ପରୀକ୍ଷା ଅନିୟମିତତା ବିରୋଧରେ ୧୭ ଦିନ ଧରି ଆମରଣ ଅନଶନ ଜାରି ରଖିଥିବା ପ୍ରଖ୍ୟାତ ପରିବେଶବିତ୍ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟର ଅବନତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର କରାଯାଇଛି।
ଆଇନଜୀବୀ ରାକେଶ କୁମାର ସୈନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଯଦି ୱାଙ୍ଗଚୁକ ଅନଶନ ଜାରି ରଖନ୍ତି, ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇପାରେ। ସେଥିପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ଲିକ୍ୱିଡ୍ ଡାଏଟ୍ ମାଧ୍ୟମରେ ଚିକିତ୍ସା ଯୋଗାଇବାକୁ ଅଦାଲତଙ୍କୁ ଅନୁରୋଧ କରାଯାଇଛି।
ସର୍ବଶେଷ ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ ସୋନମ ୱାଙ୍ଗଚୁକଙ୍କ ଓଜନ ପ୍ରାୟ ୮.୫ କିଲୋଗ୍ରାମ କମିଯାଇଥିବା ବେଳେ ତାଙ୍କ ରକ୍ତଚାପ ୧୦୯/୭୦କୁ ଖସିଆସିଛି। ଏହାକୁ ନେଇ ଡାକ୍ତରୀ ମହଳରେ ମଧ୍ୟ ଚିନ୍ତା ବଢ଼ିଛି।
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜନ୍ତରମନ୍ତରରେ ଏହି ଆନ୍ଦୋଳନ ଜାରି ରହିଛି। ଆବେଦନରେ ଅଭିଯୋଗ କରାଯାଇଛି ଯେ, ସରକାର ଏହି ପ୍ରସଙ୍ଗରେ ନୀରବ ରହିଥିବା ବେଳେ ସୋନମ ୱାଙ୍ଗଚୁକଙ୍କ ସହ ଅତ୍ୟନ୍ତ କଠୋର ବ୍ୟବହାର କରାଯାଉଛି।
ଆନ୍ଦୋଳନର ସମର୍ଥକମାନଙ୍କ କହିବା ଅନୁସାରେ, ୱାଙ୍ଗଚୁକଙ୍କ ଶାରୀରିକ ସ୍ଥିତି ଦିନକୁ ଦିନ ଖରାପ ହେଉଛି ଏବଂ ସେ ଠିଆ ହେବା ବେଳେ ମୁଣ୍ଡ ବୁଲାଇବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି ଆନ୍ଦୋଳନକୁ ବିଭିନ୍ନ ଶିକ୍ଷାବିତ୍, ସାମାଜିକ କର୍ମୀ ଏବଂ ରାଜନୈତିକ ନେତାଙ୍କ ସମର୍ଥନ ମିଳୁଛି। ଆସନ୍ତା ଜୁଲାଇ ୨୦ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ଦିନ ଏକ ବୃହତ୍ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଆୟୋଜନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଘୋଷଣା କରିଛନ୍ତି।
ଜମ୍ମୁ-କଶ୍ମୀରର ଡୋଡାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।...
ଆମେ ପିଲାଦିନରୁ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛେ, ତାହା...
ଗୁଜରାଟ: ୬ ଲକ୍ଷ ଟଙ୍କାର ଋଣ ଶୁଝିବାରୁ ବଞ୍ଚିବା ଏବଂ ଋଣ ବ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବି...