ଆଠଗଡ଼ର ଜୀବନରେଖା ଭାବେ ପରିଚିତ ସାପୁଆ ନଦୀ ଚଳିତ ବର୍ଷ ଭୟଙ୍କର ବନ୍ୟା ଯୋଗୁଁ ସ୍ଥାନୀୟ ଚାଷୀଙ୍କ ପାଇଁ ବିପଦର କାରଣ ପାଲଟିଛି। ନଦୀବନ୍ଧରେ ଘାଇ ସୃଷ୍ଟି ହେବା ପରେ ବନ୍ୟାଜଳ ଗୋଟିଏ ପରେ ଗୋଟିଏ ଗାଁରେ ପ୍ରବେଶ କରି ହଜାର ହଜାର ଏକର ଚାଷଜମିକୁ ଉଜାଡ଼ି ଦେଇଛି।
କେଉଁଠି ଧାନ ଫସଲ ପାଣିରେ ବୁଡ଼ି ନଷ୍ଟ ହୋଇଥିବା ବେଳେ ଆଉ କେଉଁଠି ଉର୍ବର ଚାଷ ଜମି ଉପରେ ବାଲିଚର ମାଡ଼ିଯାଇଛି। ଏହା ଫଳରେ ବର୍ଷକର ପରିଶ୍ରମ ଏବଂ ଆଶା ଆଖି ଆଗରେ ଉଜୁଡ଼ି ଯାଇଥିବାରୁ ଚାଷୀମାନେ ଏବେ ଗଭୀର ଚିନ୍ତାରେ ପଡ଼ିଛନ୍ତି।
ସାପୁଆ ନଦୀର ବନ୍ୟାରେ ବିଶେଷ ଭାବେ କରିକୋଲ, ତରଡ଼ିଙ୍ଗ, ବାଇଲୋ, କରିକମଳ, ଦହିସରା ଏବଂ ଗୁଡ଼ୁପଡ଼ା ଭଳି ଗାଁଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏହି ସମସ୍ତ ଅଞ୍ଚଳରେ ପନିପରିବା ଚାଷ ସମ୍ପୂର୍ଣ୍ଣ ପାଣି ତଳେ ବୁଡ଼ି ନଷ୍ଟ ହୋଇଯାଇଥିବା ବେଳେ ବହୁ ଧାନ କ୍ଷେତ ମଧ୍ୟ ଉଜୁଡ଼ି ଯାଇଛି।
ବର୍ତ୍ତମାନ ବନ୍ୟାଜଳ କମିଥିଲେ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା କମିନାହିଁ। ପ୍ରଖର ସ୍ରୋତ ଯୋଗୁଁ ବହୁ ରାସ୍ତାଘାଟ ଧୋଇ ଯାଇଥିବା ବେଳେ ଅନେକ ଚାଷ ଜମି ବାଲିଚରରେ ପରିଣତ ହୋଇଛି। ଏପରି ସ୍ଥିତିରେ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଚାଷୀମାନେ ପ୍ରଶାସନ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ବଢ଼ୁଥିବା ଖାଦ୍ୟଦ୍ରବ୍ୟ ଦରକୁ ନେଇ କଂଗ୍ରେସ ନେତା ଜୟରାମ ର...
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର...
ଉତ୍ତରପ୍ରଦେଶର ୪ଟି ସରକାରୀ ମେଡିକାଲ କଲେଜ୍‌ର MBBS...
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ବିଲ୍‌ ବକେୟ...
ପଶ୍ଚିମବଙ୍ଗର ରେଜିନଗର ଉପନିର୍ବାଚନକୁ ନେଇ ଶନିବାର ମମତା ବ...
କେରଳରେ ମନ୍ତ୍ରୀଙ୍କ ସରକାରୀ ଯାତ୍ରା ପାଇଁ ବ୍ୟକ୍ତିଗତ Ran...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...