ରବିବାର ଦିନ ସସ୍ପେଣ୍ଡ ହୋଇଥିବା ବିଜେଡି ବିଧାୟକ ସୌଭିକ ବିସ୍ୱାଲ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ସିଧା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବାପା ଏବଂ ବରିଷ୍ଠ ନେତା ପ୍ରଭାତ ବିସ୍ୱାଲଙ୍କୁ ଯେପରି ଅପମାନ କରାଯାଇଛି, ତାହା ସେ କେବେ ମଧ୍ୟ ସହିପାରିବେ ନାହିଁ।
ସେ କହିଛନ୍ତି, “ମୋତେ ଗୁଳି ମାରିବାକୁ ପଡିଲେ ମଧ୍ୟ ମୁଁ ପ୍ରସ୍ତୁତ ଅଛି, କିନ୍ତୁ ବାପାଙ୍କ ଅପମାନ ସହିବି ନାହିଁ।”
ସୌଭିକ ତାଙ୍କ ରାଜନୈତିକ ଯାତ୍ରାକୁ ସ୍ମରଣ କରି କହିଛନ୍ତି ଯେ ସେ ବିଧାନସଭାକୁ ପ୍ରବେଶ କରିପାରିଥିବାର ପ୍ରଧାନ କାରଣ ତାଙ୍କ ବାପାଙ୍କ ସମର୍ଥନ ଓ ପ୍ରଭାବ। ସେ କହିଛନ୍ତି ଯେ ସସ୍ପେନ୍ସନ ଠାରୁ ସିଧାସଳଖ ବହିଷ୍କାର ହେଇଥାନ୍ତା ଭଲ ହେଉଥାନ୍ତା।
ସେ ଆଉ କହିଛନ୍ତି ଯେ ବାପାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପାଞ୍ଚ ଦିନ ପରେ ତାଙ୍କୁ ନବୀନ ନିବାସରୁ ଫୋନ ଆସିଥିଲା। ସେ ଭାବିଥିଲେ ଯେ ବାପାଙ୍କ ବିଷୟରେ ଆଲୋଚନା ହେବ, କିନ୍ତୁ ସେଠାରେ ପହଞ୍ଚି ଦେଖିଲେ ଯେ ଆଉ ସାତ ଜଣ ବିଧାୟକ ଥିଲେ।
ସୌଭିକଙ୍କ ଅଭିଯୋଗ ଅନୁସାରେ, ସେଠାରେ ସମସ୍ତଙ୍କୁ ‘ନିର୍ମାଲ୍ୟ’ ଛୁଇଁ ସନ୍ତୃପ୍ତ ମିଶ୍ରଙ୍କ ପକ୍ଷରେ ଭୋଟ ଦେବାକୁ କୁହାଯାଇଥିଲା। କିନ୍ତୁ ସେ ଏହାକୁ ସଫା ସଫା ଭାବରେ ଅସ୍ୱୀକାର କରିଥିଲେ।
ସେ କହିଛନ୍ତି, “ମୁଁ ସେଠାରେ ସ୍ପଷ୍ଟ କହିଦେଲି ଯେ ମୁଁ ଏମିତି ନିଷ୍ପତ୍ତି ନେଇପାରିବି ନାହିଁ। ବାପାଙ୍କ ସହିତ ଆଲୋଚନା କରନ୍ତୁ, କାରଣ ତାଙ୍କୁ କୌଣସି କାରଣ ବିନା ବହିଷ୍କାର କରାଯାଇଛି। ମୁଁ ବିଜେଡି ପାଇଁ ଭୋଟ ଦେଇପାରିବି ନାହିଁ।”
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଭାରତୀୟ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ପରେ ଏବେ ରୋହି...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ପୂର୍ବତନ ଭାରତୀୟ କ୍ରିକେଟର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଝିଅ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...