ରୋନ୍ ଆକ୍ରମଣ ଯୋଗୁଁ ନିଆଁ ଲାଗିଥିଲେ ମଧ୍ୟ କୌଣସି ଜୀବନହାନି ହୋଇନଥିବା ସୂଚନା ମିଳିଛି।
ଅନ୍ୟପଟେ, ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, କ୍ରିମିଆ, ଆଜୋଭ ସାଗର ଓ କୃଷ୍ଣ ସାଗର ସମେତ ୧୯ଟି ଅଞ୍ଚଳରେ ରୁଷ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୩୭୯ଟି ୟୁକ୍ରେନୀୟ ଡ୍ରୋନକୁ ଧ୍ୱଂସ କରିଛି। ଏହି ଆକ୍ରମଣ ପରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆହୁରି ତୀବ୍ର ହେବାର ଆଶଙ୍କା ପ୍ରକାଶ ପାଇଛି।
ଶିକ୍ଷାବିତ୍ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ...
ମୟୂରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ଗୁରୁକୁଳ ବିଦ୍ୟା ମନ୍ଦିରରେ...
ଓଡ଼ିଶାର ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି...
ପୁଣି ଥରେ କୋଭିଡ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଆନ୍ଧ୍...
ପରିବେଶବିତ୍ ତଥା ଲଦାଖର ସାମାଜିକ କର୍ମୀସୋନମ ୱାଙ୍ଗଚୁକଙ୍କ...
ଓଡ଼ିଶାର ଭିତ୍ତିଭୂମି ବିକାଶକୁ ନୂଆ ଦିଗ ଦେବା ପାଇଁ ରାଜ୍ୟ...
ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ଆଉ ଏକ ବଡ଼ ସଫଳତା ମିଳିଛି। ସମ...
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣକ...
ପରୀକ୍ଷାରେ ଅନିୟମିତତା ଏବଂ ନିଟ୍ (NEET) ପ୍ରଶ୍ନପତ୍ର ଲିକ...
ପୁରୀ ରଥଯାତ୍ରାର ପହଣ୍ଡି ବିଜେ ସମୟରେ ମହାପ୍ରଭୁ ଜଗନ୍ନାଥଙ...