ଓଡ଼ିଶାର ଯୁବ ବ୍ୟାଡମିଣ୍ଟନ୍ ତାରକା ତନ୍ବୀ ପତ୍ରୀ ଅନ୍ତର୍ଜାତୀୟ ମଞ୍ଚରେ ଆଉ ଏକ ସଫଳତା ହାସଲ କରିଛନ୍ତି। ଲାଟଭିଆରେ ଆୟୋଜିତ ଆର୍ଏସ୍ଏଲ୍ ଲାଟଭିଆ ଇଣ୍ଟରନ୍ୟାସନାଲ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସେ ଉପବିଜୟିନୀ ହୋଇ ରୌପ୍ୟ ପଦକ ଅର୍ଜନ କରି ଦେଶ ଓ ରାଜ୍ୟର ଗୌରବ ବଢ଼ାଇଛନ୍ତି।
ମହିଳା ଏକକ ବର୍ଗର ଫାଇନାଲ୍ ରେ ତନ୍ବୀ ହଂକଂର ଆଇପି ସୁମ୍ ୟାଉଙ୍କ ସମ୍ମୁଖୀନ ହୋଇଥିଲେ। ମୁକାବିଲାରେ ସେ ୧୪-୨୧ ଏବଂ ୧୬-୨୧ ବ୍ୟବଧାନରେ ପରାଜିତ ହୋଇଥିଲେ। ତଥାପି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଲଢ଼େଇଆ ପ୍ରଦର୍ଶନ ତାଙ୍କୁ ରୌପ୍ୟ ପଦକ ଦେଇଛି।
ଫାଇନାଲ୍ ପୂର୍ବରୁ ସେମିଫାଇନାଲ୍ ରେ ତନ୍ବୀ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ମିଆଁମାରର ଥେଟ୍ ତାର୍ ଥୁଜାର୍ଙ୍କୁ ୨୧-୧୨ ଓ ୨୧-୧୦ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲେ। କ୍ୱାର୍ଟରଫାଇନାଲ୍ରେ ସେ ଇସ୍ତୋନିଆର ମାରିଜା ପାସ୍କୋସିଙ୍କୁ ୨୧-୬ ଓ ୨୧-୧୨ରେ ପରାସ୍ତ କରି ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲେ।
ତନ୍ବୀଙ୍କ ଏହି ସଫଳତାକୁ ନେଇ କ୍ରୀଡ଼ା ମହଳରେ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହି ସଫଳତା ଆଗାମୀ ଦିନରେ ତାଙ୍କୁ ଆହୁରି ବଡ଼ ଅନ୍ତର୍ଜାତୀୟ ସଫଳତା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।
ବଲିଉଡ୍ ଅଭିନେତା ସଲମାନ ଖାନ ତାଙ୍କ ବନ୍ଧୁଙ୍କ...
ଡବଲ୍ ଅଲିମ୍ପିକ୍ ପଦକ ବିଜେତା ବ୍ୟାଡମିଣ୍ଟନ୍ ଖେଳାଳିପିଭି...
ବଲିଉଡ୍ ଫିଲ୍ମ **‘ହେୟ ବେବି’**ର ଫ୍ୟାନ୍ମାନ...
ଅଭିନେତ୍ରୀକାୟାଡୁ ଲୋହର୍ତାଙ୍କ ତାମିଲ୍ ଫିଲ୍ମ **‘ଇ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...