ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ମଝିରେ ଗତ ୯ ଦିନ ଧରି ୧୫ ଜଣ ମତ୍ସ୍ୟଜୀବୀ ନିଖୋଜ ରହିଥିବା ଘଟଣା ଚିନ୍ତା ବଢ଼ାଇଛି। ନିଖୋଜ ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ୩ ଜଣ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର କମର୍ଦ୍ଦା ଅଞ୍ଚଳର ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଜୁଲାଇ ୨ ତାରିଖରେ ପଶ୍ଚିମବଙ୍ଗର ଶଙ୍କରପୁର ମାଛଧରା ବନ୍ଦରରୁ'ମା କାଳୀ'ନାମକ ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ଇଲିଶି ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିଲେ। ସେହି ଦିନଠାରୁ ଟ୍ରଲର ସହ କୌଣସି ପ୍ରକାର ଯୋଗାଯୋଗ ସ୍ଥାପନ ହୋଇପାରିନାହିଁ।
ଟ୍ରଲର ନିଖୋଜ ହେବା ପରେ ପଶ୍ଚିମବଙ୍ଗ ସରକାର, କୋଷ୍ଟାଲ ସୁରକ୍ଷା ବାହିନୀ, ନୌସେନା ଓ ଅନ୍ୟାନ୍ୟ ସଂସ୍ଥା ମିଳିତ ଭାବେ ବ୍ୟାପକ ସନ୍ଧାନ ଅଭିଯାନ ଚଳାଇଛନ୍ତି। ଆକାଶପଥରୁ ମଧ୍ୟ ସର୍ଚ୍ଚ ଅପରେସନ୍ କରାଯାଉଛି।
ରାମନଗର ବିଧାୟକ ଚନ୍ଦ୍ରଶେଖର ମଣ୍ଡଳ ଶଙ୍କରପୁର ମାଛଧରା ବନ୍ଦର ପରିଦର୍ଶନ କରି ଟ୍ରଲର ମାଲିକ, ମତ୍ସ୍ୟଜୀବୀ ସଂଘର ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ, ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି।
ବିଧାୟକଙ୍କ ସୂଚନା ଅନୁଯାୟୀ, ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଓଡ଼ିଶାର, ୨ ଜଣ ନଦିଆ, ୧ ଜଣ ହାୱଡ଼ା ଓ ଅନ୍ୟମାନେ ପଶ୍ଚିମବଙ୍ଗର ରାମନଗର ଅଞ୍ଚଳର ବୋଲି କୁହାଯାଇଛି।
ଜୁଲାଇ ୫ ତାରିଖରେ ଅନ୍ୟ କିଛି ଟ୍ରଲର 'ମା କାଳୀ'କୁ ଦେଖିଥିବା ଏବଂ ଜୁଲାଇ ୬ ମଧ୍ୟରାତ୍ରି ପର୍ଯ୍ୟନ୍ତ ୱାୟରଲେସ୍ ଯୋଗାଯୋଗ ହୋଇଥିବା ସୂଚନା ମିଳିଛି। ତା'ପରେ ଟ୍ରଲର ସହ କୌଣସି ସମ୍ପର୍କ ସ୍ଥାପନ ହୋଇନାହିଁ।
ଏପଟେ ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାର ଲୋକ ଗଭୀର ଚିନ୍ତାରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ଏବଂ ସନ୍ଧାନ ଅଭିଯାନ ଜାରି ରହିବ ବୋଲି ଆଶ୍ୱାସନ ଦିଆଯାଇଛି।
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...