ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଫ୍ଲାଏଓଭରରେ ମଙ୍ଗଳବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଲୁହା ବୋଝେଇ ଯାଉଥିବା ଏକ ଟ୍ରକ୍କୁ ଅନ୍ୟ ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଚାଳକ ଗୁରୁତର ଆହତ ହୋଇଥିବାବେଳେ ଉଭୟ ଟ୍ରକ୍ର ସାମ୍ନା ଅଂଶ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଧକ୍କା ଦେଇଥିବା ଟ୍ରକ୍ର ସାମ୍ନା ଅଂଶ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା ଏବଂ ଚାଳକ ଗାଡ଼ି ଭିତରେ ଫସି ରହିଥିଲେ। ଘଟଣାସ୍ଥଳରେ ତିନୋଟି ପିସିଆର ଟିମ୍ ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
କଟିଂ ମେସିନ୍ର ସହାୟତାରେ ଟ୍ରକ୍ରେ ଫସିଥିବା ଚାଳକଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଆହତ ଚାଳକଙ୍କୁ ତୁରନ୍ତ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଏକ ଟ୍ରକ୍ ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିବା ମଧ୍ୟ ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଗୋଟିଏ ଟ୍ରକ୍ ଝାଡ଼ଖଣ୍ଡରୁ ଆସୁଥିବାବେଳେ ଅନ୍ୟଟି କୋଲକାତାରୁ ତାମିଲନାଡୁ ଅଭିମୁଖେ ଯାଉଥିଲା। ଅନ୍ୟ ଟ୍ରକ୍ର ଚାଳକ କହିଛନ୍ତି ଯେ, ସେ ଘଣ୍ଟାପ୍ରତି ପ୍ରାୟ ୩୦ କିଲୋମିଟର ବେଗରେ ଧୀରେ ଧୀରେ ଗାଡ଼ି ଚଳାଉଥିବା ବେଳେ ପଛପଟୁ ଅନ୍ୟ ଟ୍ରକ୍ଟି ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ ଅନ୍ୟ ଚାଳକଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି।
ଦୁର୍ଘଟଣା ଯୋଗୁଁ ଖଣ୍ଡଗିରି ଫ୍ଲାଏଓଭରରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାନବାହନ ଚଳାଚଳକୁ ସ୍ୱାଭାବିକ କରିଥିଲା।
ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି ଯେ, ଆହତ ଚାଳକ ଗାଡ଼ି ଚଳାଉଥିବା ସମୟରେ ତନ୍ଦ୍ରାଚ୍ଛନ୍ନ ହୋଇପଡ଼ିଥିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ। ଘଟଣାର ତଦନ୍ତ ଜାରି ରହିଛି।
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...