Police investigation underway after firing incident near Sub-Collector office in Sonepur

ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍ ଛକରେ ଗୁଳିକାଣ୍ଡ: ଯୁବକଙ୍କ ମୃତ୍ୟୁ, ଅଭିଯୁକ୍ତ ଫେରାର

ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍ ଛକ ନିକଟରେ ଗୁଳିକାଣ୍ଡ ଘଟଣାରେ ଚଂପାମାଳ ଗାଁର ବିକ୍ରମ ମହାରଣାଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ଚାହା ଦୋକାନ ପଛରେ ଗୁଳି ଫୁଟିବା ପରେ ବିକ୍ରମ ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାକୁ ନେଇଯାଇଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳେ ସେ ପ୍ରାଣ ହରାଇଥିଲେ। ପୋଲିସ ଅଭିଯୁକ୍ତକୁ ଖୋଜୁଥିବାବେଳେ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍ ଛକରେ ଗତକାଲି ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଥିବା ଘଟଣା ଜିଲ୍ଲାରେ ଚାଞ୍ଚଳ୍ୟ ସୃଷ୍ଟି କରିଛି। ଗତକାଲି ସନ୍ଧ୍ୟା ୮ଟା ୩୦ ମିନିଟ୍ ରୁ ୯ଟା ମଧ୍ୟରେ ଉପଜିଲ୍ଲାପାଳ ଅଫିସ୍ ଛକ ନିକଟରେ ଥିବା ଏକ ଚାହା ଦୋକାନ ପଛ ପଟୁ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା।

ଘଟଣାସ୍ଥଳରେ ଚଂପାମାଳ ଗାଁର ବିକ୍ରମ ମହାରଣା ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଥିଲେ। ନିକଟରେ ଥିବା ତାଙ୍କ ସାଙ୍ଗମାନେ ତୁରନ୍ତ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନା କୁ ନେଇଯାଇଥିଲେ। ପରେ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ।

କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ସମୟରେ ବିକ୍ରମଙ୍କ ମୃତ୍ୟୁ ହୋଇଥିଲା।

ଏନେଇ ମୃତକଙ୍କ ବାପା ପୋଲିସରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ, ସେହି ଗାଁର ପ୍ରୀତମ ହୋତା (ବିକି) ତାଙ୍କ ପୁଅକୁ ଗୁଳି କରି ହତ୍ୟା କରିଛି।

ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, ଅଭିଯୁକ୍ତ ବିକି ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।

ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଯେଉଁ ବନ୍ଧୁକରୁ ଗୁଳିକାଣ୍ଡ ଘଟିଛି ସେହି ବନ୍ଧୁକଟି ଲାଇସେନ୍ସ ପ୍ରାପ୍ତ ନୁହେଁ

ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରମାଣ ସଂଗ୍ରହ କରାଯାଉଛି। ପୋଲିସ ଏହି ଘଟଣା ସହ ଜଡିତ ଅନ୍ୟ ତଥ୍ୟ ଖୋଜିବାକୁ ଚେଷ୍ଟା କରୁଛି।

Latest News
ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ଓଡ଼ିଶାରେ ବର୍ଷାର ତାଣ୍ଡବ ଜାରି: କେନ୍ଦୁଝର ଓ ସୁନ୍ଦରଗଡ଼କୁ ରେଡ୍ ଆଲର୍ଟ, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଓଡ଼ିଶାରେ ବର୍ଷାର ତାଣ୍ଡବ ଜାରି: କେନ୍ଦୁଝର ଓ...

ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରକୋପ ଜାରି ରହିଛି।...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

IAFର ବଡ଼ ଆଧୁନିକୀକରଣ ଯୋଜନା: ୬୦ଟି ନୂଆ ପରିବହନ ବିମାନ କିଣିବ, ପ୍ରକଳ୍ପ ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା.

IAFର ବଡ଼ ଆଧୁନିକୀକରଣ ଯୋଜନା: ୬୦ଟି ନୂଆ...

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...

ବର୍ଷା ଋତୁରେ କୁହୁଡ଼ି! ଘନ କୁହୁଡ଼ିରେ ଢାଙ୍କିହେଲା ବଣାଇ, ଆଶ୍ଚର୍ଯ୍ୟ ହେଲେ ଲୋକେ

ବର୍ଷା ଋତୁରେ କୁହୁଡ଼ି! ଘନ କୁହୁଡ଼ିରେ ଢାଙ୍କିହେଲା...

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ କାହାର ଚମକିବ ଭାଗ୍ୟ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+