ମେଘାଳୟର ବହୁଚର୍ଚ୍ଚିତ ହନିମୁନ୍ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତସୋନମ୍ ରଘୁବଂଶୀଙ୍କୁ ମେଘାଳୟ ହାଇକୋର୍ଟ ପ୍ରଦାନ କରିଥିବା ଜାମିନ ଉପରେ ତୁରନ୍ତ ରୋକ୍ ଲଗାଇବାକୁସୁପ୍ରିମକୋର୍ଟମନା କରିଛନ୍ତି।
ମେଘାଳୟ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ସୋନମଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗୁରୁତର ଏବଂ ଏହାର ବିସ୍ତୃତ ଯାଞ୍ଚ ଆବଶ୍ୟକ। କିନ୍ତୁ ସେ ବର୍ତ୍ତମାନ ଜାମିନରେ ମୁକ୍ତ ଥିବାରୁ ଏହି ପର୍ଯ୍ୟାୟରେ ତାଙ୍କ ଜାମିନ ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଦାଲତ ଇଚ୍ଛୁକ ନୁହେଁ।
ତେବେ ସୋନମଙ୍କ ଜାମିନ ବାତିଲ୍ କରିବା ପାଇଁ ମେଘାଳୟ ପୋଲିସ ଦାଖଲ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋନମଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏହା ସହିତ ମାମଲାର ପରବର୍ତ୍ତୀ ବିସ୍ତୃତ ଶୁଣାଣି ପାଇଁ ଆସନ୍ତା ଗୁରୁବାର ତାରିଖ ଧାର୍ଯ୍ୟ କରାଯାଇଛି।
ଶୁଣାଣି ସମୟରେ ମେଘାଳୟ ପୋଲିସ ପକ୍ଷରୁସଲିସିଟର ଜେନେରାଲ ତୁଷାର ମେହେଟ୍ଟାଯୁକ୍ତି ବାଢ଼ି କହିଥିଲେ ଯେ, ସୋନମଙ୍କ ପୂର୍ବ ଜାମିନ ଆବେଦନ ଖାରଜ ହୋଇଥିଲା। ଗିରଫ ସମ୍ପର୍କିତ କାଗଜପତ୍ରରେ କେବଳ ଏକ ଟାଇପିଂ ତ୍ରୁଟି ଥିବା ସତ୍ତ୍ୱେ ତାହାକୁ ଆଧାର କରି ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ସେ ଦାବି କରିଥିଲେ।
ଅନ୍ୟପକ୍ଷରେ ସୋନମଙ୍କ ଓକିଲ ଅଦାଲତଙ୍କୁ କହିଥିଲେ ଯେ, ଗିରଫ ସମୟରେ ସୋନମଙ୍କୁ ଆଇନଗତ ସହାୟତା ମିଳିନଥିଲା ଏବଂ ଗିରଫର କାରଣ ମଧ୍ୟ ଯଥାବିଧି ଜଣାଯାଇନଥିଲା। ବର୍ତ୍ତମାନ ସେ ଶିଲଂରେ ରହୁଛନ୍ତି ଏବଂ ଅଦାଲତଙ୍କ ଲଗାଇଥିବା କଡ଼ା ସର୍ତ୍ତ ପାଳନ କରୁଥିବାରୁ ପ୍ରମାଣ ନଷ୍ଟ କରିବାର ଆଶଙ୍କା ନାହିଁ ବୋଲି ଦାବି କରାଯାଇଛି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲାରେ ସନ୍ତୁଳିତ ଆଭିମୁଖ୍ୟ ରଖାଯିବ ଏବଂ ତଦନ୍ତ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଜାରି ରହିବ।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ପୁରୀ ଜିଲ୍ଲା ସାକ୍ଷୀଗୋପାଳ କମ୍ୟୁନିଟି ହେଲ୍ଥ ସେଣ୍ଟର (CH...
ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...
ଭୁବନେଶ୍ୱର: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱ...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...
ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...