ସମ୍ବଲପୁର ସହରର ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସହରରେ ୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକ ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ନିର୍ମାଣ କରାଯିବ।
ସୂଚନା ଅନୁଯାୟୀ, ଐଁଠାପାଲି ଓ ମୋଦିପଡ଼ା ଅଞ୍ଚଳକୁ ନେଇ ଏହି ପ୍ରକଳ୍ପ ପାଇଁ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (DPR) ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ପ୍ରକଳ୍ପର ପ୍ରଶାସନିକ ପ୍ରକ୍ରିୟା ଚାଲିଥିବା ବେଳେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଏନ୍.ବି.ଏସ୍. ରାଜପୁତ ଏବଂ ଓଏସ୍ଆର୍ଟିସିର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ୱାଳ ସମ୍ବଲପୁର ଗସ୍ତ କରି ମୋଦିପଡ଼ା ବସ୍ ଟର୍ମିନାଲ୍ ଓ ଐଁଠାପାଲି ବସ୍ ଷ୍ଟାଣ୍ଡର ସ୍ଥିତି ସମୀକ୍ଷା କରିଥିଲେ।
ପ୍ରାୟ ୫ ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ୪୬ଟି ବସ୍ ପାର୍କିଂ ବେ, ଯାତ୍ରୀ ପ୍ରତୀକ୍ଷାଳୟ, ବିଶ୍ରାମାଗାର, ବ୍ୟବସାୟିକ କମ୍ପ୍ଲେକ୍ସ ଏବଂ ଇଲେକ୍ଟ୍ରିକ୍ ଯାନ (EV) ଚାର୍ଜିଂ ଷ୍ଟେସନ୍ ସୁବିଧା ରହିବ।
ବର୍ତ୍ତମାନ ସମ୍ବଲପୁରରେ ୫୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରୁଥିବା ବେଳେ, ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ଆଗାମୀ ଦିନରେ ଆହୁରି ୫୦ଟି ନୂଆ ଇଭି ବସ୍ ଯୋଡ଼ାଯିବ।
ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବାଲିରାମ ବୋନ୍ଦର କହିଛନ୍ତି ଯେ, ଐଁଠାପାଲି ବସ୍ ଷ୍ଟାଣ୍ଡ ସମ୍ବଲପୁରକୁ ଅନ୍ୟାନ୍ୟ ଅଞ୍ଚଳ ସହିତ ସଂଯୋଗ କରୁଥିବାରୁ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ପରିଣତ କରିବା ପାଇଁ ପରିଦର୍ଶନ କରାଯାଇଛି। ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା ପରେ DPR ପ୍ରସ୍ତୁତ କରାଯାଇଛି ଏବଂ ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ।
ବିମାନବନ୍ଦରରେ ଯାତ୍ରୀଙ୍କ ସମୟ ବଞ୍ଚାଇବା ଏବଂ ଚେକିଂ ପ୍ରକ...
ନୂଆଦିଲ୍ଲୀ: ନିଜ ନାଁ ଓ ପରିଚୟପତ୍ରରେ ନିଆଯାଇଥିବା SIM କା...
ଓଡ଼ିଶାରେ ନକଲି ନୋଟ୍ କାରବାରକୁ ନେଇ ପୁଣି ଚର୍ଚ୍ଚା। ଏକ ବ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଶକ୍ତିଶ...
ମୋବାଇଲ୍ ରିଚାର୍ଜକୁ ନେଇ TRAI ନୂଆ ନିୟମ ଜାରି କରିଛି। Te...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୭ ଓ ୨୮ରେ ଓଡ଼ିଶା...
ଚଣ୍ଡୀଗଡ଼ରେ ମାଗଣା iPhone ବାଣ୍ଟିବାକୁ ନେଇ ଘୋଷଣା ହୋଇଥି...
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଓ...
ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ...