ସମ୍ବଲପୁର ଜିଲ୍ଲାସୋଲାଘରା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଚେକ୍ ଡ୍ୟାମ୍ ଭାଙ୍ଗିଯାଇଛି। ଚେକ୍ ଡ୍ୟାମ୍ ଭାଙ୍ଗିବା ପରେ ଦୁଇଟି ଘାଇ ସୃଷ୍ଟି ହୋଇ ଆଖପାଖର ଅନେକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।
ଚେକ୍ ଡ୍ୟାମ୍ରୁ ବାହାରିଥିବା ବନ୍ୟାଜଳ ଚାଷଜମିରେ ପଶିବା ସହ କେତେକ ଜମିରେ ବାଲି ଜମିଯାଇଛି। ଏହା ଫଳରେ ଚାଷୀମାନଙ୍କ ଫସଲର ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ସମସ୍ୟା ଦେଖାଦେଉଛି। ଚେକ୍ ଡ୍ୟାମ୍ରେ ଜଳସ୍ତର ବଢ଼ିବା ପରେ ଏହା ଉଛୁଳି ଚାଷଜମିରେ ପଶୁଛି। ଚଳିତ ବର୍ଷ ଦୁଇଟି ସ୍ଥାନରେ ଘାଇ ହେବାରୁ ଅଧିକ ପରିମାଣରେ ପାଣି ଜମିରେ ପଶିବା ସହ ବାଲି ଜମିଛି।
ଏହା ସହ ଚେକ୍ ଡ୍ୟାମ୍ ଭାଙ୍ଗିଯିବା ପରେ ଜଳ ସଂରକ୍ଷଣ ନେଇ ମଧ୍ୟ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ମୌସୁମୀ ବର୍ଷା ଶେଷ ହେବା ପରେ ଜଳ ସଂରକ୍ଷଣ ନହେଲେ ଅଞ୍ଚଳରେ ଜଳ ସମସ୍ୟା ଦେଖାଦେଇପାରେ ବୋଲି ସେମାନେ କହିଛନ୍ତି।
ପ୍ରଭାବିତ ଚାଷୀମାନେକ୍ଷତିପୂରଣ, ଚେକ୍ ଡ୍ୟାମ୍ର ସ୍ଥାୟୀ ମରାମତି ଏବଂ ନଦୀବନ୍ଧ ନିକଟରେ ସୁରକ୍ଷା ପ୍ରାଚୀର ନିର୍ମାଣ ଦାବି କରିଛନ୍ତି। ଏଥିସହ ଯାତାୟାତ ପାଇଁ ଏଠାରେ ଏକ ପୋଲ ନିର୍ମାଣ କରିବାକୁ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି ରଖିଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଚଳିତ ମୌସୁମୀରେ ଚେକ୍ ଡ୍ୟାମ୍ର ଦୁଇ ପାର୍ଶ୍ୱରେ ଦୁଇଟି ଘାଇ ସୃଷ୍ଟି ହୋଇଥିବା ଏବଂ ଏହା ଯୋଗୁ ଅନେକ ଚାଷଜମି ଜଳମଗ୍ନ ହୋଇଥିବା ସେ କହିଛନ୍ତି।
ଆଗାମୀ ଦିନରେ ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବବୋଲି ମନ୍ତ୍ରୀ ରବି ନାରାୟଣ ନାଏକ ଆଶ୍ୱାସନ ଦେଇଛନ୍ତି।
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ମୌଳିକ ସୁବିଧାରେ ବଡ଼...
Title (ଓଡ଼ିଆ) ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ଅଭେଦ୍ୟ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକାର ଉପରାଷ୍...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...