ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ଟି ଖାଇକୁ ଖସିପଡ଼ିବାରୁ କମରେ କମ୍ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁଯାୟୀ, ବସ୍ଟି ରାମନଗରରୁ ଉଦ୍ଧମପୁର ଯାଉଥିବା ସମୟରେ ଜାଲୋ ଅଞ୍ଚଳ ନିକଟରେ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିଥିଲା।
ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ପୁଲିସ୍ ଓ ଉଦ୍ଧାର ଦଳ ପକ୍ଷରୁ ତତ୍କାଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଅନେକ ଆହତଙ୍କୁ ଖାଇରୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଛି।
ଦୁର୍ଘଟଣାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ ଆରମ୍ଭ ହୋଇଛି। ତେବେ ପ୍ରତ୍ୟକ୍ଷଦର୍ଶୀମାନେ ଦ୍ରୁତ ଗତି ଓ ଅବହେଳାକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଭାବେ ଉଲ୍ଲେଖ କରିଛନ୍ତି।
ଘଟଣାକୁ ନେଇ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିନ୍ହା ଓ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଗଭୀର ଶୋକ ପ୍ରକାଶ କରିଛନ୍ତି। ସରକାର ପୀଡ଼ିତ ପରିବାରଙ୍କ ସହ ରହିବା ସହ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଆଶ୍ୱାସନ ଦେଇଛନ୍ତି।
ଏହି ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଛାଡ଼ିଦେଇଛି।
କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳ ଅନ୍ତର୍ଗତ ଘୋରାଡ଼ିଆ ନିକଟ...
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ କ୍ର...
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଶୁକ୍ରବାର ପ୍ରବଳ ଗ୍ରୀଷ୍ମ ପ...
କଟକର ତ୍ରିଶୁଳିଆ ସେତୁ ନିକଟ କାଠଯୋଡି ନଦୀରୁ ଉଦ୍ଧାର ହୋଇଥ...