ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାରେ ହଠାତ୍ ଆସିଥିବା ଭୟଙ୍କର ଝଡ଼ ଓ ବର୍ଷା ଭୟାବହ ତଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଦୁଇ ଶିଶୁ ସହ ମୋଟ 7 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 20ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଜିଲ୍ଲାର ବଲଦିରାଇ, ହାଲିଆପୁର, ଅଖଣ୍ଡ ନଗର, ବନ୍ଧୁଆ କଳା ଓ କୁଡ଼ୱାର ଅଞ୍ଚଳରେ ଝଡ଼ର ପ୍ରଭାବ ଅଧିକ ଦେଖାଯାଇଥିଲା। ବହୁ ସ୍ଥାନରେ ଘର ଭାଙ୍ଗିପଡ଼ିବା, ବିଦ୍ୟୁତ୍ ଖୁଟି ଓ ଗଛ ଉପଡ଼ିପଡ଼ିବା ଯୋଗୁଁ ଜୀବନହାନି ଘଟିଛି।
କୁଡ଼ୱାରରେ 20 ବର୍ଷୀୟ ମହେନ୍ଦ୍ର ତିୱାରୀଙ୍କ ଉପରେ ବିଦ୍ୟୁତ୍ ଖୁଟି ପଡ଼ିଯାଇଥିବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଭଉଣୀଙ୍କ ବିବାହ ପାଇଁ ସେ ଘରକୁ ଫେରିଥିଲେ।
ବଲଦିରାଇରେ 8 ବର୍ଷୀୟା ମହିମାଙ୍କ ଘର ଉପରେ ଇଟ୍ ପଡ଼ିବାରୁ ମୃତ୍ୟୁ ଘଟିଥିଲା। ସେହିପରି ରାମବରଣ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେ ଗଛ ପଡ଼ିଯିବାରୁ ତାଙ୍କ ମୃତ୍ୟୁ ହୋଇଥିଲା।
ହାଲିଆପୁରରେ କାଦୁଆ ଦେଓଲି ଓ ଛାଣ ଘର ଭାଙ୍ଗିପଡ଼ିବାରୁ ରୀତା ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅଖଣ୍ଡ ନଗରରେ 8 ବର୍ଷୀୟ ସୁରେମନ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି।
ଝଡ଼ର ପ୍ରଭାବରେ ପୁର୍ବାଞ୍ଚଳ ଏକ୍ସପ୍ରେସୱେର ଟୋଲ୍ ପ୍ଲାଜାରେ ଭାରି କ୍ଷତି ଘଟିଥିଲା, ଯାହା ଯାତାୟାତକୁ କିଛି ଘଣ୍ଟା ପାଇଁ ବାଧାଗ୍ରସ୍ତ କରିଥିଲା।
ଜିଲ୍ଲା ପ୍ରଶାସନ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ State Disaster Response Fund ରୁ 24 ଘଣ୍ଟା ମଧ୍ୟରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...
ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...
ମେଡିକାଲ୍‌ର ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମଲେଖ...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...