ମଣିଷ-ହାତୀ ସଂଘର୍ଷକୁ କମାଇବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି। ଜି.ଉଦୟଗିରି ବନାଞ୍ଚଳର ହାତୀ ଚଳପ୍ରଚଳ ଅଞ୍ଚଳରେ ସୋଲାର ଚାଳିତ ସାଇରନ୍ ବ୍ୟବସ୍ଥା ସ୍ଥାପନ କରାଯାଇଛି, ଯାହା ହାତୀ ଗାଁ ନିକଟକୁ ଆସିଲେ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ସତର୍କ କରିବ।
ବନ ବିଭାଗ ପକ୍ଷରୁ ଲିଙ୍ଗା, ମାଲାନାସୁଗା, ପୁକୁଲିଙ୍ଗିଆ, ଗାମୁଲି, ରେତୁଡ଼ି ଓ ପିଡ଼ିକିମାହା ଅଞ୍ଚଳରେ ମୋଟ ୬ଟି ସୋଲାର ସାଇରନ୍ ସ୍ଥାପନ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ପ୍ରାୟତଃ ହାତୀ ଚଳପ୍ରଚଳ ଏବଂ ମଣିଷ-ହାତୀ ସଂଘର୍ଷ ଦେଖିବାକୁ ମିଳୁଛି।
ପ୍ରତ୍ୟେକ ସାଇରନ୍କୁ ପାଞ୍ଚଟି ଅନୁମୋଦିତ ମୋବାଇଲ୍ ନମ୍ବର ସହ ସଂଯୋଗ କରାଯାଇଛି। ବନ କର୍ମଚାରୀ କିମ୍ବା ସ୍ଥାନୀୟ ଲୋକ ହାତୀ ଗାଁ ଆଡ଼କୁ ଆସୁଥିବା ଦେଖିଲେ ନିର୍ଦ୍ଧାରିତ ନମ୍ବରକୁ କଲ୍ କରି ସାଇରନ୍ ସକ୍ରିୟ କରିପାରିବେ। ଏହା ଦ୍ୱାରା ଗ୍ରାମବାସୀ ସମୟ ପୂର୍ବରୁ ସତର୍କ ହୋଇ ସୁରକ୍ଷିତ ସ୍ଥାନକୁ ଯାଇପାରିବେ।
ବନ ବିଭାଗର ଆଶା, ଏହି ପୂର୍ବ ସତର୍କତା ବ୍ୟବସ୍ଥା ଦ୍ୱାରା ମଣିଷର ଜୀବନ ରକ୍ଷା ସହ ଫସଲ ଓ ସମ୍ପତ୍ତି କ୍ଷୟକ୍ଷତି ମଧ୍ୟ କମିବ।
ତେବେ ସ୍ଥାନୀୟ ଲୋକଙ୍କ ମତରେ, କେବଳ ସାଇରନ୍ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। କନ୍ଧମାଳ ପାଇଁ ଏକ ସ୍ୱତନ୍ତ୍ରରାପିଡ୍ ରେସପନ୍ସ ଟିମ୍ (RRT)ଗଠନ କରିବା ସହ ମଣିଷ-ହାତୀ ସଂଘର୍ଷ ରୋକିବାକୁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବାକୁ ସେମାନେ ସରକାରଙ୍କୁ ଦାବି କରିଛନ୍ତି।
ସମ୍ପ୍ରତି ହାତୀ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ, ୧୩ଟି ଗୃହପାଳିତ ପଶୁର ମୃତ୍ୟୁ, ଶହ ଶହ ଏକର ଫସଲ ନଷ୍ଟ ଏବଂ ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ଧରି ଦୁଇଟି ଦନ୍ତା ହାତୀ ଓ ୨୧ଟି ହାତୀଙ୍କ ପଲ ଏହି ଅଞ୍ଚଳରେ ବିଚରଣ କରୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି।
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...