ଝାରସୁଗୁଡା ବିଧାନସଭା ନିର୍ବାଚନକୁ କେନ୍ଦ୍ର କରି ଚାଲିଥିବା ଆଇନି ଲଢେଇରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟର ଆଦେଶକୁ ବହାଲ ରଖି ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
ପୂର୍ବତନ ଝାରସୁଗୁଡା ବିଧାୟକ ଦୀପାଳି ଦାସ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ନିର୍ବାଚନ ମାମଲା ଦାଖଲ କରିଥିଲେ। ଏହି ମାମଲାକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଖାରଜ କରିବାକୁ ଟଙ୍କଧର ତ୍ରିପାଠୀ ହାଇକୋର୍ଟରେ ଆବେଦନ କରିଥିଲେ। ସେ ଦାବି କରିଥିଲେ ଯେ, ଦୀପାଳି ଦାସଙ୍କ ଆବେଦନରେ ପ୍ରମାଣସହ ତଥ୍ୟ ନାହିଁ ଓ ଏଥିରେ କୌଣସି ବିଚାରଯୋଗ୍ୟ ପ୍ରସଙ୍ଗ ଉଠାଯାଇନାହିଁ।
କିନ୍ତୁ ଓଡ଼ିଶା ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ତାଙ୍କ ରାୟରେ କହିଥିଲେ ଯେ, ଦୀପାଳି ଦାସଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ ଯଥେଷ୍ଟ ତଥ୍ୟ ଓ ବିଚାରଯୋଗ୍ୟ ପ୍ରସଙ୍ଗ ରହିଛି। ଏହି କାରଣରୁ ମାମଲାର ଶୁଣାଣି ଆବଶ୍ୟକ।
ପରେ ଟଙ୍କଧର ତ୍ରିପାଠୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟର ରାୟକୁ ବହାଲ ରଖିଛନ୍ତି।
ଦୀପାଳି ଦାସ ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ, ଟଙ୍କଧର ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ବିରୋଧରେ ଥିବା ଆପରାଧିକ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ଲୁଚାଇଥିଲେ। ଏହାସହ ଭୋଟ ଗଣନା ପ୍ରକ୍ରିୟାରେ ମଧ୍ୟ ଅନିୟମିତତା ହୋଇଥିବା ଦାବି କରାଯାଇଛି।
ତାଙ୍କ ପକ୍ଷର ଓକିଲଙ୍କ ଅନୁସାରେ, ଆଠଟି ପୋଲିଂ ଷ୍ଟେସନର ୧୨ଟି କଣ୍ଟ୍ରୋଲ ୟୁନିଟର ମୋଟ ୬,୩୧୩ ଭୋଟ ଗଣନା କରାଯାଇନଥିଲା। ଯଦି ସେହି ଭୋଟଗୁଡ଼ିକ ଗଣନା ହୋଇଥାନ୍ତା, ତେବେ ନିର୍ବାଚନର ଫଳାଫଳ ପରିବର୍ତ୍ତନ ହୋଇପାରୁଥାନ୍ତା ବୋଲି ସେମାନେ ଯୁକ୍ତି ରଖିଥିଲେ।
ଗତ ବିଧାନସଭା ନିର୍ବାଚନରେ ଦୀପାଳି ଦାସ ୧,୩୩୩ ଭୋଟରେ ଟଙ୍କଧର ତ୍ରିପାଠୀଙ୍କ ଠାରୁ ପରାଜିତ ହୋଇ
ଲକ୍ଷ୍ନୌ:ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍...
ନୂଆଦିଲ୍ଲୀ: ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ନୂଆଦିଲ୍ଲୀ: ଜୁଲାଇ ମାସରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...