ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଧୀନ ବାହାଳଦା ଅଞ୍ଚଳରେ ଦନ୍ତା ଗାଁକୁ ପ୍ରବେଶ କରିବା ପରେ ଉତ୍ତେଜନା ଦେଖାଦେଇଛି। ଦନ୍ତାଟି ଘର ଭାଙ୍ଗିବା ପରେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ସିମିଳିପାଳରୁ ବିଚ୍ଛିନ୍ନ ହୋଇଥିବା ଦନ୍ତାଟି ଗତ କିଛି ଦିନ ଧରି ଗ୍ରାମ ଅଞ୍ଚଳରେ ଘୁରୁଥିଲା। ବନ ବିଭାଗ ଏହାର ଗତିବିଧି ଉପରେ ନଜର ରଖିଥିଲେ ମଧ୍ୟ ଗୁରୁବାର ସନ୍ଧ୍ୟାରେ ଦନ୍ତାଟି ବାହାଳଦାରେ ପ୍ରବେଶ କରିଥିଲା।
ଖବର ପାଇ ବନକର୍ମଚାରୀ ଦନ୍ତାକୁ ଜଙ୍ଗଲକୁ ଘୁଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ ଗ୍ରାମବାସୀ ବିଳମ୍ବ ଅଭିଯୋଗ କରି ପ୍ରତିବାଦ କରିଥିଲେ। ପରେ ପରିସ୍ଥିତି ଉତ୍ତେଜନାରେ ପରିଣତ ହୋଇ ସାତଜଣ ବନକର୍ମଚାରୀ ଆହତ ହୋଇଥିବାବେଳେ ଏକ ବୋଲେରୋ ଗାଡ଼ି ଭଙ୍ଗାଚୁରା ହୋଇଥିବା ଜଣାପଡ଼ିଛି।
ଆହତମାନଙ୍କ ମଧ୍ୟରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ମହିଳା ଗାର୍ଡ ମଧ୍ୟ ଅଛନ୍ତି। ପରେ ଅତିରିକ୍ତ ଟିମ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା।
ଏହି ଘଟଣା ପୁନର୍ବାର ମଣିଷ-ହାତୀ ସଂଘର୍ଷ, ବନ୍ୟଜନ୍ତୁ ପରିଚାଳନା ଓ ଗ୍ରାମ ଅଞ୍ଚଳ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ RSS ମୁଖ୍ୟ ମୋହନ ଭାଗବ...
ନୂଆଦିଲ୍ଲୀ: ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ନୂଆଦିଲ୍ଲୀ: ଜୁଲାଇ ମାସରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦ...
ଲକ୍ଷ୍ନୌ:ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...