ଟିଟିଲାଗଡ଼ର ବିଶିଷ୍ଟ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ନୂଆ ମୋଡ଼ ନେଇଛି। ଏହି ମାମଲାରେ ପୁଲିସ ଦୁଇ ଜଣ ଅଭିଯୁକ୍ତ ସନ୍ତୋଷ ରାଣା (୩୯) ଓ ଶୁଭମ ରାଣା (୧୯)ଙ୍କୁ ଗିରଫ କରିଛି। ଉଭୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୯ ଓ ୩୦୮ ଅନୁଯାୟୀ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କୁ ଅଦାଲତରେ ହାଜର କରାଯାଇଛି।
ସୂଚନା ଅନୁଯାୟୀ, ସୋମବାର ସକାଳେ ଏହି ଆକ୍ରମଣ ଘଟିଥିଲେ ମଧ୍ୟ ପ୍ରାରମ୍ଭରେ ଏଫଆଇଆର ରୁଜୁ ହୋଇନଥିଲା। ପ୍ରଥମେ ଆହତ ବ୍ୟବସାୟୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା ଏବଂ ପରେ ତାଙ୍କୁ ଥାନାକୁ ଅଣାଯାଇଥିଲା। ଘଟଣାଟି ବଲାଙ୍ଗିର ଏସପି ଅଭିଲାଷ ଜିଙ୍କ ଦୃଷ୍ଟିକୁ ଆସିବା ପରେ ସେ ବ୍ୟକ୍ତିଗତ ଭାବେ ମାମଲାର ତଦାରଖ କରିଥିଲେ।
ଏସପିଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ଆଇଆଇସି ଓ ଏସଡିପିଓ ଶମ୍ଭୁ ଅଗ୍ରୱାଲଙ୍କ ବୟାନ ଧାରା ୧୬୧ ଅନୁଯାୟୀ ରେକର୍ଡ କରିଥିଲେ। ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା।
ତଦନ୍ତରେ ଜଣାପଡ଼ିଛି ଯେ, ଆକ୍ରମଣ ପୂର୍ବରୁ ଶମ୍ଭୁ ଅଗ୍ରୱାଲଙ୍କୁ ଗତ ଛଅରୁ ସାତ ଦିନ ଧରି ଧମକ ମିଳୁଥିଲା। ବିପଦର ଆଶଙ୍କା କରି ସେ ଏକ ମୋବାଇଲ ନମ୍ବର ଲେଖି ରଖିଥିଲେ ଏବଂ ପରିବାର ଲୋକଙ୍କୁ କହିଥିଲେ ଯେ, ତାଙ୍କ ସହ କିଛି ଅଘଟଣ ଘଟିଲେ ଏହି ନମ୍ବର ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଦାୟୀ କରାଯିବ।
ପରବର୍ତ୍ତୀ ପୁଲିସ ତଦନ୍ତରେ ଜଣାପଡ଼ିଥିଲା ଯେ, ଉକ୍ତ ନମ୍ବରଟି ସନ୍ତୋଷ ରାଣାଙ୍କ ସହ ଜଡିତ। ଏହାସହ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ସେହି ନମ୍ବର ବ୍ୟବହାର କରୁଥିବା ସୂଚନା ମିଳିଥିଲା।
ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, ସନ୍ତୋଷ ରାଣା ୨୦୧୩ ମସିହାର ବହୁଚର୍ଚ୍ଚିତ ବିଜେଡି ଯୁବ ସାଧାରଣ ସମ୍ପାଦକ ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ଥିଲେ। ପ୍ରାୟ ୧୨ ବର୍ଷ ଜେଲରେ ରହିବା ପରେ ସେ ବର୍ତ୍ତମାନ ସର୍ତ୍ତମୂଳକ ଜାମିନରେ ବାହାରେ ଅଛନ୍ତି।
ପୁଲିସ ବର୍ତ୍ତମାନ ଏହି ଦିଗରେ ମଧ୍ୟ ତଦନ୍ତ କରୁଛି ଯେ, ଜାମିନରେ ଥିବା ସତ୍ତ୍ୱେ ସନ୍ତୋଷ ରାଣା ଟିଟିଲାଗଡ଼ ଓ ଆଖପାଖ ଅଞ୍ଚଳରେ କୌଣସି ଅପରାଧିକ ନେଟୱର୍କ ଚଳାଉଥିଲେ କି ନାହିଁ।
ନୂତନ ଅପରାଧିକ ମାମଲା ରୁଜୁ ହେବା ପରେ ସନ୍ତୋଷ ରାଣାଙ୍କ ସର୍ତ୍ତମୂଳକ ଜାମିନ ରଦ୍ଦ କରିବା ପାଇଁ ପୁଲିସ ଅଦାଲତର ଦ୍ୱାରସ୍ଥ ହୋଇପାରେ ବୋଲି ସୂଚନା ମିଳିଛି। ବଲାଙ୍ଗିର ଏସପି ଅଭିଲାଷ ଜି ଏହି ମାମଲାର ତଦନ୍ତ ଉପରେ ନିରନ୍ତର ନଜର ରଖିଥିବା ବେଳେ ଅଭିଯୁକ୍ତମାନଙ୍କ ସଂପୃକ୍ତି ଓ ସମ୍ଭାବ୍ୟ ଅପରାଧିକ ଚକ୍ରର ଲିଙ୍କ୍ ଖୋଜିବା ଜାରି ରହିଛି।
ପ୍ରାୟ ଏକ ଦଶନ୍ଧି ଧରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକ...
ଭାରତର ବଢ଼ୁଥିବା ପ୍ରାଇଭେଟ୍ ସ୍ପେସ୍ ଇଣ୍ଡଷ୍ଟ୍ରୀ ପାଇଁ ଆସ...
ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗ୍ରାହକଙ୍କ ପାଇଁ ଆସିଛି...
ମାଢ଼ି ରୋଗ ଏବଂ ଆଲ୍ଜାଇମର୍ସ ରୋଗ ମଧ୍ୟରେ କୌଣସି ସମ୍ପର୍କ...
ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ପ...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଆମେରିକାର ମାସାଚୁସେଟ୍ସରେ ନିଜ ୩ ଛୋଟ ସନ୍ତାନଙ୍କ ମୃତ୍ୟୁ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ଭାରତୀୟ ଶେୟର ବଜାରରେ ସୋମବାର ଆରମ୍ଭରୁ ଚାପ ଦେଖିବାକୁ ମିଳ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...