ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ରାନୀଗଞ୍ଜ ଗ୍ରାମାଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (ଟିଏମସି)ର ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ବାଉରୀଙ୍କ ପୁଅ ପବିତ୍ର ବାଉରୀଙ୍କ ନାମରେ ଜଣେ ବିବାହିତ ମହିଳାଙ୍କ ସହ ପରକୀୟା ପ୍ରୀତି ଅଭିଯୋଗ ଉଠିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଘଟଣାକୁ ନେଇ ଶତାଧିକ ଗ୍ରାମବାସୀ ଟିଏମସି ନେତାଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। ପରେ ପରିସ୍ଥିତି ଉଗ୍ର ରୂପ ନେଇଥିଲା ଏବଂ ଉତ୍ୟକ୍ତ ଭିଡ଼ ଘର ଉପରେ ପଥରମାଡ଼ କରିବା ସହ ଫାଟକ, ଷ୍ଟିଲ୍ ଗ୍ରିଲ୍ ଓ ଜଣାଲାର କାଚ ଭାଙ୍ଗି ଦେଇଥିଲେ।
ବିକ୍ଷୋଭକାରୀମାନଙ୍କ ଦାବି ଥିଲା, ଯଦି ପବିତ୍ର ବାଉରୀ ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି, ତେବେ ସେ ଏହାକୁ ସାର୍ବଜନୀନ ଭାବେ ସ୍ୱୀକାର କରି ମହିଳାଙ୍କୁ ବିବାହ କରନ୍ତୁ।
ପରିସ୍ଥିତି ଜଟିଳ ହେବାରୁ ବିଶ୍ୱନାଥ ବାଉରୀ ଓ ତାଙ୍କ ପରିବାର ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ସୂଚନା ମିଳିଛି। ପ୍ରଥମେ ସ୍ଥାନୀୟ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବାରେ ହିମସିମ ହୋଇଥିଲେ ମଧ୍ୟ ପରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଥିଲା।
ବର୍ତ୍ତମାନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ: ଜ...
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପ କ୍ରମଶଃ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...