ଆମେରିକାର ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଏବଂ ଇଟାଲୀର ପ୍ରଧାନମନ୍ତ୍ରୀଜର୍ଜିଆ ମେଲୋନିଙ୍କ ମଧ୍ୟରେ ନିକଟରେ ହୋଇଥିବା ବାକ୍ବିବାଦ ପରେ ବର୍ତ୍ତମାନ ଉଭୟଙ୍କ ସମ୍ପର୍କରେ ସୁଧାର ଆସିବାର ସଙ୍କେତ ମିଳିଛି। ଦୁଇ ନେତା ପରସ୍ପରଙ୍କ ପ୍ରତି ସକାରାତ୍ମକ ମତ ରଖିବା ସହ ମତଭେଦକୁ ପଛରେ ଛାଡ଼ି ଆଗକୁ ବଢ଼ିବାର ସନ୍ଦେଶ ଦେଇଛନ୍ତି।
ତୁର୍କୀର ଅଙ୍କାରାରେ ରାଷ୍ଟ୍ରପତିରେସେପ୍ ତାୟିପ୍ ଏର୍ଦୋଗାନ୍ଙ୍କ ସହ ବୈଠକ ସମୟରେ ଟ୍ରମ୍ପ କହିଥିଲେ ଯେ, କିଛି ଦିନ ପୂର୍ବରୁ ତାଙ୍କ ଓ ମେଲୋନିଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ତେବେ ସେ ମେଲୋନିଙ୍କୁ ଜଣେ ଭଲ ବ୍ୟକ୍ତି ବୋଲି ବର୍ଣ୍ଣନା କରିବା ସହ କେବଳ କିଛି ନୀତିଗତ ପ୍ରସଙ୍ଗରେ ମତଭେଦ ରହିଥିବା କଥା କହିଥିଲେ।
ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇରାନ ବିରୋଧରେ ଆମେରିକାର ସାମରିକ ଅଭିଯାନରେ ଇଟାଲୀ ସହଯୋଗ ନ କରିବା ଦୁଇ ଦେଶର ନେତୃତ୍ୱ ମଧ୍ୟରେ ସାମୟିକ ମତଭେଦର କାରଣ ହୋଇଥିଲା। ତେବେ ସେ କହିଥିଲେ ଯେ, ଇଟାଲୀ ଉପରେ କୌଣସି ପ୍ରକାର ଚାପ ପକାଯାଇନଥିଲା।
ଅନ୍ୟପଟେ, ନାଟୋ ଶିଖର ସମ୍ମିଳନୀ ଅବସରରେ ଇଟାଲୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଥିଲେ ଯେ, ତାଙ୍କ ଓ ଟ୍ରମ୍ପଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗ ଆଗାମୀ ଦିନରେ ଜାରି ରହିବ।
ନିକଟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା କଡ଼ା ବାକ୍ବିବାଦ ପରେ ଏହି ସକାରାତ୍ମକ ବୟାନ ଆନ୍ତର୍ଜାତିକ କୂଟନୀତିରେ ଏକ ନୂଆ ସନ୍ଦେଶ ଭାବେ ଦେଖାଯାଉଛି।
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...