ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ମଧୂପୁରା ନିକଟରେ ସୁବର୍ଣ୍ଣରେଖା ନଦୀରୁ ବେଧଡ଼କ ଭାବେ ବେଆଇନ ବାଲି ଉତ୍ତୋଳନ ଚାଲିଥିବା ଅଭିଯୋଗ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାଲି ମାଫିଆମାନେ ନଦୀରୁ ଲଗାତାର ବାଲି ଉଠାଇ ଏକ ନୂଆ ଶାଖା ନଦୀ ସୃଷ୍ଟି କରିସାରିଛନ୍ତି, ଯାହା ଏବେ ଗାଁ ଓ ଚାଷ ଜମି ପାଇଁ ବଡ଼ ବିପଦ ହୋଇଉଠିଛି।
ଅଭିଯୋଗ ଅନୁଯାୟୀ, ଜଣେ ପ୍ରଶାସନିକ ଅଧିକାରୀଙ୍କ ପୁତୁରା ଏହି ବେଆଇନ ବାଲି ଉତ୍ତୋଳନର ମୁଖ୍ୟ କାର୍ପଟଦାର ଭାବେ କାମ କରୁଛନ୍ତି। ନିଜ ସମ୍ପର୍କର ପ୍ରଭାବ ଖଟାଇ ସେ ଏହି ବେଆଇନ କାରବାରକୁ ଚାଲୁ ରଖିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକମାନେ ପ୍ରତିବାଦ କଲେ ସେମାନଙ୍କୁ ଧମକ ଦିଆଯାଉଥିବା ମଧ୍ୟ କୁହାଯାଉଛି।
ତିନି ବର୍ଷ ପୂର୍ବରୁ ଏଠାରେ ଏକ ଛୋଟ କେନାଲ ଭଳି ଥିବା ଜାଗାକୁ ଖୋଳି ମାଫିଆମାନେ ପ୍ରାୟ ଦୁଇ କିଲୋମିଟର ଲମ୍ବା ଏକ ଶାଖା ନଦୀର ରୂପ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁମାନ ଅନୁସାରେ, ଏଠାରୁ ପ୍ରାୟ ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଲି ଲୁଟ ହୋଇଥାଇପାରେ।
ଗତ ପାଞ୍ଚ ମାସ ଧରି ରାତି ଅଧରେ ହାଇୱା, ଟ୍ରାକ୍ଟର ଓ ଜେସିବି ମେସିନ୍ ଲଗାଇ ନଦୀ ଶଯ୍ୟାରୁ ବାଲି ଉଠାଯାଉଛି। କୌଣସି ସରକାରୀ ଅନୁମତି ବିନା ପ୍ରତିଦିନ ପ୍ରାୟ ୧୫୦ରୁ ୨୦୦ ଟ୍ରିପ୍ ବାଲି ବାଲେଶ୍ୱର ସହ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା କୁହାଯାଉଛି। ଏହା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଅନୁମାନ କରାଯାଉଛି।
ବେଆଇନ ବାଲି ଉତ୍ତୋଳନ ଯୋଗୁଁ ନଦୀର ପ୍ରାକୃତିକ ଗତିପଥ ବଦଳିଯାଇଛି। ନଦୀ ଶଯ୍ୟାରୁ ୧୫ରୁ ୨୦ ଫୁଟ ଗଭୀର ପର୍ଯ୍ୟନ୍ତ ବାଲି ଉଠାଯାଇଥିବାରୁ ନଦୀକୂଳ ଧସିବା ଆରମ୍ଭ ହୋଇଛି। ପୂର୍ବରୁ ନଦୀ ଗାଁଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିଲା, କିନ୍ତୁ ଏବେ ନଦୀର ପାଣି ଗାଁ ଓ ଚାଷ ଜମି ନିକଟକୁ ଆସିପହଞ୍ଚିଛି।
ଗତ ସପ୍ତାହର ବର୍ଷାରେ ପ୍ରାୟ ୧୦ ଏକର ପରିବା ଚାଷ ନଦୀଗର୍ଭରେ ଲୀନ ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକମାନେ ଭୟ ପ୍ରକାଶ କରି କହିଛନ୍ତି ଯେ, ଆଗାମୀ ଦିନରେ ଆଉ ଏକ ବଡ଼ ବର୍ଷା ହେଲେ ପୂରା ଗାଁ ବନ୍ୟାରେ ବୁଡ଼ିଯିବାର ଆଶଙ୍କା ରହିଛି।
ଗ୍ରାମବାସୀମାନେ ସିଂଲା ଥାନା ଓ ଜିଲ୍ଲା ଖଣି ଅଧିକାରୀଙ୍କ ନିକଟରେ ଏନେଇ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଦାବି, ତୁରନ୍ତ ବେଆଇନ ଖନନ ବନ୍ଦ କରାଯାଇ ନଦୀକୂଳକୁ ସୁରକ୍ଷିତ କରିବା ପାଇଁ ପଥର ପ୍ୟାକିଂ କରାଯାଉ, ନହେଲେ ମଧୂପୁରା ସହ ଆଖପାଖ ୩୦ରୁ ଅଧିକ ଗାଁ ବିପଦରେ ପଡ଼ିପାରେ।
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...