ଟିଟିଲାଗଡ଼ ବ୍ୟବସାୟୀଙ୍କ ଉପରେ ଆକ୍ରମଣ ମାମଲା: ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡର ଅଭିଯୁକ୍ତ ସନ୍ତୋଷ ରାଣା ଗିରଫ

ଟିଟିଲାଗଡ଼ର ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨୦୧୩ ମସିହାର ବିଜେଡି ଯୁବ ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାର ଅଭିଯୁକ୍ତ ସନ୍ତୋଷ ରାଣା ମଧ୍ୟ ରହିଛନ୍ତି। ଘଟଣା ପରେ ବଲାଙ୍ଗିର ଏସପିଙ୍କ ହସ୍ତକ୍ଷେପରେ ତଦନ୍ତ ତ୍ୱରାନ୍ୱିତ ହୋଇଛି।
Police arrest accused Santosh Rana and Shubham Rana in connection with the attack on Titlagarh businessman Shambhu Agrawal.
Police arrest accused Santosh Rana and Shubham Rana in connection with the attack on Titlagarh businessman Shambhu Agrawal.

ଟିଟିଲାଗଡ଼ର ବିଶିଷ୍ଟ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ନୂଆ ମୋଡ଼ ନେଇଛି। ଏହି ମାମଲାରେ ପୁଲିସ ଦୁଇ ଜଣ ଅଭିଯୁକ୍ତ ସନ୍ତୋଷ ରାଣା (୩୯) ଓ ଶୁଭମ ରାଣା (୧୯)ଙ୍କୁ ଗିରଫ କରିଛି। ଉଭୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୯ ଓ ୩୦୮ ଅନୁଯାୟୀ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କୁ ଅଦାଲତରେ ହାଜର କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ସକାଳେ ଏହି ଆକ୍ରମଣ ଘଟିଥିଲେ ମଧ୍ୟ ପ୍ରାରମ୍ଭରେ ଏଫଆଇଆର ରୁଜୁ ହୋଇନଥିଲା। ପ୍ରଥମେ ଆହତ ବ୍ୟବସାୟୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା ଏବଂ ପରେ ତାଙ୍କୁ ଥାନାକୁ ଅଣାଯାଇଥିଲା। ଘଟଣାଟି ବଲାଙ୍ଗିର ଏସପି ଅଭିଲାଷ ଜିଙ୍କ ଦୃଷ୍ଟିକୁ ଆସିବା ପରେ ସେ ବ୍ୟକ୍ତିଗତ ଭାବେ ମାମଲାର ତଦାରଖ କରିଥିଲେ।

ଏସପିଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ଆଇଆଇସି ଓ ଏସଡିପିଓ ଶମ୍ଭୁ ଅଗ୍ରୱାଲଙ୍କ ବୟାନ ଧାରା ୧୬୧ ଅନୁଯାୟୀ ରେକର୍ଡ କରିଥିଲେ। ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା।

ତଦନ୍ତରେ ଜଣାପଡ଼ିଛି ଯେ, ଆକ୍ରମଣ ପୂର୍ବରୁ ଶମ୍ଭୁ ଅଗ୍ରୱାଲଙ୍କୁ ଗତ ଛଅରୁ ସାତ ଦିନ ଧରି ଧମକ ମିଳୁଥିଲା। ବିପଦର ଆଶଙ୍କା କରି ସେ ଏକ ମୋବାଇଲ ନମ୍ବର ଲେଖି ରଖିଥିଲେ ଏବଂ ପରିବାର ଲୋକଙ୍କୁ କହିଥିଲେ ଯେ, ତାଙ୍କ ସହ କିଛି ଅଘଟଣ ଘଟିଲେ ଏହି ନମ୍ବର ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଦାୟୀ କରାଯିବ।

ପରବର୍ତ୍ତୀ ପୁଲିସ ତଦନ୍ତରେ ଜଣାପଡ଼ିଥିଲା ଯେ, ଉକ୍ତ ନମ୍ବରଟି ସନ୍ତୋଷ ରାଣାଙ୍କ ସହ ଜଡିତ। ଏହାସହ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ସେହି ନମ୍ବର ବ୍ୟବହାର କରୁଥିବା ସୂଚନା ମିଳିଥିଲା।

ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, ସନ୍ତୋଷ ରାଣା ୨୦୧୩ ମସିହାର ବହୁଚର୍ଚ୍ଚିତ ବିଜେଡି ଯୁବ ସାଧାରଣ ସମ୍ପାଦକ ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ଥିଲେ। ପ୍ରାୟ ୧୨ ବର୍ଷ ଜେଲରେ ରହିବା ପରେ ସେ ବର୍ତ୍ତମାନ ସର୍ତ୍ତମୂଳକ ଜାମିନରେ ବାହାରେ ଅଛନ୍ତି।

ପୁଲିସ ବର୍ତ୍ତମାନ ଏହି ଦିଗରେ ମଧ୍ୟ ତଦନ୍ତ କରୁଛି ଯେ, ଜାମିନରେ ଥିବା ସତ୍ତ୍ୱେ ସନ୍ତୋଷ ରାଣା ଟିଟିଲାଗଡ଼ ଓ ଆଖପାଖ ଅଞ୍ଚଳରେ କୌଣସି ଅପରାଧିକ ନେଟୱର୍କ ଚଳାଉଥିଲେ କି ନାହିଁ।

