ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ ଆଲୋଚନା ଟେବୁଲକୁ ନଆସେ, ତେବେ ଆସନ୍ତା ସପ୍ତାହରୁ ଆମେରିକୀୟ ସେନା ସାମରିକ ଅଭିଯାନକୁ ଆହୁରି ବ୍ୟାପକ କରି ଇରାନର ବିଦ୍ୟୁତ ପ୍ରକଳ୍ପ ଓ ପ୍ରମୁଖ ବ୍ରିଜ୍ଗୁଡ଼ିକୁ ଟାର୍ଗେଟ୍ କରିବ।
ଟ୍ରମ୍ପ କହିଛନ୍ତି, ଇରାନ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ନମିଳିଲେ ଆଗାମୀ ସପ୍ତାହ ସେମାନଙ୍କ ପାଇଁ ଅତ୍ୟନ୍ତ କଠିନ ହେବ। ତାଙ୍କ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଆମେରିକୀୟ ସେନା ଲଗାତାର ଚତୁର୍ଥ ଦିନ ପାଇଁ ଇରାନର ସାମରିକ ଘାଟି ଉପରେ ବୋମାବର୍ଷଣ କରିବା ସହ ତାହାର ଉପକୂଳବର୍ତ୍ତୀ ଅଞ୍ଚଳରେ ପୁଣିଥରେ ସାମୁଦ୍ରିକ ଅବରୋଧ ଲାଗୁ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ମଧ୍ୟପ୍ରାଚ୍ୟରେ ୨୦ରୁ ଅଧିକ ଯୁଦ୍ଧଜାହାଜ ଓ ଶତାଧିକ ଲଢୁଆ ବିମାନ ମୁତୟନ କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ଆମେରିକାର ଏହି ସାମୁଦ୍ରିକ ଅବରୋଧକୁ ଇରାନ କଡ଼ା ଭାଷାରେ ନିନ୍ଦା କରିଛି। ଇରାନର ଉପବିଦେଶ ମନ୍ତ୍ରୀ କାଜେମ ଗରିବାବାଦୀ କହିଛନ୍ତି ଯେ, ଆମେରିକା ନିଜ ପ୍ରତିଶ୍ରୁତିରୁ ଓହରି ଶାନ୍ତି ବୁଝାମଣାକୁ ଭଙ୍ଗ କରିଛି। ଏହି ପରିସ୍ଥିତିରେ ଇରାନ ଆଉ କୌଣସି ନୂତନ ଆଲୋଚନା ପାଇଁ ପଦକ୍ଷେପ ନେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଉଭୟ ଦେଶର କଠୋର ଆଭିମୁଖ୍ୟ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ବଢ଼ିଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ଚିନ୍ତା ବୃଦ୍ଧି ପାଇଛି।
ଭାରତର ବହୁ ପ୍ରତୀକ୍ଷିତ ମୁମ୍ବାଇ–ଅହମ୍ମଦାବାଦ ବୁଲେ...
ବଲିଉଡ୍ର ଲୋକପ୍ରିୟ ଫିଲ୍ମ **‘3 Idiots’**ର...
ମଣିପୁରରେ ପୁଣିଥରେ ଅଶାନ୍ତିର ପରିସ୍ଥିତି ସୃଷ୍ଟି ହୋଇଛି।...
ଆମେରିକାର ରୁଷ ବିରୋଧୀ ପ୍ରତିବନ୍ଧକ ନୀତିରେ ବଡ଼ ପରିବର୍ତ୍...
ହର୍ମୁଜ ପ୍ରଣାଳୀରେ ଘଟିଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ର...
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଘଟିଛି ଏକ ଦୁଃଖଦ ଘଟଣା।...
ଡାଇବେଟିସ୍ ରୋଗୀଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଆସିଛି ଏକ...
ପରୀକ୍ଷା ଅନିୟମିତତା ବିରୋଧରେ ୧୭ ଦିନ ଧରି ଆମରଣ ଅନଶନ ଜାର...
ମହାକାଶରେ ପୁଣି ଥରେ ଭାରତୀୟ ବଂଶୋଦ୍ଭବଙ୍କ ସଫଳତା ଚର୍ଚ୍ଚା...
କୋରାପୁଟ ଜିଲ୍ଲା ଜୟପୁରରେ ଏକ ଘରୋଇ କ୍ଲିନିକ୍ରେ ଚିକିତ୍ସା...
ଗଜପତି ଜିଲ୍ଲାରେ ଜଣେ ମହିଳାଙ୍କ ଉପରେ ହୋଇଥିବା ନିର୍ମମ ଆକ...
ଉତ୍ତରପ୍ରଦେଶର ବରେଲିରୁ ଏକ ଚାଞ୍ଚଲ୍ୟକର ଠକେଇ ଘଟଣା ସାମ୍ନ...