ଜଷ୍ଟିସ୍ଜେ.ବି. ପାର୍ଦ୍ଦିୱାଲାଓ ଜଷ୍ଟିସ୍ଆର୍. ମହାଦେବନଙ୍କ ଖଣ୍ଡପୀଠ ରାଜ୍ୟ ଓ UTଗୁଡ଼ିକ କାର୍ଯ୍ୟାନ୍ୱୟନ ସମ୍ପର୍କିତ ତଥ୍ୟ ଦେବାରେ ନିରବ ରହିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।
କୋର୍ଟର ମୁଖ୍ୟ ପ୍ରଶ୍ନ ହେଉଛି—ଯଦି ମାସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଅଧିକାରକୁ ନେଇ ଦିଆଯାଇଥିବା ରାୟ କେବଳ କାଗଜରେ ରହିଯାଏ, ତେବେ ତାହାକୁ ଭୂମିସ୍ତରରେ କିପରି ଲାଗୁ କରାଯିବ?
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ମାସିକ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତାସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ସୁରକ୍ଷିତ ଅଧିକାରର ଅଂଶ।
୩୦ ଜାନୁଆରୀ ୨୦୨୬ରେ ସୁପ୍ରିମକୋର୍ଟDr. Jaya Thakur v. Government of Indiaମାମଲାରେ ମାସିକ ସ୍ୱାସ୍ଥ୍ୟକୁ ଜୀବନ ଓ ସ୍ୱାସ୍ଥ୍ୟର ଅଧିକାର ସହ ଯୋଡ଼ିଥିଲେ।
କୋର୍ଟ କହିଥିଲେ ଯେ ସ୍କୁଲ୍ରେ ଲିଙ୍ଗ-ପୃଥକ ଶୌଚାଳୟ, ମାସିକ ପରିଚ୍ଛନ୍ନତା ସାମଗ୍ରୀ ଓ ଆବଶ୍ୟକ ସୁବିଧାର ଅଭାବ ଝିଅମାନଙ୍କ ଶିକ୍ଷା, ସମ୍ମାନ, ଗୋପନୀୟତା ଓ ସମାନତାର ଅଧିକାରକୁ ପ୍ରଭାବିତ କରେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଓ ବେସରକାରୀ—ଉଭୟ ପ୍ରକାର ସ୍କୁଲ୍ରେ ମାସିକ ସ୍ୱାସ୍ଥ୍ୟ ସମ୍ପର୍କିତ ମୌଳିକ ସୁବିଧା ରହିବା ଆବଶ୍ୟକ। ଏଥିରେ ରହିଛି—
କାର୍ଯ୍ୟକ୍ଷମ ଲିଙ୍ଗ-ପୃଥକ ଶୌଚାଳୟ
ବ୍ୟବହାରଯୋଗ୍ୟ ପାଣି ସୁବିଧା
ଝିଅମାନଙ୍କ ପାଇଁ ମାଗଣା sanitary napkins
menstrual hygiene management corner
sanitary waste ପାଇଁ ସୁରକ୍ଷିତ disposal ବ୍ୟବସ୍ଥା
ମାସିକ ସ୍ୱାସ୍ଥ୍ୟ ନେଇ awareness ଓ training
ଆବଶ୍ୟକ ସମୟରେ spare innerwear, uniform ଓ disposable bags ଭଳି emergency supplies।
ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକ ଦେଇଥିବା compliance dataରେ ଅନେକ ଅସଙ୍ଗତି ଚିହ୍ନଟ କରିଥିଲେ।
କେତେକ ରାଜ୍ୟ ଶୌଚାଳୟ କିମ୍ବା ଅନ୍ୟ ସୁବିଧାରେ ପ୍ରାୟ ସମ୍ପୂର୍ଣ୍ଣ compliance ଦାବି କରିଥିଲେ ମଧ୍ୟ, ଦିଆଯାଇଥିବା ତଥ୍ୟ ସହ ସେହି ଦାବି ମେଳ ଖାଉନଥିଲା। Sanitary napkin vending/distribution ଓ waste disposal ନେଇ ମଧ୍ୟ କିଛି ରାଜ୍ୟର ତଥ୍ୟରେ ଅସଙ୍ଗତି ମିଳିଥିଲା।
