ନାଶିକରେ ଥିବା ଏକ TCS-ସଂପୃକ୍ତ BPO କମ୍ପାନୀରେ ଯୌନ ଉତ୍ପୀଡନ ମାମଲା ନେଇ ନୂତନ ଖୁଲାସା ହୋଇଛି। ଏହି ମାମଲାରେ ଚତୁର୍ଥ ଜଣେ ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଅନେକଥର ମୌଖିକ ଅଭିଯୋଗ ସତ୍ତ୍ୱେ ବରିଷ୍ଠ କର୍ମକର୍ତ୍ତାମାନେ କୌଣସି ଠୋସ ପଦକ୍ଷେପ ନେଇନଥିଲେ।
ପୀଡିତାଙ୍କ କହିବା ଅନୁଯାୟୀ, ମେ 2023 ରେ ଇଣ୍ଡକ୍ସନ୍ ଟ୍ରେନିଂ ସମୟରେ ଅଭିଯୁକ୍ତ ରଜା ମେମନ୍ ତାଙ୍କ ସହିତ ବ୍ୟକ୍ତିଗତ ଯୋଗାଯୋଗ ଆରମ୍ଭ କରିଥିଲେ। ସେ ଟିମ୍ସ ମାଧ୍ୟମରେ ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ସହିତ “ଏହା ଆମ ମଧ୍ୟରେ ଗୁପ୍ତ ରହିବ” ବୋଲି କହିଥିବା ଅଭିଯୋଗ ରହିଛି।
କ୍ରମେ ଏହି ବ୍ୟବହାର ଗୁରୁତର ରୂପ ନେଇଥିବା ପୀଡିତା ଦାବି କରିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ଅନୁସରଣ କରୁଥିଲେ, ଅନଚାହିତ ଶାରୀରିକ ସପର୍ଶ କରୁଥିଲେ ଏବଂ ବଳଜୋରରେ କଥାହୁଅଥିଲେ।
ଜୁନ 2023 ରେ ସେ ଏହି ମାମଲାକୁ ତାଙ୍କ ଟ୍ରେନିଂ ମ୍ୟାନେଜରଙ୍କୁ ଜଣାଇଥିଲେ। କିନ୍ତୁ ତାଙ୍କୁ “ଏକାକୀ ରୁହନି” ବୋଲି ପରାମର୍ଶ ଦିଆଯାଇଥିଲା, କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।
ପରେ ତାଙ୍କ ବିବାହ ହେବା ପରେ ମଧ୍ୟ ଉତ୍ପୀଡନ ଚାଲିଥିବା ଅଭିଯୋଗ ରହିଛି। ଅଭିଯୁକ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅସଭ୍ୟ ଟୀକାଟିପ୍ପଣୀ କରୁଥିବା ଏବଂ ଛୁଟି ନେବା ସମୟରେ ଅପ୍ରସଙ୍ଗିକ ପ୍ରଶ୍ନ କରୁଥିବା ସେ ଦାବି କରିଛନ୍ତି।
ଏହା ସହିତ କାର୍ଯ୍ୟସ୍ଥଳରେ ତାଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସିଷ୍ଟମ୍ ସେଟିଂ ପରିବର୍ତ୍ତନ କରି କାମର ଭାର ବଢ଼ାଇ ଦିଆଯାଇଥିବା ଅଭିଯୋଗ ମଧ୍ୟ ରହିଛି।
ସେ ବରିଷ୍ଠ ପ୍ରଶାସନଙ୍କୁ ମାମଲା ଜଣାଇଥିବା ସତ୍ତ୍ୱେ, “ମାମଲା ଛାଡ଼ିଦିଅ” ବୋଲି କୁହାଯାଇଥିବା ସେ ଦାବି କରିଛନ୍ତି।
ପୀଡିତା ଏବେ ରଜା ମେମନ୍, ଶାହରୁଖ ଏବଂ ଅଶ୍ୱିନୀ ଚେନାନୀଙ୍କ ବିରୋଧରେ ଔପଚାରିକ ଆଇନି ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।
ବଲିଉଡ୍ର ଆଗାମୀ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ&...
‘Mirzapur’ ଫ୍ରାଞ୍ଚାଇଜ୍ର ଫ୍ୟାନ୍ମାନଙ୍କ ପ...
ହକି ପଡ଼ିଆରେ ଜଣେ ମହାନ ଖେଳାଳିଙ୍କ ପରିଚୟ କେବଳ ଗୋଲ୍&zwn...
Netflixର ନୂଆ କ୍ରାଇମ୍ ଥ୍ରିଲର୍ ସିରିଜ୍ ‘Akka&rs...
ମୁମ୍ବାଇ: IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନା...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...
ନୂଆଦିଲ୍ଲୀ: ପ୍ରଥମ କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍&zwnj...