ନୂତନ ଅପରାଧିକ ମାମଲା ରୁଜୁ ହେବା ପରେ ସନ୍ତୋଷ ରାଣାଙ୍କ ସର୍ତ୍ତମୂଳକ ଜାମିନ ରଦ୍ଦ କରିବା ପାଇଁ ପୁଲିସ ଅଦାଲତର ଦ୍ୱାରସ୍ଥ ହୋଇପାରେ ବୋଲି ସୂଚନା ମିଳିଛି। ବଲାଙ୍ଗିର ଏସପି ଅଭିଲାଷ ଜି ଏହି ମାମଲାର ତଦନ୍ତ ଉପରେ ନିରନ୍ତର ନଜର ରଖିଥିବା ବେଳେ ଅଭିଯୁକ୍ତମାନଙ୍କ ସଂପୃକ୍ତି ଓ ସମ୍ଭାବ୍ୟ ଅପରାଧିକ ଚକ୍ରର ଲିଙ୍କ୍‌ ଖୋଜିବା ଜାରି ରହିଛି।

LIVE TV
LIVE
Latest News
Infosys ADR ୬% ଖସିଲା: FY27 Growth Guidance କମାଇ ୧-୨% କଲା କମ୍ପାନୀ

Infosys ADR ୬% ଖସିଲା: FY27 Growth...

ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...

୨୦୩୦ରୁ କାରରେ ବାଧ୍ୟତାମୂଳକ ହେବ ଅଟୋମେଟିକ ଏମାର୍ଜେନ୍ସି ବ୍ରେକ୍! ଆସୁଛି ନୂଆ ସୁରକ୍ଷା ନିୟମ

୨୦୩୦ରୁ କାରରେ ବାଧ୍ୟତାମୂଳକ ହେବ ଅଟୋମେଟିକ ଏମାର୍ଜେନ୍ସି...

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା କମାଇବା ଏବଂ ଯାତ୍ରୀଙ୍...

ଭାରତରେ ଜଙ୍ଗଲ ଓ ପାହାଡ଼ି ଯୁଦ୍ଧ ତାଲିମ ନେବେ ନାଇଜେରିଆର ୬୦୦ ସେନା

ଭାରତରେ ଜଙ୍ଗଲ ଓ ପାହାଡ଼ି ଯୁଦ୍ଧ ତାଲିମ...

ନାଇଜେରିଆ ସେନା ଭାରତରେ ସ୍ୱତନ୍ତ୍ର ଜଙ୍ଗଲ ଓ ପାହାଡ଼ି ଯୁଦ...

ଭାରତରେ ବ୍ୟବସାୟ ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍ପାନୀ: ପୀୟୂଷ ଗୋୟଲ

ଭାରତରେ ବ୍ୟବସାୟ ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍ପାନୀ:...

ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...

ବିଦେଶ ଯାତ୍ରାରେ ଭାରତୀୟଙ୍କ ଖର୍ଚ୍ଚ ବଢ଼ିଲା: ଅଗଷ୍ଟରେ ବାହାରକୁ ଗଲା ୨.୭ ବିଲିୟନ ଡଲାର

ବିଦେଶ ଯାତ୍ରାରେ ଭାରତୀୟଙ୍କ ଖର୍ଚ୍ଚ ବଢ଼ିଲା: ଅଗଷ୍ଟରେ...

ଯାତ୍ରା ପାଇଁ ଗଲା ୧.୬୩ ବିଲିୟନ ଡଲାର ଅଗଷ୍ଟରେ LRS ଅଧ...

ଭାରତର ଦ୍ରୁତ ବିକାଶକୁ ଦୀର୍ଘସ୍ଥାୟୀ କରିବାକୁ ଅଧିକ ସଂସ୍କାର ଆବଶ୍ୟକ: IMF

ଭାରତର ଦ୍ରୁତ ବିକାଶକୁ ଦୀର୍ଘସ୍ଥାୟୀ କରିବାକୁ ଅଧିକ...

ଭାରତୀୟ ଅର୍ଥନୀତିର ବିକାଶ ହାରକୁ ନେଇ ଆଶା ବଢ଼ିଥିବାବେଳେ,...

ୟୁପି ଭୋଟର ତାଲିକାରେ ତ୍ରୁଟିକୁ ନେଇ ତେଜ ବିବାଦ, SIR ବନ୍ଦ ଓ CECଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ୟୁପି ଭୋଟର ତାଲିକାରେ ତ୍ରୁଟିକୁ ନେଇ ତେଜ...

ଉତ୍ତରପ୍ରଦେଶର ଭୋଟର ତାଲିକାକୁ ନେଇ ନୂଆ ବିବାଦ ଦେଖାଦେଇଛି...

ସାଇବର ଆକ୍ରମଣରେ ଭାରତ ବିଶ୍ୱର ୭ମ ସର୍ବାଧିକ ଟାର୍ଗେଟ୍‌: AI ନେଇ ମାଇକ୍ରୋସଫ୍ଟର ଚେତାବନୀ

ସାଇବର ଆକ୍ରମଣରେ ଭାରତ ବିଶ୍ୱର ୭ମ ସର୍ବାଧିକ...

ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+