ବୌଦ୍ଧ ଜିଲ୍ଲାରେ ପୁନର୍ବାର ହାତୀ ଆତଙ୍କ ଦେଖାଦେଇଛି। ରବିବାର ଦେରରାତିରେ ସୁବଲୟା ଗାଁରେ ଏକ ଏକାକୀ ହାତୀ ପ୍ରବେଶ କରିଥିବାରୁ ସମଗ୍ର ଅଞ୍ଚଳରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ହାତୀଟିକୁ ଗାଁରୁ ଖେଦାଇଦେଇଥିଲେ। ପରେ ହାତୀଟି ଭାରତପୁର ଦିଗକୁ ଗତି କରିଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ରାମଭିକଟା ବିଜୁଳିମାରା ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ବନ ବିଭାଗ ଏହାର ଗତିବିଧିକୁ ନିକଟରୁ ନଜର ରଖୁଛି।
ହାତୀଟିର ଆକ୍ରମଣରେ କିଛି ଚାଷ ଜମିର କ୍ଷତି ଘଟିଥିବା ସହ ଏକ ମୋଟରସାଇକେଲ ଓ ସାଇକେଲ ଭଙ୍ଗିଯାଇଥିବା ଖବର ମିଳିଛି। ଏହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ବ୍ୟାପି ଯାଇଛି।
ସୂତ୍ରମାନଙ୍କ ଅନୁସାରେ, ଏହି ହାତୀଟି ତାର ଝୁଣ୍ଡରୁ ବିଚ୍ଛିନ୍ନ ହୋଇଥିବାରୁ ଏକାକୀ ହୋଇପଡ଼ିଛି। ଏହାର ଫଳରେ ଏହା ଆକ୍ରୋଶିତ ଓ ଅସ୍ଥିର ବ୍ୟବହାର କରୁଛି, ଯାହାରେ ସେ ଅଚାନକ ଗାଁକୁ ପ୍ରବେଶ କରୁଛି।
ବନ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ପୁନଃ ତାର ଝୁଣ୍ଡକୁ ଫେରାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...