କୋର୍ଟ ଏହା ପରେ କହିଥିଲେ ଯେ ଭବିଷ୍ୟତ compliance reportରେ କେବଳ “କେତେ ସୁବିଧା ଦିଆଯାଇଛି” ଲେଖିଲେ ହେବ ନାହିଁ।କେଉଁଠି ଅଭାବ ରହିଛି, କାହିଁକି ରହିଛି ଓ କେବେ ସେହି ଅଭାବ ଦୂର ହେବ—ତାହା ମଧ୍ୟ ଦର୍ଶାଇବାକୁ ପଡ଼ିବ।
କେନ୍ଦ୍ର ସରକାରଙ୍କ ଦାଖଲ ତଥ୍ୟ ଅନୁଯାୟୀ,୩୯,୪୩୯ଟି girls' toiletsକାର୍ଯ୍ୟକ୍ଷମ କରିବା ଆବଶ୍ୟକ ଥିଲା।
ସେଥିରୁ ୩୦,୪୫୮ଟି ନିର୍ମାଣ ହୋଇସାରିଥିବା ବେଳେ ୪,୨୩୬ଟି ନିର୍ମାଣାଧୀନ ଥିଲା ଏବଂ୪,୭୪୫ଟିର ଅଭାବରହିଥିଲା ବୋଲି ପୂର୍ବରୁ କୋର୍ଟ ସମ୍ମୁଖରେ ତଥ୍ୟ ଦିଆଯାଇଥିଲା।
ଅକ୍ଟୋବର ୧୩ର ଆଦେଶରେ କୋର୍ଟ ରାଜ୍ୟ ଓ UTଗୁଡ଼ିକୁଶେଷ ସୁଯୋଗଦେଇଛନ୍ତି।
କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ ଓ UTଠାରୁ ଲିଖିତ ଭାବେ ତଥ୍ୟ ମାଗିବ। ଯଦି ପରବର୍ତ୍ତୀ ଶୁଣାଣି ସମୟରେ କୌଣସି ରାଜ୍ୟ କିମ୍ବା UT ଉତ୍ତର ଦେଇନଥିବା ଜଣାପଡ଼େ, ତେବେ ସମ୍ପୃକ୍ତChief Secretaryଙ୍କୁ contempt noticeଜାରି କରିବା ପ୍ରକ୍ରିୟା ଆରମ୍ଭ ହୋଇପାରେ।
ଏହି ମାମଲାର ପରବର୍ତ୍ତୀ ଶୁଣାଣିଡିସେମ୍ବର ୧୪, ୨୦୨୬ରେ ହେବ।
ସେତେବେଳେ କେଉଁ ରାଜ୍ୟ ଓ UT କେନ୍ଦ୍ରକୁ ନିଜ compliance report ଦେଇଛନ୍ତି ଏବଂ କେଉଁମାନେ ଦେଇନାହାନ୍ତି, ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବାକୁ ପଡ଼ିବ। ଅର୍ଥାତ୍ ଏବେ କୋର୍ଟର ଗୁରୁତ୍ୱ କେବଳ ନୀତି ଘୋଷଣା ଉପରେ ନୁହେଁ,ଭୂମିସ୍ତରରେ ବାସ୍ତବ କାର୍ଯ୍ୟାନ୍ୱୟନଉପରେ ରହିଛି।
ସୁପ୍ରିମକୋର୍ଟର ମୁଖ୍ୟ ଚିନ୍ତା ହେଉଛି, ମାସିକ ପରିଚ୍ଛନ୍ନତା ସୁବିଧାର ଅଭାବରେ ଯେପରି ଝିଅମାନେ ସ୍କୁଲ୍ ଛାଡ଼ିବାକୁ କିମ୍ବା ଅନୁପସ୍ଥିତ ରହିବାକୁ ବାଧ୍ୟ ନ ହୁଅନ୍ତି।
ପୁଣି ମୁକୁଟ ହାତେଇଲେ ରଶ୍ମି ଦକାଶ୍ରୀ ପ୍ରତିଯୋଗିତାରେ...
ଇଥିଲା। ବୈଶାଖ ଚନ୍ଦ୍ରନ ୫ ୱିକେଟ୍ ନେଇଥିଲେ, କିନ୍ତୁ ୪୯ ଓ...
ନୂଆଦିଲ୍ଲୀ:UGC NET December 2026 ପରୀକ୍ଷାର୍ଥୀଙ୍କ ପାଇ...
ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ କ୍ରିକେଟ୍‌ର ଚ୍ୟାଲେଞ୍ଜ...
ନୂଆଦିଲ୍ଲୀ:PM CARES for Children ଯୋଜନା ଅଧୀନରେ ସ୍କଲା...
କେରଳ: ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସେହି ସ୍ୱପ୍ନ ପାଇଁ ବ...
ନୂଆଦିଲ୍ଲୀ:NEET-MDS 2026 ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପ...
ନୂଆଦିଲ୍ଲୀ:ଫ୍ୟାଟି ଲିଭର ବର୍ତ୍ତମାନ ଏକ ସାଧାରଣ ସ୍ୱାସ୍ଥ୍...